close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭୁଲରେ ମଧ୍ୟ ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍ ପିଛା ଛାଡ଼ିବନି ଦୁର୍ଭାଗ୍ୟ

 ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷର ନକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଓ ଭାଗ୍ୟ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ସବୁ ଜିନିଷ ରଖିବା ଅଶୁଭ ।  

ଭୁଲରେ ମଧ୍ୟ ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ: ନଚେତ୍ ପିଛା ଛାଡ଼ିବନି ଦୁର୍ଭାଗ୍ୟ

ଭୁବନେଶ୍ୱର: ଘରେ ବାସ୍ତୁ ଦୋଷ ଥିଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଏହି ଦୋଷ ଦୂର କରିବା ପାଇଁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ଘରେ କିଛି ଜିନିଷର ନକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଓ ଭାଗ୍ୟ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ସବୁ ଜିନିଷ ରଖିବା ଅଶୁଭ ।  

- ବାସ୍ତୁଶାସ୍ତ୍ର ଅନୁସାରେ ଘରେ କଳା ରଙ୍ଗର କବାଟ ଲଗେଇବା ଅଶୁଭ । କଳା କବାଟ ଦ୍ଵାରା ଖରାପ  ଶକ୍ତି  ଘରେ ଆକର୍ଷିତ ହୁଅନ୍ତି । ଯଦି ଘରେ କଳା କବାଟ ରଖୁଛନ୍ତି ତେବେ  ଲେମ୍ବୁ ଲଙ୍କା କବାଟର ଠିକ ଉପରେ ବାନ୍ଧି ଦିଅନ୍ତୁ ।

- ତାଜମହଲ ତାଜମହଲ କଳାକୃତି ଅତ୍ୟନ୍ତ ସୁନ୍ଦର । ପ୍ରାୟ ଅଧିକାଂଶ ଲୋକେ ଘର ସଜାଇବାକୁ ତାଜମହଲ ମୂର୍ତି ଘରେ ରଖିଥାନ୍ତି । ତାଜମହଲ ମୁମତାଜ ଆଉ ସାହଜାହାନ ଙ୍କର ସମାଧି ହୋଇଥିବାରୁ ଏହାକୁ ଘରେ ରଖିବା ଅଶୁଭ । ତେଣୁ ଏହି ଜିନିଷ କାହାକୁ ଉପହାର ମଧ୍ୟ ଦିଅନ୍ତୁ ନାହିଁ ।


- ଘରେ ଭଗବାନଙ୍କ ଭଙ୍ଗା ମୂର୍ତି ଭୁଲରେ ରଖନ୍ତୁ ନାହିଁ । ଏହା ଘରେ ଧନଭାଵ ସୃଷ୍ଟି କରେ ।

- ସିଢିଘରେ ଠାକୁର ଘର ବନାନ୍ତୁ ନାହିଁ । ସିଢି ଊପରେ ଯାଉଥିବା ଲୋକ ମନ୍ଦିର ଉପର ଦେଇ ଗଲେ ଏହା ଅତ୍ୟନ୍ତ ଖରାପ । ତେଣୁ ସିଢି  ଘରେ ଠାକୁର ଘର ଥିଲେ ତୁରନ୍ତ ବଦଳାଇଦିଅନ୍ତୁ  । 

- ଖରାପ ଓ ନଷ୍ଟ ଜିନିଷକୁ ଘରେ ରଖନ୍ତୁ ନାହିଁ ଏହା ଘରେ ନକରତ୍ମକ ଶକ୍ତିକୁ ବଢାଏ । ଖରାପ ଉପକରଣ ଯଥା ଟିଭି, କମ୍ପୁଟର, ଫ୍ରିଜ କୁ ଘରେ ଭୁଲରେ ରଖନ୍ତୁ ନାହିଁ ।

Tags: