close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଅନ୍ୟ ଡାକ୍ତରଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଡାକ୍ତର ଦମ୍ପତି

ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳର ଡାକ୍ତର ଦମ୍ପତି। ପ୍ରତ୍ୟେକ ମାସ ଶନିବାର ଦିନ ମାଗଣା ସ୍ୱାସ୍ଥ୍ୟ ଶିବିର କରି ନିଜ ଅଞ୍ଚଳର ଶହଶହ ସଂଖ୍ୟାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି । ଏଥି ସହ ଅନ୍ୟ ଡାକ୍ତରଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି।  ଆମେ କହୁଛୁ  ଡାକ୍ତର ରାଜେଶ ତ୍ରିପାଠୀ ଓ ତାଙ୍କ ପତ୍ନୀ ଡାକ୍ତର ସୁସ୍ମିତା ଦାଶଙ୍କ କଥା। କେବଳ ଯେ ଡାକ୍ତର ଦମ୍ପତି ନୁହଁନ୍ତି ତାଙ୍କ ପରିବାର ସମସ୍ୟ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ବେଶ ସହଯୋଗ କରନ୍ତି।

ଅନ୍ୟ ଡାକ୍ତରଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଡାକ୍ତର ଦମ୍ପତି
Doctor couple did inspirational work.

ବୌଦ୍ଧ: ମାନବ ସେବା କରିବାରେ ତାଙ୍କୁ ମିଳୁଛି ଆନନ୍ଦ।  ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ପରିବାରର ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳର ଡାକ୍ତର ଦମ୍ପତି। ପ୍ରତ୍ୟେକ ମାସ ଶନିବାର ଦିନ ମାଗଣା ସ୍ୱାସ୍ଥ୍ୟ ଶିବିର କରି ନିଜ ଅଞ୍ଚଳର ଶହଶହ ସଂଖ୍ୟାରେ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରୁଛନ୍ତି । ଏଥି ସହ ଅନ୍ୟ ଡାକ୍ତରଙ୍କ ପାଇଁ ଉଦାହରଣ ମଧ୍ୟ ପାଲଟିଛନ୍ତି।  ଆମେ କହୁଛୁ  ଡାକ୍ତର ରାଜେଶ ତ୍ରିପାଠୀ ଓ ତାଙ୍କ ପତ୍ନୀ ଡାକ୍ତର ସୁସ୍ମିତା ଦାଶଙ୍କ କଥା। କେବଳ ଯେ ଡାକ୍ତର ଦମ୍ପତି ନୁହଁନ୍ତି ତାଙ୍କ ପରିବାର ସମସ୍ୟ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ବେଶ ସହଯୋଗ କରନ୍ତି।

 ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ଥିବା ଡାକ୍ତର ଦମ୍ପତିଙ୍କ ଘର ଅଗଣାରେ ଲାଗେ ରୋଗୀଙ୍କ ଭିଡ । ଏହା ପ୍ରତି ଶିନିବାର ଦିନ ଡାକ୍ତର ଦମ୍ପତିଙ୍କ ଘରେ ଖୋଲେ ମାଗଣା ସ୍ୱାସ୍ଥ୍ୟ ଶିବିର। ଏହି ଶିବିରକୁ ସବୁ ପ୍ରକାର ରୋଗୀ ଆସିଥାନ୍ତି। ମହିଳା ରୋଗୀ ଙ୍କ ସଂଖ୍ୟା ବି କିଛି କମ ରୁହେନି।  ବିନା ମୂଲ୍ୟରେ ଜଣକ ପରେ ଜଣେ ନିଜନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥାନ୍ତି । ଡାକ୍ତର ଦମ୍ପତି ମଧ୍ୟ  ରୋଗୀ ଙ୍କୁ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସାସେବା ଯୋଗାଇଦେବାରେ ବ୍ୟସ୍ତ । ଏହି ଶିବିରେ ଟଙ୍କା ଦେଇ ଟିକେଟ କାଟିବାକୁ ପଡୁଛି ନଥାଏ। ପରିବାରର ସଦସ୍ୟମାନେ ବି ରୋଗୀଙ୍କ ସହିତ ଆଲୋଚନା କରି ଜଣକ ପରେ ଜଣକୁ ଚିକିତ୍ସା ପାଇଁ ଭିତରକୁ ଛାଡିଥାନ୍ତି। ପ୍ରତ୍ୟେକ ମାସର ଶନିବାର ଦିନ ତାଙ୍କ  ଅଗଣା ରୋଗୀଙ୍କ ଗହଳଚହଳରେ ଫାଟି ପଡେ।  ମାଗଣାରେ ଭଲ ଚିକିତ୍ସାସେବା ମିଳୁଥିବାରୁ ରୋଗୀ କାହିଁ କେଉଁ ଦୁର୍ଗମ ଅଞ୍ଚଳରୁ ଏଠାକୁ ଆସିଛାନ୍ତି। 
 ଡାକ୍ତର ରାଜେଶ ତ୍ରିପାଠୀ ବିଭିନ୍ନ ରୋଗର ଚିକିତ୍ସା କରୁଥିବାବେଳେ ତାଙ୍କପତ୍ନୀ ସୁସ୍ମିତା ଦାଶ ସ୍ତ୍ରୀ ଓ ପ୍ରସୂତି ମାନଙ୍କୁ ଚିକିତ୍ସା କରିଥାନ୍ତି। ଏପଟେ ବିନା ଠକାମି ସହିତ ମାଗଣାରେ ଉତ୍ତମ ଚିକିତ୍ସା ସେବା ପାଇ ଅଞ୍ଚଳବାସୀ ଖୁସି ଅନୁଭବ କରନ୍ତି । ଡାକ୍ତର ଦମ୍ପତିଙ୍କ ସେବା ମନୋବୃତ୍ତି  ଦେଖି ଜିଲ୍ଲାର ସବୁ ଅଞ୍ଚଳରୁ ପ୍ରଶଂସାର ସୁଅ ଛୁଟେ। ସେପଟେ ରୋଗୀଙ୍କ ସେବା କରି ବେଶ ଆନନ୍ଦ ପାଉଛନ୍ତି ଆନନ୍ଦ ଡାକ୍ତର ଦମ୍ପତି। 

