ଜାଣିଛନ୍ତି କି ପ୍ରିୟଙ୍କା ନିକଙ୍କୁ ନିଜର ଆନିଭର୍ସରିରେ କଣ ଗିପ୍ଟ ଦେଇଛନ୍ତି

ନିକ ଓ ପ୍ରିୟଙ୍କାଙ୍କ ଆନିଭର୍ସରି ପାଇଁ ନିକ୍ ଙ୍କୁ କଣ ଖାସ ଉପହାର ଦେଇଛନ୍ତି ପ୍ରିୟଙ୍କା ତାହା ଜାଣିବାକୁ ଚାହୁଁଛନ୍ତି କି ?

ଜାଣିଛନ୍ତି କି ପ୍ରିୟଙ୍କା ନିକଙ୍କୁ ନିଜର ଆନିଭର୍ସରିରେ କଣ ଗିପ୍ଟ ଦେଇଛନ୍ତି
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ପ୍ରିୟଙ୍କା ନିକଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥାଏ । ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡା ଓ ହଲିଉଡର ଫେମସ୍ ସିଙ୍ଗର ନିକ୍ ଜୋନସ୍ ଗତ ବର୍ଷ ଡିସେମ୍ବର ୧ରେ ବିବାହ କରିଥିଲେ । ନିକ୍ ଓ ପିସିଙ୍କ ଖାସ ବଣ୍ତିଂ ବିଷୟରେ ତ ପୂରା ଦୁନିଆ ଜାଣେ । ଦୁହିଁଙ୍କର ବୟସରେ ଖୁବ ତାଳତମ୍ୟ ଥିଲେ ବି ପ୍ରେମ ସମ୍ପର୍କ ଖୁବ ନିବିଡ ଓ ତାଙ୍କ କେମେଷ୍ଟ୍ରି ମଧ୍ୟ ସମସ୍ତଙ୍କୁ ବେସ୍ ପସନ୍ଦ ଆସିଥାଏ । ପିସି ଓ ପ୍ରିୟଙ୍କାଙ୍କ ଆନିଭର୍ସରି ପାଇଁ ନିକ୍ ଙ୍କୁ କଣ ଖାସ ଉପହାର ଦେଇଛନ୍ତି ପ୍ରିୟଙ୍କା ତାହା ଜାଣିବାକୁ ଚାହୁଁଛନ୍ତି କି ? ଆଉ ପିସି ଦେଇଥିବା ଗିପ୍ଟ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି । 

ଅନେକ ସମୟରେ ଉଭୟ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଆହୁରି ଷ୍ଟ୍ରଙ୍ଗ କରିବା ପାଇଁ ପରସ୍ପରର ଫଟୋ ଫୋଷ୍ଟ କରିବା ସହ ଖାସ ମ୍ୟାସେଜ୍ ମଧ୍ୟ ସେୟର କରିଥାନ୍ତି । ଏଥର ପ୍ରିୟଙ୍କାଙ୍କର ଏକ ଖାସ ଉପହାର ବେସ୍ ଚର୍ଚ୍ଚା ସାଉଁଟିବାରେ ଲାଗିଛି । ଡିସେମ୍ବର ୧ରେ ପ୍ରିୟଙ୍କା ଚୋପଡା ଜୋନସ୍ ନିଜର ପ୍ରଥମ ଆନିଭର୍ସରି ସେଲିବ୍ରେଟ୍ କରିବା ପାଇଁ ଯାଉଛନ୍ତି । ଆଉ ଏଥିପାଇଁ ପିସି ଏବେଠୁ ହିଁ ନିକଙ୍କୁ ସରପ୍ରାଇଜ ଦେବା ଆରମ୍ଭ କରି ଦେଇଛନ୍ତି । ସୋସିଆଲ ମିଡିଆରେ ପ୍ରଥମେ ନିକ୍ ଓ ତା ପରେ ପିସି ଏକ କ୍ୟୁଟ୍ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ପ୍ରିୟଙ୍କା ନିକଙ୍କୁ ଏକ କ୍ୟୁଟ୍ ସରପ୍ରାଇଜ ଗିପ୍ଟ ଦେଉଥିବାର ଦେଖିବା ପାଇଁ ମିଳିଥିଲା । ଯାହାକୁ ଦେଖି ନିକ୍ ଖୁବ ସରପ୍ରାଇଜଡ ବି ହୋଇ ଯାଇଛନ୍ତି । କାହିଁକି ନା ପିସି ନିକଙ୍କୁ  ଜର୍ମନ ସେଫର୍ଡ ଗିଫ୍ଟ ଆକାରରେ ଦେଇଛନ୍ତି ।

ଜର୍ମନ ସେଫର୍ଡଟି ନିକଙ୍କୁ ନିଦରୁ ଉଠାଇବା ସହିତ ତାଙ୍କ ମାଲିକ ପାଖରେ ଆତ୍ମୀୟତା ଖୋଜୁଥିଲା । ଏହି ଏକ ପୋଷ୍ଟ ଜରିଆରେ ନିକ ପ୍ରିୟଙ୍କାଙ୍କୁ ଧନ୍ୟବାଦ ଦେବା ସହିତ କୁକୁରଟିର ନାମ ମଧ୍ୟ ରଖିଛନ୍ତି ।