ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ରୁପସା ଷ୍ଟେସନ ନିକଟରେ ରେଳ ଧାରଣା କାମ ଚାଲିଥିବା ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ‘ଦୂରନ୍ତ ଏକ୍ସପ୍ରେସ୍’ । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସୂଚନା ଅନୁସାରେ, ହାୱାଡ଼ାରୁ ସିକନ୍ଦରାବାଦ ଅଭିମୁଖେ ଦେଇ ‘ଦୂରନ୍ତ ଏକ୍ସପ୍ରେସ’ଟି ଯାଉଥିଲା । ରୂପ୍ସା ଷ୍ଟେସନ୍ ନିକଟରେ ସିଗ୍ନାଲ ଦେଇ ଟ୍ରାକ୍ ମରାମତି କାମ ଚାଲିଥିଲା । ମାତ୍ର ଡ୍ରାଇଭର ଜାଣିପାରିନଥିଲା । ତେବେ ଡ୍ରାଇଭର ଜାଣିଲା ବେଳକୁ ଗାଡ଼ି ଟ୍ରାକ୍ ଚେଞ୍ଜ କରିସାରିଥିଲା । ରେଳ ଲାଇନ କାମ ପାଇଁ କର୍ମଚାରୀ ସିଲ ପଟ କୁ ରାସ୍ତା ପାରି କରୁଥିବାବେଳେ ଟ୍ରେନ ଆସିଯିବାରୁ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣା ରେ କୌଣସି ବ୍ୟକ୍ତିର କିଛି କ୍ଷତି ହୋଇ ନଥିବା ବେଳେ ଟ୍ରେନ ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି ।