ଚିକିତ୍ସାରେ ସାଙ୍ଘାତିକ ଅବହେଳା, ଅଢେଇ ବର୍ଷର ଶିଶୁର ଅଣ୍ଟାରେ ରହିଗଲା ଇଞ୍ଜେକସନ୍ ଛୁଞ୍ଚି
Advertisement

ଚିକିତ୍ସାରେ ସାଙ୍ଘାତିକ ଅବହେଳା, ଅଢେଇ ବର୍ଷର ଶିଶୁର ଅଣ୍ଟାରେ ରହିଗଲା ଇଞ୍ଜେକସନ୍ ଛୁଞ୍ଚି

ଚିକିତ୍ସା ଅବହେଳା। ଅଢେଇ ବର୍ଷର ଶିଶୁର ଅଣ୍ଟାରେ ରହିଗଲା ଇଞ୍ଜେକସନ୍ ଛୁଞ୍ଚି। ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡାକୁ ଅଣ୍ଟାରେ ଦେଇଥିଲେ ଇଜେକ୍ସନ।  ଶିଶୁର ସମ୍ବେଦନଶୀଳ ଜାଗାରେ ଛୁଞ୍ଚି ଟି ଅଧା ବହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକ।

  • ଚିକିତ୍ସା ଅବହେଳା
  • ଅଢେଇ ବର୍ଷର ଶିଶୁର ଅଣ୍ଟାରେ ରହିଗଲା ଇଞ୍ଜେକସନ୍ ଛୁଞ୍ଚି
  •  ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡାକୁ ଅଣ୍ଟାରେ ଦେଇଥିଲେ ଇଜେକ୍ସନ
  •   ଶିଶୁର ସମ୍ବେଦନଶୀଳ ଜାଗାରେ ଛୁଞ୍ଚି ଟି ଅଧା ବହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକ

Trending Photos

ଚିକିତ୍ସାରେ  ସାଙ୍ଘାତିକ ଅବହେଳା, ଅଢେଇ ବର୍ଷର ଶିଶୁର ଅଣ୍ଟାରେ ରହିଗଲା ଇଞ୍ଜେକସନ୍ ଛୁଞ୍ଚି

ଅନୁଗୁଳ: ପୁଣି ଚିକିତ୍ସା ଅବହେଳା ଅଭିଯୋଗ। ଯନ୍ତ୍ରଣାରେ ଛଟପଟ ହେଉଛି ଶିଶୁ। ଥଣ୍ଡା -କାଶ ପାଇଁ ଦିଆ ଯାଇଥିବା ଇଜେକ୍ସନ ଅଣ୍ଟାରେ ଲାଗି ରହିଗଲା, ଆଉ କେହି ଜାଣିପାରିଲେ ନାହିଁ ।
ଅନୁଗୁଳ ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୦ ଦିନ ତଳେ ଆଠମଲ୍ଲିକ ମୋହନ ଖଳିରେ ରହି ଶ୍ରମିକ ଭାବେ କାମ କରୁଥିବା ସୀତାକାନ୍ତ ପଣ୍ଡା ତାଙ୍କର ଅଢେଇ ବର୍ଷର ପୁଅ ସ୍ୱୟଂଜିତ ପଣ୍ଡା କୁ ଥଣ୍ଡା ଓ କାଶ  ହେବାରୁ ମାଧପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖାଇ ବାକୁ ନେଇଥିଲେ । ଷ୍ଟାଫ ନର୍ସ ସ୍ୱୟଂଜିତ ପଣ୍ଡାକୁ ଅଣ୍ଟାରେ ଦେଇଥିଲେ ଇଜେକ୍ସନ।

ତେବେ ଏହି ଇଂଜେକସନ ଦେବାବେଳେ  ଅଣ୍ଟାରେ ରହିଯାଇଥିଲା ଛୁଞ୍ଚି। କିନ୍ତୁ ସେତେବେଳେ ନର୍ସ  କିମ୍ବା ପରିବାର ଲୋକେ କିଛି ଜାଣିପାରିନଥିଲେ। ତେବେ ଶିଶୁକୁ ଯନ୍ତ୍ରଣା ହୋଇଥିଲା। ଆଜି ହଠାତ  ଶିଶୁର ସମ୍ବେଦନଶୀଳ ଜାଗାରେ ଛୁଞ୍ଚି ଟି ଅଧା ବହାରିଥିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକ। ଡାକ୍ତରଙ୍କ ପରାମର୍ଶ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।