ଜସ୍ମିନ ରେଖା ମହାନ୍ତ, ଭୁବନେଶ୍ୱର: ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ନିଜ ୩୧ତମ ଜନ୍ମଦିନ ପତ୍ନୀ ଅନୁଷ୍କାଙ୍କ ସହ ପାଳନ କରିଛନ୍ତି । କୋହଲିଙ୍କ ଲାଜବାବ ବ୍ୟାଟିଂ ସହ ତାଙ୍କ ଷ୍ଟାଇଲ୍ ମଧ୍ୟ ଫ୍ୟାନଙ୍କ ଆଗରେ ଲୁଚି ନାହିଁ । କୋହଲିଙ୍କ ଷ୍ଟାଇଲ ଉପରେ କେବଳ ତାଙ୍କ ଫ୍ୟାନ ହିଁ ଫିଦା ନାହାନ୍ତି ବଂର ତାଙ୍କ ନିଜ ଟିମର ଅନେକ ଖେଳାଳି ମଧ୍ୟ ବିରାଟଙ୍କ ଏହି ଷ୍ଟାଇଲ୍ ଉପରେ ଫିଦା ଅଛନ୍ତି । ବିରାଟଙ୍କୁ ଦେଖି ଟମର ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କ ପରି ଅଣ୍ଡରକଟ୍ ହେୟାର୍ ଷ୍ଟାଇଲ୍ ଆରମ୍ଭ କରିଦେଇଛନ୍ତି ।
ଆଜିକା ଦିନରେ ଟିମର ଅନେକ ଖେଳଳି କୋହଲିଙ୍କ ଭଳି ହେୟାର ଷ୍ଟାଇଲ୍ ରଖିବା ପାଇଁ ପସନ୍ତ କରୁଛନ୍ତି । ଏଥିରେ ଶୀର୍ଷରେ ଅଛନ୍ତି ଇଣ୍ଡିଆନ୍ ଟିମ୍ ର ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ କେ.ଏଲ ରାହୁଲ ଲଗାତାର ଅନେକ ବର୍ଷ ଧରି ଏଭଳି ହେୟାର ଷ୍ଟାଇଲ ରଖିଆସୁଅଛନ୍ତି । କେବଳ ହେୟାର ଷ୍ଟାଇଲ୍ କୋହଲିଙ୍କ ଭଳି ନୁହଁ, ବରଂ ରାହୁଲଙ୍କ ୱେର୍ ଷ୍ଟାଇଲ୍ ମଧ୍ୟ କୋହଲିଙ୍କ ଭଳି ରହିଛି ।
ୱିକେଟ୍ କିପର ସହ ବ୍ୟାଟ୍ସମ୍ୟାନ୍ ଋିଷଭ ପନ୍ଥ ଇଣ୍ଡିଆନ୍ ଟିମ୍ ର କ୍ୟାପଟେନ୍ କୋହଲିଙ୍କ ଭଳି ହେୟାର ଷ୍ଟାଇଲ୍ କପି କରିବାରେ ପଛଘୁଞ୍ଚା ଦେଇ ନାହାନ୍ତି । ପନ୍ଥ ମଧ୍ୟ କୋହଲିଙ୍କ ଭଳି ହେୟାର ଷ୍ଟାଇଲ ରଖି ମଇଦାନକୁ ଓହ୍ଲାଉଛନ୍ତି ।
ସଭଳି ଆଜିଙ୍କା ରାହାଣେ ମଧ୍ୟ ଷ୍ଟାଇଲ ମାମଲାରେ ଛୁପେରୁସ୍ତମ ଅଛନ୍ତି । ଫଟୋରେ ରାହାଣେ ଯେଉଁ ହେୟାର ଷ୍ଟାଇଲ୍ କରିଛନ୍ତି, ତାହା ମଧ୍ୟ ଅଣ୍ଡରକଟ୍ ହେୟାର ଷ୍ଟାଇଲ୍ ।
ସଭଳି ଅଲ ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ନିଜ ନୂଆ ହେୟାର ଷ୍ଟାଇଲ୍ ଲୁକକୁ ନେଇ ବେଶ୍ ପ୍ରଶଂସନୀୟ ହୋଇଛନ୍ତି । ହେୟାର ଷ୍ଟାଇଲ୍ କୁ ନେଇ ଫ୍ୟାନ୍ସଙ୍କୁ ବହୁତ ଇମ୍ପ୍ରେସ୍ କରିଛନ୍ତି ଜାଡେଜା ।