ନିର୍ଭୟା ଦୋଷୀଙ୍କ ଦିଆଗଲା ଡମି ଫାଶୀ

ଜଣେ ବୃଦ୍ଧା ମହିଳାଙ୍କୁ ନିର୍ଭୟାଙ୍କ ମାଆ କରାଯାଇଥିଲା, ଯିଏ ଗଙ୍ଗା କୂଳରେ ନିର୍ଭୟାଙ୍କ ୪ ଦୋଷୀଙ୍କ ପୁତ୍ତଲିକାକୁ ନିଜ ହାତରେ  ଫାଶୀ ଦେଇଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭାୟଙ୍କ ଦୋଷୀଙ୍କ ଫାଶୀ ତାରିଖ ଅନେକ ଥର ସ୍ଥଗିତ ରଖାଯାଇଛି । 

ନିର୍ଭୟା ଦୋଷୀଙ୍କ ଦିଆଗଲା ଡମି ଫାଶୀ

ବାରାଣାସୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ  ବିରୋଧରେ ପଟିଆଲା କୋର୍ଟ ଏକ ନୂତନ ମୃତ୍ୟୁ ପରୱାନା ଜାରି କରିଛନ୍ତି । ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ୪ ଦୋଷୀଙ୍କୁ ତିହାଡ଼ ଜେଲରେ ଫାଶୀ ଦିଆଯିବ । ଏହା ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ବାରାଣାସୀର ଗଙ୍ଗା ଘାଟରେ ନିର୍ଭୟାଙ୍କ ୪ ଜଣ ଦୋଷୀଙ୍କ କୁଶ ପୁତ୍ତଲିକାକୁ ଫାଶୀ ଦିଆଯାଇଥିଲା । ନିର୍ଭୟା ମାମଲାରେ ଦୋଷୀଙ୍କ ପୁତ୍ତଲିକାକୁ ଫାଶୀରେ ଟାଙ୍ଗିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଗଙ୍ଗା ଘାଟ ଉପରେ ଏକ କୋର୍ଟ ନିର୍ମାଣ କରାଯାଇଥିଲା । ଉଭୟ ପକ୍ଷର ଥିବା ନାଟ୍ୟକାର ଆଇନଜୀବୀ ଏବଂ ବିଚାରପତି ହୋଇଥିଲେ ।

ଜଣେ ବୃଦ୍ଧା ମହିଳାଙ୍କୁ ନିର୍ଭୟାଙ୍କ ମାଆ କରାଯାଇଥିଲା, ଯିଏ ଗଙ୍ଗା କୂଳରେ ନିର୍ଭୟାଙ୍କ ୪ ଦୋଷୀଙ୍କ ପୁତ୍ତଲିକାକୁ ନିଜ ହାତରେ  ଫାଶୀ ଦେଇଥିଲେ । ଆପଣଙ୍କୁ କହି ରଖୁଛୁ ଯେ, ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭାୟଙ୍କ ଦୋଷୀଙ୍କ ଫାଶୀ ତାରିଖ ଅନେକ ଥର ସ୍ଥଗିତ ରଖାଯାଇଛି । ତେବେ ଏହି ମାମଲାର ଚାରିଜଣ ଦୋଷୀଙ୍କୁ ବିରୋଧରେ କୋର୍ଟ ପୁଣିଥରେ ଏକ ନୂଆ ମୃତ୍ୟୁ ପରୱାନା ଜାରି କରିଛନ୍ତି । 

ଉଲ୍ଲେଖନୀୟ କଥା ହେଉଛି ଯେ, ଚତୁର୍ଥ ଥର ପାଇଁ ଅପରାଧୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କରାଯାଇଛି । ଏହାପୂର୍ବରୁ ବହୁଥର ଫାଶୀ ଘୁଞ୍ଚିବାରୁ ନିର୍ଭୟାଙ୍କ ମା' ଧୈଯ୍ୟ ଭାଙ୍ଗି ଯାଇଛି । ଫାଶୀ ସ୍ଥଗିତ ରଖିବା କାରଣରୁ ମହିଳା ଦିବସ ଅବସରରେ ଲୋକମାନେ ନିର୍ଭାୟାର ଚାରିଜଣ ଦୋଷୀଙ୍କ କୃଷ ପୁତ୍ତଲିକାକୁ ସର୍ବସାଧାରଣରେ ଟାଙ୍ଗିଥିଲେ ।

ଚତୁର୍ଥ ଥର ପାଇଁ ଅପରାଧୀଙ୍କ ବିରୋଧରେ ଡେଥ୍ ୱାରେଣ୍ଟ ଜାରି କରାଯିବା ପରେ ନିର୍ଭୟାଙ୍କ ମା' ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଥିଲେ ଯେ, ପୂର୍ବରୁ ତିନିଥର ଫାଶୀ ଉପରେ ରୋକ ଲାଗ ସାରିଛି । ମୁଁ କେବଳ ସେମାନଙ୍କ ଫାଶୀରେ ହିଁ ସନ୍ତୁଷ୍ଟ ହେବି । ଏଠାରେ କହି ରଖୁଛୁ ଯେ, ୪ ଜଣ ଦୋଷୀ ବିନୟ, ଅକ୍ଷୟ, ମୁକେଶ ଏବଂ ପୱନଙ୍କୁ ମାର୍ଚ୍ଚ ୩ରେ ସକାଳ ୬ଟା ଏବଂ ଏହା ପୂର୍ବରୁ ଜାନୁୟାରୀ ୨୨ ଏବଂ ଫେବୃଆରୀ ୧ରେ ଫାଶୀ ଦିଆଯିବ।ର ଥିଲା ।  ପୱନଙ୍କ ଦୟା ଯାଚିକା ଉପରେ ଆଦେଶ ଆସିବା ପର୍ଯ୍ୟନ୍ତ କୋର୍ଟ ଶେଷ ସମୟରେ ଡେଥ ୱାରେଣ୍ଟକୁ ସ୍ଥଗିତ ରଖିଥିଲେ । ପୱନ ହିଁ ଏକମାତ୍ର ଅପରାଧୀ, ଯାହା ପାଖରେ ଆଇନଗତ ବିକଳ୍ପ ବାକି ଥିଲା ।