ଘରକୁ ପ୍ରଦୂଷଣ ମୁକ୍ତ କରିବାକୁ ଚାହୁଁଛନ୍ତି କି ? ତେବେ ରଖନ୍ତୁ ଏହି ଗଛ
Advertisement

ଘରକୁ ପ୍ରଦୂଷଣ ମୁକ୍ତ କରିବାକୁ ଚାହୁଁଛନ୍ତି କି ? ତେବେ ରଖନ୍ତୁ ଏହି ଗଛ

ବାୟୁରେ ପରିବର୍ତ୍ତନ ଆଣୁଥିବା ଗଛ ପୋଥସ୍ ଆଭିକୁ ଘରେ ଲଗାଇବା ଦ୍ୱାରା ପ୍ରଦୂଷଣରୁ ମୁକ୍ତି ମିଳିଥାଏ । ଏହା ସହିତ ଏହି ଗଛ ଘରେ ବେନଜିନ୍ ଓ କ୍ଲୋରଫର୍ମ ପରି କ୍ଷତିକାରକ ଗ୍ୟାସକୁ ନଷ୍ଟ କରିଥାଏ । ଏହା ଏକ ଗବେଷଣାରୁ ଜଣା ପଡିଛି । ଏହି ଗ୍ୟାସ ଯୋଗୁଁ  କ୍ୟାନସର ହେବାର ସମ୍ଭାବନା ରହିଥାଏ ।

ପୋଥସ୍ ଆଭି ଗଛ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ବାୟୁରେ ପରିବର୍ତ୍ତନ ଆଣୁଥିବା ଗଛ ପୋଥସ୍ ଆଭିକୁ ଘରେ ଲଗାଇବା ଦ୍ୱାରା ପ୍ରଦୂଷଣରୁ ମୁକ୍ତି ମିଳିଥାଏ । ଏହା ସହିତ ଏହି ଗଛ ଘରେ ବେନଜିନ୍ ଓ କ୍ଲୋରଫର୍ମ ପରି କ୍ଷତିକାରକ ଗ୍ୟାସକୁ ନଷ୍ଟ କରିଥାଏ । ଏହା ଏକ ଗବେଷଣାରୁ ଜଣା ପଡିଛି । ଏହି ଗ୍ୟାସ ଯୋଗୁଁ  କ୍ୟାନସର ହେବାର ସମ୍ଭାବନା ରହିଥାଏ ।

ପୋଥାସ ଆଭି ଗଛରୁ ମଧ୍ୟ ଆପଣଙ୍କୁ ପ୍ରୋଟିନ୍ ମିଳିଥାଏ । ଯାହା ପି ୪୫୦, ୨ଇ୧, ଓ ୨ଇ୧ ନାମରେ ଜଣାଯାଏ । ଏହା ଟ୍ରାନ୍ସଫରମେସନ୍ କମ୍ପାଉଣ୍ଡାନ୍ସରୁ ମଲିକ୍ୟୁଲ୍ସକୁ ବଦଳାଇବାରେ ସାହାଯ୍ୟ କରିଥାଏ । ଏହା ସହିତ ନିଜେ ନିଜର ଅଭିବୃଦ୍ଧି କରିଥାଏ । ତେବେ ୟୁନିଭରସିଟି ଅଫ୍ ୱାଶିଂଟନର ପ୍ରଫେସର୍ ଷ୍ଟୁଆର୍ଟ ଷ୍ଟ୍ରେଣ୍ଡଙ୍କ କହିବା ଅନୁସାରେ, ଲୋକ ବାସ୍ତବରେ ଘରେ ଏହି କ୍ଷତିକାରକ କମ୍ପାଉଡ୍ସ ବିଷୟରେ କଥା ହୁଅନ୍ତି ହେଲେ ଏହାକୁ ନଷ୍ଟ କରିବାକୁ କୌଣସି ପଦକ୍ଷେପ ନିଅନ୍ତି ନାହିଁ ।

ପ୍ରଦୂଷଣ ରୋକିବା ପାଇଁ କେଉଁ ଗଛ ସକ୍ଷମ ହେବ, ତାହାକୁ ନେଇ ଗବେଷକ ଟିମ୍ ବହୁ ଗଛର ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ପୋଥସ୍ ଆଭି ଗଛ ପାସ୍ ହୋଇଥିଲା । ପ୍ରଦୂଷଣର ମୁକାବିଲା କରିବାରେ ଏହି ସକ୍ଷମ ବୋଲି ଗବେଷଣାରୁ ଜଣା ପଡିଥିଲା । ଗବେଷକମାନେ ଦୁଇ ଗ୍ଲାସ ଟ୍ୟୁବରେ ପ୍ଲାଣ୍ଟକୁ ରଖିଥିଲେ । ଏଥିରେ ବେନଜିନ୍ ଓ କ୍ଲୋରଫର୍ମ ମିଶାଇଥିଲେ । ପରେ ଏହାର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲ ।

ଆଉଁ ଏକ ଏକ ଗଛକୁ ନେଇ ଗବେଷକମାନେ ଗବେଷଣା କରିଥିଲେ । ସେହି ଗଛକୁ  ସମାନ ଭାବରେ ଟ୍ୟୁବରେ ରଖାଯାଇଥିଲା କିନ୍ତୁ ସେଥିରେ କୌଣସି ପରିବର୍ତ୍ତନ ଆସି ନଥିଲା । କେବଳ ପୋଥାସ ଆଭି ଗଛ ହିଁ ପ୍ରଦୂଷଣ ମୁକ୍ତ କରୁଥିବାର ନଜରକୁ ଆସିଥିଲା । ଏହି ଗଛକୁ ଘରେ ଲଗାଯିବାର ତିନି ଦିନ ମଧ୍ୟରେ ୮୨ ପ୍ରତିଶତ ପ୍ରଦୂଷିତ ପବନକୁ ସଫା କରିଥିଲା ।