Advertisement
Article Detail0/zeeodisha/odisha670627
Zee OdishaOther NewsUS ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖରାପ ଖବର

US ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ଖରାପ ଖବର

ଆମେରିକାରେ ଯାଇ ରହିବାକୁ ଭାବୁଛନ୍ତି କି ?

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଆମେରିକାରେ ଯାଇ ରହିବାକୁ ଭାବୁଛନ୍ତି କି ? ଏମିତି ବହୁତ ଆମେରିକା ଯାଆନ୍ତି, ଚାକିରି କରନ୍ତି । କିଛି ଦିନ ରହିବା ପରେ ଆମେରିକାର ନାଗରିକତ୍ୱ ପାଇଁ ଆବେଦନ ମଧ୍ୟ କରନ୍ତି । ନାଗରିକତା ମିଳିବା ପରେ ଆମେରିକାର ସ୍ଥାୟୀ ବାସିନ୍ଦା ହୋଇଯାଆନ୍ତି । ହେଲେ ବର୍ତ୍ତମାନ ଏହି ସ୍ୱପ୍ନ ଦେଖିବା ଛାଡ଼ି ଦିଅନ୍ତୁ । କାହିଁକିନା ଆମେରିକାରେ ପ୍ରବେଶ ପାଇଁ ଆବଶ୍ୟକ ଇମିଗ୍ରେସନ ଭିସାକୁ ଅସ୍ଥାୟୀ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ଟ୍ରମ୍ପ ପ୍ରଶାସନ । ଖୋଦ ଟ୍ରମ୍ପ ଏନେଇ ସୂଚନା ଦେଇଛନ୍ତି । 

କୋରୋନା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ଆମେରିକାରେ ଏବେ ବେକାରୀ ସମସ୍ୟା ମୁଣ୍ଡ ଟେକିଲାଣି । ଭୁଷଡ଼ି ପଡ଼ିଛି ଆମେରିକାର ଅର୍ଥବ୍ୟବସ୍ଥା । ଲକଡାଉନ୍ ଯୋଗୁଁ ବେରୋଜଗାର ପରି ସମସ୍ୟା ମୁଣ୍ଡ ଟେକିଲାଣି । ତେଣୁ ଏହାର ସାମ୍ନା କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ଟ୍ରମ୍ପ । 

ଟ୍ରମ୍ପ କହିଛନ୍ତି, ଆମେରିକୀୟ ନାଗରିକଙ୍କ ଚାକିରି ଏବେ ଗୁରୁତ୍ୱପୂର୍ଣ୍ଣ । ତେଣୁ ଯୁକ୍ତରାଷ୍ଟ୍ର ଆମେରିକା ଅସ୍ଥାୟୀ ଭାବେ ଇମିଗ୍ରେଶନ ଭିସାକୁ ବାତିଲ କକରି। ନିଜ ଟ୍ୱିଟରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ''ଅଦୃଶ୍ୟ ଶତ୍ରୁର ହମଲାକୁ ଦେଖି ବର୍ତ୍ତମାନ ଆମେରିକା ନାଗରିକଙ୍କ ଚାକିରିକୁ ରକ୍ଷା କରିବା ଜରୁରୀ ହୋଇପଡ଼ିଛି । ତେଣୁ ମୁଁ ଇମିଗ୍ରେସନ ଭିସା ବାତିଲ କରିବା ପାଇଁ ଏଜ୍‌କ୍ୟୁଟିଭ ଅର୍ଡ଼ରରେ ଦସ୍ତଖତ କରିବାକୁ ଯାଉଛି ।''

Add Zee News as a Preferred Source

 ତେବେ ଏହି ଆଦେଶ ଲାଗୁ ହେବା ପରେ ବିଦେଶୀ ନାଗରିକ ଆଉ ଆମେରିକାରେ ରହିପାରିବେ ନାହିଁ । ବିଶ୍ୱର ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକାରେ ଏପର୍ଯ୍ୟନ୍ତ ୪୨ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବା ଉପରେ । ଅର୍ଥାତ ୭୮୪ ହଜାର ପାର୍ କଲାଣି । ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୨୦ ହଜାର ରହିଛି । 

About the Author