close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆପଣଙ୍କ ନଖ ହଳଦିଆ ଦେଖାଯାଉଛି କି ? ଜାଣନ୍ତୁ କିଭଳି ନେବେ ଯତ୍ନ...

ହଳଦିଆ ପଡୁଛି କି ନଖ ? ରହିଛି କି ନଖରେ ଦାଗ ? ଆପଣ ଏହାର ଯତ୍ନ ନେଉଛନ୍ତି ତ ? ନା ହଳିଦିଆ ନଖକୁ ନେଲ ପଲିସ ଲଗାଇ ଲୁଚେଇବାକୁ ପ୍ରୟାସ କରୁଛନ୍ତି । ଜାଣନ୍ତୁ, କେମିତି ନେବେ ନଖର ଯତ୍ନ...

ଆପଣଙ୍କ ନଖ ହଳଦିଆ ଦେଖାଯାଉଛି କି ?  ଜାଣନ୍ତୁ କିଭଳି ନେବେ ଯତ୍ନ...
ଡିଜାଇନ ଫଟୋ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଆରମ୍ଭ ହୋଇଗଲାଣି ଶୀତ ଦିନ । ତେଣୁ ଏବେ ନିଜର ହାତ ଓ ଗୋଡର ସୁରକ୍ଷା କରିବା ନିହାତି ଆବଶ୍ୟକ । ବେଳେବେଳେ ହାତ ଓ ଗୋଡର ନଖ ହଳଦିଆ ପଡିବା ସହିତ ଫାଟେ । ଯେକୌଣସି ଋତୁରେ ଏଭଳି ସମସ୍ୟା ଦେଖାଦେଇପାରେ । ଅନେକ ଏହା ଉପରେ ଗୁରୁତ ଦିଅନ୍ତି ନାହିଁ ଏବଂ ଯତ୍ନ ଅଭାବରୁ ନଖ ଅସୁନ୍ଦର ଦେଖାଯାଏ । 

କୁହାଯାଏ, ସଫା ଓ ଚିକ୍କଣ ନଖ ହେଉଛି ସୁନ୍ଦର ସ୍ୱାସ୍ଥ୍ୟର ପ୍ରତିଫଳନ । ନଖ ସାଧାରଣତଃ ହଳଦିଆ ଦେଖାଯିବା, ଫାଟିବା କିମ୍ବା ନଖ ଉପରେ ଦାଗ ପଡିବା ଆରମ୍ଭ ହେଲେ, ଆପଣ ତାହାକୁ ବିଲକୁଲ ବି କରନ୍ତୁ ନାହିଁ ଅଣଦେଖା । ସଙ୍ଗେ ସଙ୍ଗେ କରନ୍ତୁ ଉପଚାର । ଆପଣଙ୍କର ସମସ୍ୟା ଦୂର ହେବ । ନଖ ହଳଦିଆ ପଡିବାର କାରଣ ହେଉଛି ହଳଦୀ । ତରକାରୀରେ ଆମେ ସାଧାରଣତଃ ହଳଦୀର ପ୍ରୟୋଗ କରୁ । ତରକାରୀ ଖାଇବା ସମୟରେ ନଖ ପ୍ରଭାବିତ ହୁଏ । ଭଲ ଭାବରେ ନଖ ନ ଧୋଇବା ଫଳରେ ନଖରେ ଦାଗ ପଡେ । ଦୀର୍ଘ ସମୟ ଧରି ସର୍ଫ,  ସାବୁନ୍,  କିମ୍ବା ସୋଢାରେ ଲୁଗାପଟା ସଫା କରିବା ଦ୍ୱାରା ମଧ୍ୟ ନଖ ଫାଟେ । ନଖର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇଯାଇଥାଏ । 
କିଛି ଦିନ ପରେ ନଖ ହଳଦିଆ ପଡିଆସେ । 

ଶସ୍ତା ନେଲ୍ ପଲିସ୍ ବ୍ୟବହାର କରିବା କିମ୍ବା ନଖ ରଙ୍ଗ ଛଡାଇବା ପାଇଁ ଶସ୍ତା ରିମୁଭର ବ୍ୟବହାର କରିବା ନଖକୁ ପରବର୍ତ୍ତୀ ପର୍ଯ୍ୟାୟରେ ଖରାପ କରିଥାଏ । ଏହା କୀଟାଣୁ ସଂକ୍ରମଣର ଆଉ ଏକ କାରଣ । କିଛି ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ଥାଇରଏଡ୍ କିମ୍ବା ମଧୂମେହ କାରଣରୁ ନଖ ହଳଦିଆ ପଡିଥାଏ । 

ତେବେ ଏଠାରେ ସବୁଠାରୁ ବଡ କଥା,  ଆପଣ କିଭଳି କରିବେ ନିଜ ନଖର ଚିକିତ୍ସା କରିବେ । କିଭଳି ନେବେ କେୟାର । ତେବେ ନିୟମିତ ନଖର ଯତ୍ନ ନିଅନ୍ତୁ । ନଖରେ ପ୍ରତ୍ୟେକ ଦିନ ନଡିଆ ତେଲ କିମ୍ବା ଆଲମଣ୍ତ ତେଲ ଲଗାନ୍ତୁ । ନଖ ଚିକ୍କଣ ଏବଂ ସୁନ୍ଦର ଦେଖାଯିବ । ଅଣ୍ତା ଏବଂ ଓମେଗା ୩ ଫେଟି ଏସିଡ ଯୁକ୍ତ ଖାଦ୍ୟ ମଧ୍ୟ ପ୍ରଚୁର ପରିମାଣର ଖାଆନ୍ତୁ । ପ୍ରଚୁର ପରିମାଣର ପାଣି ପିଅନ୍ତୁ , ସାଗ ଖାଆନ୍ତୁ । ଖାଦ୍ୟରେ ସବୁଜ ପନିପରିବା ମଧ୍ୟ ପ୍ରଚୁର ପରିମାଣରେ ଖାଇବା ଉଚିତ ।  ନିୟମିତ ବ୍ୟବଧାନରେ ନଖ ସଫା କରିବା ସହ କାଟନ୍ତୁ । ଆପଣ ଉନ୍ନତମାନର ନେଲ୍ ପଲିସ୍ ବ୍ୟବହାର କରନ୍ତୁ । ସାଧାରଣତଃ ଶସ୍ତା ନେଲ ପଲିସ୍ ଆପଣଙ୍କ ନଖକୁ କଳା ପକାଇବା ସହ ଖରାପ କରିଥାଏ ।