Trending Photos
)
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆର୍ଥିକ ସହାୟତା ନେଇ ଆସନ୍ତା ସପ୍ତାହରେ ଘୋଷଣା କରିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ପୂର୍ବରୁ ଦିଆଯାଉଥିବା ସହାୟତା ରାଶିରୁ କମ ରାଶି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ହ୍ୱାଇଟ ହାଉସରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି କି, ଆମେରିକା ପ୍ରତି ବର୍ଷ ୫୦ କୋଟି ଆମେରିକୀୟ ଡଲାର ପ୍ରଦାନ କରାଯାଉଛି। ତେବେ ଆଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ କେତେ ଟଙ୍କା ପ୍ରଦାନ କରାଯିବ ସେ ନେଇ ଆଗାମୀ ସପ୍ତାହରେ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ। ମୁଁ ଏହା ଉପରେ ଅନେକ କିଛି କହିବାର ଅଛି ବୋଲି ସେ କହିଥିଲେ।
ସୂଚନା ଯୋଗ୍ୟ କୋରୋନା ସଂକଟ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ସେ ଏଭଳି ମନ୍ତବ୍ୟ ଦେଇଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନକୁ ସମର୍ଥନ କରୁଥିବା ନେଇ ଟ୍ରମ୍ପ ଅଭିଯୋଗ କରିଥିଲେ। ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ସଂଗଠନକୁ ପ୍ରଦାନ କରାଯାଉଥିବା ସମସ୍ତ ଅର୍ଥକୁ ବନ୍ଦ କରିଦିଆଯିବ।