)
ଡେରାଡୁନ: ଚଳିତ ମାସ ୧୫ ତାରିଖରେ ଖୋଲିବାକୁ ଯାଉଛି ଭାରତର ଅନ୍ୟତମ ଶୈବକ୍ଷେତ୍ର ବାବା ବଦ୍ରିନାଥଙ୍କ ମନ୍ଦିରର କବାଟ। ସେଦିନ କେବଳ ବାବାଙ୍କୁ ଏହି ଧାର୍ମିକସ୍ଥାନର ମୁଖ୍ୟ ପୂଜାରୀଙ୍କୁ ମିଶାଇ ମୋଟ ୨୭ ଜଣ ଲୋକ ଦର୍ଶନ କରିବେ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଛି।
କୋଭିଡ19 ପାଇଁ ଜାରି ହୋଇଥିବା ଗାଇଡଲାଇନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସମୟରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପ୍ରବେଶ ଏବଂ ଦର୍ଶନକୁ ବନ୍ଦ କରାଯାଇଛି। କୋରୋନା ପାଇଁ ଜାରି ହୋଇଥିବା ଲକ ଡାଉନ କାରଣରୁ ବର୍ତ୍ତମାନ ସର୍ବସାଧାରଣ ସ୍ଥାନକୁ ଲୋକଙ୍କ ଯିବା ଆସିବା ପରେ କଟକଣା ଜାରି ହୋଇଛି। ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ କୋରୋନା ଭାଇରସର ପ୍ରକୋପ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ ଡାଉନ ଜାରି କରିଛନ୍ତି। ବର୍ତ୍ତମାନର ସ୍ଥିତିରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ନେଇ ଜଣାଇଛନ୍ତି ଜୋଷୀମଠର ସବଡିଭିଜନାଲ ମାଜିଷ୍ଟ୍ରେଟ ଅନିଲ ଚନୟାଲ।
ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମେ ୧୫ ତାରିଖ ଅପରାହ୍ନ ୪ଟାରେ ମନ୍ଦିର ଖୋଲାଯିବା ନେଇ ଗତ ମାସରେ ଘୋଷଣା କରିଥିଲେ। ଗତ ୫ ତାରିଖରେ ମନ୍ଦିରରେ 'ଗାଡୁ ଘଡା' ପ୍ରଥା ପାଳନ ହେବାର ଥିଲା।
ଦୀର୍ଘ ୬ ମାସର ଶୀତ କାଳୀନ ଅବଧି ପରେ ପୁଣିଥରେ ଖୋଲିବାକୁ ଯାଉଛି କେଦାରନାଥଙ୍କ ମନ୍ଦିର।
ଏହା ପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, ମୁଖ୍ୟ ଶାସନ ସଚିବ ଉତ୍ପଲ କୁମାର ସିଂହ, ଡିଜିପି ଅନିଲ କୁମାର ରତୁରୀ ଏବଂ ପର୍ଯ୍ୟଟନ ସଚିବ ଦିଲୀପ ଜୱାଲକର।