Advertisement
Article Detail0/zeeodisha/odisha668771
Zee OdishaOther Newsଅଧିକ ଆଚାର ଖାଉଛନ୍ତି କି, ସମସ୍ୟାରେ ପଡ଼ିପାରନ୍ତି...

ଅଧିକ ଆଚାର ଖାଉଛନ୍ତି କି, ସମସ୍ୟାରେ ପଡ଼ିପାରନ୍ତି...

ଦୈନନ୍ଦିନ ଭୋଜନ ସହିତ ଆଚାର ଏକ ଅଂଶ ପାଲଟିଗଲାଣି. ଘରେ ଯଦି କିଛି ନାହିଁ ତେବେ ଆଚାର ସହିତ ଭାତ ହେଉ ଅବା ରୁଟି ଖାଇ ଦେଉଛନ୍ତି. ତେବେ ଆପଣ ଜାଣିଛନ୍ତି କି, ଏହି ଆଚାର ଅଧିକ ଆହାର କରିବା ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ.

ଅଧିକ ଆଚାର ଖାଉଛନ୍ତି କି, ସମସ୍ୟାରେ ପଡ଼ିପାରନ୍ତି...

ନୂଆଦିଲ୍ଲୀ: ଦୈନନ୍ଦିନ ଭୋଜନ ସହିତ ଆଚାର ଏକ ଅଂଶ ପାଲଟିଗଲାଣି. ଘରେ ଯଦି କିଛି ନାହିଁ ତେବେ ଆଚାର ସହିତ ଭାତ ହେଉ ଅବା ରୁଟି ଖାଇ ଦେଉଛନ୍ତି. ତେବେ ଆପଣ ଜାଣିଛନ୍ତି କି, ଏହି ଆଚାର ଅଧିକ ଆହାର କରିବା ଶରୀର ପାଇଁ କ୍ଷତିକାର ସାବ୍ୟସ୍ତ ହୋଇଥାଏ. ବିଶେଷ କରି ପୁରୁଷମାନଙ୍କ କ୍ଷେତ୍ରରେ ଏହା ଅଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ. 

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ପୁରୁଷମାନେ ସବୁବେଳେ ଆଚାର କିମ୍ବା ଖଟା ଜାତୀୟ ଖାଦ୍ୟ ଖାଇଲେ ଯୌନ କ୍ଷମତା ହରାଇଥାନ୍ତି। ଆମ୍ବ ଆଚାରରେ ଅଷ୍ଟାମିପ୍ରିଡ୍‌ ନାମକ ଏକ ଯୌଗିକ ତତ୍ତ୍ୱ ରହିଛି। ଏହା ଆଚାରକୁ ଅଧିକ ଦିନ ସୁରକ୍ଷିତ ରଖିଥାଏ। ତେଣୁ ପୁରୁଷମାନେ ଏହାକୁ ଅଧିକ ମାତ୍ରାରେ ଖାଇବା କ୍ଷତିକାରକ। 

ସେହିପରି ଅଧିକ ଆଚାର ଖାଇଲେ ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦେଖାଯିବା ସହ କ୍ୟାନସର ଆଶଙ୍କା ରହିଥାଏ। ବ୍ଲଡ୍‌ପ୍ରେସର ରୋଗୀ ଆଚାର ଖାଇବା ଆଦୌ ଉଚିତ ନୁହେଁ। ଏଥିରେ ଲୁଣ ମିଶିଥିବାରୁ ହୃଦ୍‌ରୋଗୀଙ୍କ ପାଇଁ ମଧ୍ୟ ଆଚାର ହାନିକାରକ ହୋଇଥାଏ।

Add Zee News as a Preferred Source
About the Author