ଭୂକମ୍ପ ଝଟକାରେ ଥରିଲା ଝାଡଖଣ୍ଡ ଏବଂ କର୍ଣ୍ଣାଟକ
Advertisement

ଭୂକମ୍ପ ଝଟକାରେ ଥରିଲା ଝାଡଖଣ୍ଡ ଏବଂ କର୍ଣ୍ଣାଟକ

ଶୁକ୍ରବାର ସକାଳେ କର୍ଣ୍ଣାଟକ ଏବଂ ଝାଡଖଣ୍ଡରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି | 

ଭୂକମ୍ପ ଝଟକାରେ ଥରିଲା ଝାଡଖଣ୍ଡ ଏବଂ କର୍ଣ୍ଣାଟକ

ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ଶୁକ୍ରବାର ସକାଳେ ଝାଡଖଣ୍ଡ ଏବଂ କର୍ଣ୍ଣାଟକରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ଉଭୟ ରାଜ୍ୟରେ ହୋଇଥିବା ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୪.୦ ଏବଂ ୪.୭ ରହିଛି | ଝାଡଖଣ୍ଡରେ ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଜାମସେଦପୁର ଏବଂ କର୍ଣ୍ଣାଟକର ହମ୍ପି ଠାରେ ରହିଛି | ଜାମସେଦପୁରରେ ଶୁକ୍ରବାର ସକାଳ ୬ଟା ୫୫ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା | ଘଟଣା ପରେ ଲୋକେ ଘରୁ ବାହାରି ଆସିଥିଲେ | କର୍ଣ୍ଣାଟକ ହାମ୍ଫି ଠାରେ ମଧ୍ୟ ସମାନ ସମୟରେ ଭୂମିକମ୍ପ ହୋଇଥିବା ଜଣାପଡିଛି | ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡି ନାହିଁ |   

ଦୁଇ ଦିନ ପୂର୍ବେ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର(ଏନସିଆର)ରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା | ଯାହାର ତୀବ୍ରତା ୩.୨ ଏବଂ କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବ ନୋଏଡା ରହିଥିଲା | ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଗତ ଦେଢ ମାସ ମଧ୍ୟରେ ପ୍ରାୟ ୧୧ ଥର ଭୂମିକମ୍ପ ଝଟକାରେ ଥରିଉଠିଛି | ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଏପ୍ରିଲ ୧୨,୧୩,୧୬ ତାରିଖରେ ଭୂକମ୍ପ ଝଟକା ଅନୁଭୂତ ହୋଇସାରିଛି | ଅନ୍ୟପଟେ ଦିଲ୍ଲୀ-ଫରିଦାବାଦ ଏନସିଆର ଅଞ୍ଚଳରେ ମେ ୬,୧୦,୧୫,୨୮ ତାରିଖରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା | ଏହା ବ୍ୟତୀତ ମେ ୨୯ ତାରିଖରେ  ଦୁଇ ଥର ଭୂମିକମ୍ପ ହୋଇଥିଲା | ଯାହାର କେନ୍ଦ୍ରସ୍ଥଳ ରୋହତକ ରହିଥିଲା |