• ଓଡ଼ିଆ ଅଫିସର୍ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ଉପମୁଖ୍ୟ
  • ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭିସିଙ୍କ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ର । ପୋଲିସରେ ଅଭିଯୋଗ କଲେ ଭିସି ।
  • ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୧୫ ମୃତ ।
  • ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ଆସନ୍ତା ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
  • ନିଜ ଜିଦରେ ଅଟଳ ଆନ୍ଦୋଳନ ରତ ।
  • ବ୍ରିସବେନ ଟେଷ୍ଟରେ ଭାରତକୁ ୩୨୮ ରନର ବିଜୟ ଲକ୍ଷ୍ୟ
  • ୨-୧ ବ୍ୟବଧାନରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାହିଁ ଆମିଷ ବଜାର, ଗନ୍ଧରେ ଫାଟିଉଠୁଛି ସହର

କେବେ ହେବ ସ୍ୱତନ୍ତ୍ର ଆମିଷ ବଜାର

ନାହିଁ ଆମିଷ ବଜାର, ଗନ୍ଧରେ ଫାଟିଉଠୁଛି ସହର
ନାହିଁ ଆମିଷ ବଜାର, ଗନ୍ଧରେ ଫାଟିଉଠୁଛି ସହର

ସୁଚିତ୍ରା ସେଣ୍ଡ୍, ନୟାଗଡ଼: କେବେ ହେବ ନୟାଗଡ଼ ମୁନିସପାଲିଟର ନିର୍ଦ୍ଧିଷ୍ଟ ଆମିଷ ବଜାର । ଆମିଷ ବଜାର ନ ଥିବାରୁ ନୟାଗଡ଼ ମୁନିସପାଲିଟରେ ଉପୁଜିଛି ପରିମଳ ସମସ୍ୟା । ରାସ୍ତା କଡରେ ମାଛ ,ମାଂସ ,ଚିକେନ ,ଅଣ୍ଡା ,ବ୍ୟବସାୟୀ ମାନେ ପସରା ଖୋଲି ବେପାର କରୁଛନ୍ତି । ଫଳରେ ଟ୍ରାଫିକ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପଯ୍ୟସ୍ତ ହୋଇଯାଉଛି ଆଉ ନଷ୍ଟ ହେଉଛି ସହରର ସୌନ୍ଦର୍ଯ୍ୟ । କାରଣ ପଚାରିଲେ ବ୍ୟବସାୟୀଙ୍କଠୁ ଉତ୍ତର ମିଳୁଛି ଯେ ଆମକୁ ବ୍ୟବସାୟ କରିବାକୁ ନିର୍ଦ୍ଧିଷ୍ଟ ସ୍ଥାନ ଦିଆଯାଇନାହିଁ । ତେଣୁ ଜୀବିକା ନିର୍ବାହ ପାଇଁ ବାଧ୍ୟ ହୋଇ ରାସ୍ତା କଡ଼ରେ ବ୍ୟବସାୟ କରୁଛୁ । ସେପଟେ ମୁନିସପାଲିଟ ଅଧିକାରୀଙ୍କ କହିବା କଥା ଆମିଷ ମାର୍କେଟ ପାଇଁ ଜାଗା ଚିହ୍ନଟ କରାଯାଇଛି । ଅତିଶୀଘ୍ର ସେମାନଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ।

ରାସ୍ତା କଡ଼ରେ କିପରି ବେଧଡକ ଚାଲିଛି ମାଛ,ମାଂସ ,ଚିକେନ ଅଣ୍ଡା, ବ୍ୟବସାୟ । ସରକାରୀ ନୀତି ନିୟମକୁ ଖୋଲାଖୋଲି ହେଉଛି ଉଲ୍ଲଙ୍ଘନ । ସରକାରୀ ନିର୍ଦ୍ଦେଶକୁ ଫୁ କରି ଉଠା ମାଛ, ମାଂସ, ଚିକେନ, ଅଣ୍ଡା ବ୍ୟବସାୟୀମାନେ ରାସ୍ତା କଡରେ ଚଳାଇଛନ୍ତି ବେଆଇନ ବେପାର । ରାସ୍ତା କଡ଼ରେ ବସି ବ୍ୟବସାୟୀ ମାନେ ମାଛ, ମାଂସ, ଚିକେନ ଆଦି ବ୍ୟବସାୟ କରୁଥିବାରୁ ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା । ଫଳରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି । ସହରର ବିଭିନ୍ନ ସ୍ଥାନରେ ମାଛ, ମାଂସ, ଚିକେନର ଆବର୍ଜନା ଏଣେ ତେଣେ ପଡିରହିବାରୁ ପରିମଳ କ୍ଷେତ୍ରରେ ଉପୁଜୁଛି ସମସ୍ୟା । ଦୁର୍ଗନ୍ଧମୟ ପରିବେଶ ଯୋଗୁଁ ସହରର ସୌନ୍ଦଯ୍ୟ ମଧ୍ୟ ନଷ୍ଟ ହେଉଛି । ଦିନକୁ ଦିନ ଏହି ଉଠା ଆମିଷ ବ୍ୟବସାୟୀଙ୍କର ସଂଖ୍ୟା ବଢୁଥିବାରୁ ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ମୁନିସପାଲିଟ କର୍ତ୍ତୁପକ୍ଷ ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଉଠା ବ୍ୟବସାୟୀ ମାନେ ମନଇଛା ସହରର ଜନଗହଳି ସ୍ଥାନରେ ଲୋକଙ୍କ ସାମ୍ନାରେ ଛେଳି ,କୁକୁଡା ଭଳି ପଶୁ,ପକ୍ଷୀଙ୍କୁ କାଟି ବିକ୍ରିକରିଛନ୍ତି । ଏଭଳି ବ୍ୟବସାୟକୁ ସହର ବାସିନ୍ଦାମାନେ ବିରୋଧ କରିଛନ୍ତି । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଆମିଷ ମାର୍କେଟ କରି ବ୍ୟବସାୟ କରିବା ପାଇଁ ଦାବି କରିଛନ୍ତି ସହରବାସୀ ।

ନୟାଗଡ଼ ମୁନିସପାଲିଟରେ ଏଭଳି ସମସ୍ୟା ଦୀର୍ଘ ଦିନର । ସହରରେ ମାଛ,ମାଂସ ବ୍ୟବସାୟୀଙ୍କ ପାଇଁ କୌଣସି ଆମିଷ ବଜାର ନ ଥିବାରୁ ବାଧ୍ୟ ହୋଇ ରାସ୍ତା କଡରେ ବସି ବ୍ୟବସାୟ କରିବାକୁ ପଡୁଥିବା ଓଲଟା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଏଥିପାଇଁ ମଧ୍ୟ ସେମାନଙ୍କୁ ମୁନିସପାଲିଟକୁ ଟିକସ ଦେବାକୁ ପଡୁଥିବା କହିଛନ୍ତି ।୨ଶହରୁ ଅଧିକ ମାଛ, ମାଂସ ବ୍ୟବସାୟୀ ଜାଗା ନ ପାଇ ଏଣେତେଣେ ରାସ୍ତା କଡରେ ବସି ଜୀବିକା ନିର୍ବାହ କରୁଛନ୍ତି । ସେମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଓ ଖାଉଟିଙ୍କ ସୁବିଧାପାଇଁ ସହରରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଆମିଷ ବଜାର ନିର୍ମାଣ କରିବା ପାଇଁ ଉଠା ବ୍ୟବସାୟୀମାନେ ଦାବି କରିଛନ୍ତି । ୨୦ ବର୍ଷ ତଳେ ସହରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଆମିଷ ବଜାର ପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ହୋଇଥିଲା ହେଲେ କିଛି କାର୍ଯ୍ୟକାରୀ ହୋଇନାହିଁ । ସେପଟେ ଆମିଷ ମାର୍କେଟ ପାଇଁ ଜାଗା ଚିହ୍ନଟ କରାଯାଇଛି । ଅତିଶୀଘ୍ର ସେମାନଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ ବୋଲି ମୁନିସପାଲିଟ ଅଧିକାରୀ ସଫେଇ ଦେଇଛନ୍ତି ।

ନୟାଗଡ଼ ସହର ଏନଏସିରୁ ମୁନିସପାଲିଟର ମାନ୍ୟତା ମିଳିଛି । ହେଲେ ସୁଧୁରୁନି ସହରର ପରିମଳ ବ୍ୟବସ୍ଥା କି ଦୂର ହୋଇପାରୁନି ଟ୍ରାଫିକ ସମସ୍ୟା । ତେବେ ଦେଖିବାକୁ ବାକି ରହିଲା ସହରର ସ୍ଵଛତା ସାଙ୍ଗକୁ ସୌନ୍ଦର୍ଯ୍ୟ ପାଇଁ କେବେ ନିର୍ମାଣ ହେଉଛି ଆମିଷ ମାର୍କେଟ ।