ଗାଁ ଗହଳି ସାଜିଛି ନିଶା କାରବାରର ହବ୍

ଝୁମ୍ପୁଡ଼ି ଦୋକାନ ଭିତରେ ଲେଡି ଡିଲର ବେପାର ଚଳାଇଥିଲା । ଦିନେ ନୁହେଁ କି ମାସେ, ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ଲେଡି ଡିଲରଙ୍କ ଲିକର ସପ୍ । ଦେଶୀ, ବିଦେଶୀ ମଦ ସାଙ୍ଗକୁ ଅଫିମ ଗଞ୍ଜେଇ କରୁଥିଲା ବିକ୍ରି । 

ଗାଁ ଗହଳି ସାଜିଛି ନିଶା କାରବାରର ହବ୍
ବିବେକାନନ୍ଦ ସାମଲ, ଭଦ୍ରକ: ସରକାର ମଦ ବ୍ୟବସାୟର ପ୍ରସାର କରି ଅଧିକ ରାଜସ୍ୱ ଆଦାୟ ପାଇଁ  ଲକ୍ଷ୍ୟ ରଖିଛନ୍ତି । ତେବେ ଏହାର ଯଥେଷ୍ଟ ପୂର୍ବରୁ  ଭଦ୍ରକ ଜିଲ୍ଲା ଏହାକୁ ଆଦରି ନେଇ ସାରିଛି । କୁହାଯାଇ ପାରିବ, ଜିଲ୍ଲାର ଗ୍ରାମାଞ୍ଚଳ ଏବେ ନିଶା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି । ନିଶା ବେପାରୀମାନେ ଜାଲ ବିଛାଇ ନୂଆ ନୂଆ ଶିକାର ହୋଇଛନ୍ତି ନୂଆ ନୂଆ କଲେଜ ଯାଉଥିବା ଛାତ୍ର ଏବଂ ସ୍ଥାନୀୟ ବେକାର ଯୁବକ । ନିଶା କାରବାର ନେଇ ପୋଲିସ ଓ ଅବକାରୀ ବିଭାଗ ଚଢ଼ଉ କରି ନିଶା ସାମ୍ରାଜ୍ୟର ରାଣୀକୁ ଧରିବାରେ ସଫଳ ହୋଇଛି ।
 
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପୁରୁଷୋତ୍ତମପୁର ବିନ୍ଧା ଛକରେ ଚାଲିଛି ବେଆଇନ ନିଶା ସାମ୍ରାଜ୍ୟ । ଝୁମ୍ପୁଡ଼ି ଦୋକାନ ଭିତରେ ଲେଡି ଡିଲର ବେପାର ଚଳାଇଥିଲା । ଦିନେ ନୁହେଁ କି ମାସେ, ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ଲେଡି ଡିଲରଙ୍କ ଲିକର ସପ୍ । ଦେଶୀ, ବିଦେଶୀ ମଦ ସାଙ୍ଗକୁ ଅଫିମ ଗଞ୍ଜେଇ କରୁଥିଲା ବିକ୍ରି । ତେବେ  ପୋଲିସ ଓ ଅବକାରୀ ବିଭାଗ ଚଢ଼ଉ କରି  ଡ୍ରଗ୍ସ କୁଇନ ସୁକାନ୍ତି ପୁହାଣ ଶେଷରେ ଧରାପଡ଼ିଛନ୍ତି ।
 
କେବଳ ପୁରୁଷୋତ୍ତମପୁର ବିନ୍ଧା ନୁହେଁ, ଧାମନଗର ବ୍ଲକର ପ୍ରତିଟି ଗାଁରେ ଚାଲିଛି ବେଆଇନ ନିଶା କାରବାର । ଦୋବଲର ବସଷ୍ଟାଣ୍ଡ ପାଖ ବନ୍ଧ ଉପରେ ସନ୍ଧ୍ୟାହେଲେ ପସରା ମେଲାଉଛନ୍ତି ଡ୍ରଗ୍ସ ବେପାରୀ । କଲେଜ ପିଲା ଆଉ ଲୋକାଲ ଟୋକା ପାଲଟୁଛନ୍ତି ସେମାନଙ୍କ ସଫ୍ଟ ଟାର୍ଗେଟ୍ । ୪ ଜଣ କଷ୍ଟମର ଯୋଗାଡ଼ କରିଦେଲେ ବେପାରୀ ଦେଉଛି ଫ୍ରି ପ୍ୟାକେଟ୍ । ସୁଯୋଗ ନେଇ କାୟା ବିସ୍ତାର କରୁଛନ୍ତି ବେପାରୀ । ଦୋବଲର ବଜାରରେ ବାଇକରେ ଧରି ବୁଲି ବୁଲି ବିକୁଛନ୍ତି ମଦ । କୁକୁଡା ଦୋକାନରେ ମିଳୁଛି ଠିପିଖୋଲା ମଦ । ଏଣୁ ସହଜରେ ନିଶାଡ଼ି ପାଲଟି ଯାଉଛନ୍ତି ଦିନ ମଜୁରିଆ ଏବଂ ଗାଡ଼ି ଡ୍ରାଇଭର ।