ଅନୁତପ୍ତ ଅଭିଯୁକ୍ତଙ୍କ ବଢିଲା ଆୟୁଷ

ଘୁଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀର ଦିନ ।

ଅନୁତପ୍ତ ଅଭିଯୁକ୍ତଙ୍କ ବଢିଲା ଆୟୁଷ
ଅନୁତପ୍ତ ଅଭିଯୁକ୍ତଙ୍କ ବଢିଲା ଆୟୁଷ

ନୂଆଦିଲ୍ଲୀ: ସମୟ ସରି ଆସୁଛି। ତଥାପି ବଞ୍ଚିବାର ଆଶା ମଉଳିନି। ଏହି ମୃତ୍ୟୁ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୋଷୀମାନେ ସମସ୍ତ ନ୍ୟାୟିକ ବ୍ୟବସ୍ଥାକୁ ଉପଯୋଗ କରିବାରେ ଲାଗି ପଡ଼ିଛନ୍ତି। ମୁକେଶ ଏବଂ ବିନୟଙ୍କ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ମୁକେଶ ଗତକାଲି ରାଜକ୍ଷମା ପାଇଁ ଆବେଦନ କରିଛି। ଯାହା ଫଳରେ ସେମାନଙ୍କ ଫାଶୀରୁ ବର୍ତ୍ତିବାର ଆଶା ପୁଣି ଥରେ ଉଜ୍ଜ୍ୱଳ ହୋଇଛି। ସେପଟେ ଆସନ୍ତା ୨୨ ତାରିଖରେ ଫାଶୀର ତାରିଖ ଉପରେ ଏକ ପ୍ରକାର ରୋକ ମଧ୍ୟ ଲଗାଇଛନ୍ତି ଦିଲ୍ଲୀ କୋର୍ଟ। 

ଅଧିକ ପଢନ୍ତୁ: ୭ ବର୍ଷ ଭିତରେ କିଏ କେତେ ଟଙ୍କା କମାଇଛି ? 

ମିଳିଥିବା ସୂଚନା ମୁତାବକ ଗତକାଲି ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା। ତେବେ ଆଜି  ଏହାର ଶୁଣାଣି ଦିଲ୍ଲୀ କୋର୍ଟରେ ହୋଇଛି। ଏନେଇ ସରକାରୀ ଓକିଲ କହିଛନ୍ତି କି, ରାଜକ୍ଷମା ଖାରଜ ହେବା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ୧୪ ଦିନର ସମୟ ମିଳିଥାଏ। ସେପଟେ ଫାଶୀ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଥିବା ବେଳେ ଏହି ୧୪ ଦିନର ମହଲତ ମିଳିଲେ ଫାଶୀ ଘୁଞ୍ଚିପାରେ ବୋଲି ସରକାରୀ ଓକିଲ ପ୍ରକାଶ କରିଛନ୍ତି। 

ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ ଯୁକ୍ତି ବାଢିଥିଲେ କି, ଦୋଷୀ ରାଷ୍ଟ୍ରପତିଙ୍କ ନିକଟରୁ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି। ଆବେଦନ ଖାରଜ ହେଲେ ମଧ୍ୟ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯାଇଥାଏ। ଏହା ଉପରେ ସରକାରୀ ଓକିଲ କୌଣସି ପ୍ରତିକ୍ରିୟା ରଖିନଥିଲେ। ସେପଟେ ଏହି ନିଷ୍ପତ୍ତିରେ ବିଚାରପତି ଅସନ୍ତୋଷ ପ୍ରକାଶ କରିଥିଲେ। ଜଷ୍ଟିଲ ମନମୋହନ କହିଛନ୍ତି କି, ଜେଲ କର୍ତ୍ତୃପକ୍ଷ ଦୋଷୀମାନଙ୍କୁ ପ୍ରଥମ ନୋଟିସ ଜାରି କରିବାରେ ପାଇଁ କାହିଁକି ଏତେ ବିଳମ୍ବ ହେଲା ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ନ୍ୟାୟିକ ବ୍ୟବସ୍ଥାର ଚାଲାକର ସହିତ ଦୁରୁପଯୋଗ କରାଯାଇଛି ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ: ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ବି ଚ୍ୟାଲେଞ୍ଜ ଦେବାକୁ ଚାହୁଁଛି ଦୋଷୀ

ସେପଟେ ଶେଷ ଆଶାରେ ରହିଛନ୍ତି ନିର୍ଭୟା ଦୋଷୀ। ଏଥିପାଇଁ ମୁକେଶ ଗତାକାଲି ରାଜକ୍ଷମା ପାଇଁ ଆବେଦନ କରିଛି। ଜେଲ କର୍ତ୍ତୃପକ୍ଷ ଓ ଓକିଲଙ୍କ ସହାୟତାରେ ଏହି ଆବେଦନ କରିଥିବା ଜଣାପଡ଼ିଛି। ଏହି ଆବେଦନ ବୁଧବାର ସକାଳେ ଦିଲ୍ଲୀ ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଏହା ପରେ ତାହାକୁ ଗୃହ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରପତିଙ୍କ ନିକଟରୁ ପଠାଯିବ ବୋଲି ଜଣାପଡ଼ିଛି।