 ଆବଶ୍ୟକୀୟ ଡାକ୍ତର ଅଭାବ ସାଙ୍ଗକୁ ଦିନକୁ ଦିନ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଠକାମିର ଶିକାର ହେଉଛନ୍ତି ରୋଗୀ । ଅନ୍ୟପଟେ ଜିଲ୍ଲାର ବାଉଁଶୁଣି ଅଞ୍ଚଳର ଅନେକ ଦୁର୍ଗମ ଇଲାକାରେ ସଠିକ ଭାବେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରୁନାହିଁ ।ଫଳରେ ବିଭିନ୍ନ ସମୟରେ ଗରିବ ରୋଗୀ ମାନେ ଅର୍ଥ ଅଭାବରୁ ଆବଶ୍ୟକୀୟ ଚିକିତ୍ସା ସେବା ନପାଇ ମୃତ୍ୟୁ  ମୁଖରେ ପଡୁଛନ୍ତି।  ଚିକିତ୍ସାସେବା ପାଇଁ ରୋଗୀ ବିଭିନ୍ନ ସମୟରେ କଟକ,ଭୁବନେଶ୍ୱର, ବୁର୍ଲା, ବଲାଙ୍ଗିର ସୋନପୁର ଭଳି ବହୁ ଦୁରଦୁରାନ୍ତରକୁ ଯାଇ ଖର୍ଚ୍ଚାନ୍ତି ହେଉଛନ୍ତି। ଏହାକୁ ହୃଦୟଙ୍ଗମ କରି ଡାକ୍ତର ଦମ୍ପତିଙ୍କ ପରିବାର ରୋଗୀଙ୍କୁ ହାତପାହାନ୍ତାରେ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି। ଡାକ୍ତର ଦମ୍ପତି ନିଜ ଘରେ  ପ୍ରତ୍ୟେକ ମାସରେ ସ୍ୱାସ୍ଥ୍ୟସେବା ଶିବିର କରି ଲୋକଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇଦେବା ସହିତ ଓଷଧପତ୍ର ମଧ୍ୟ ଦେଇଥାନ୍ତି।ଏହା ଦ୍ୱାରା ୭ ଟି ପଞ୍ଚାୟତର ଲୋକେ ମାଗଣାରେ ଚିକିତ୍ସାସେବା ପାଇଥାନ୍ତି। 

ଦିନକୁ ଦିନ ଅଧିକ ରୋଜଗାର କରିବା ନିଶା ଅନେକ ଡାକ୍ତରଙ୍କୁ ଗ୍ରାସ କରିଥିବା ବେଳେ  ଡାକ୍ତର ଦମ୍ପତି ଙ୍କ ଗରିବ ଅସହାୟ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାସେବା ପ୍ରଦାନ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଆଜକୁ ତିନିମାସ ହେଲା ଡାକ୍ତର ଦମ୍ପତି ଅଞ୍ଚଳବାସୀ ଙ୍କୁ ସ୍ୱାସ୍ଥ୍ୟ ଶିବିର କରି ନିଜ ଘର ଅଗଣାରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଥିବାବେଳେ ଆଗାମୀ ଦିନରେ ଏହି ସେବା ପ୍ରତ୍ୟେକ ଦୁର୍ଗମ ଅଞ୍ଚଳରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।  ଜିଲ୍ଲାରେ ଡାକ୍ତରଙ୍କ ଅଭାବ ସାଙ୍ଗକୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଡାକ୍ତର ଦମ୍ପତି ଅଞ୍ଚଳବାସୀଙ୍କ ପାଇଁ  ଦେବଦୂତ ସାଜିଛନ୍ତି।