• ବିହାର ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ମତଦାନ
  • ବିହାର ନିର୍ବାଚନ: ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ
  • ସରିଲା ଦୁର୍ଗାପୂଜା, କୋରୋନା କଟକଣା ମଧ୍ୟରେ ଭସାଣୀ ଶେଷ
  • IPL 2020: ଆଜି ମୁମ୍ବାଇ ଓ ବାଙ୍ଗାଲୋର ମୁହାଁମୁହିଁ
  • ଆସନ୍ତା ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ,
  • କୋରୋନା କଟକଣା ମଧ୍ୟରେ ଖୋଲିବ ଶିମିଳିପାଳ
  • ପିଠାପଟା ପଟରୁ ୨୫ଟି ଓ ଯଶିପୁର କାଳିଆପାଣି ପଟୁ ୩୫ଟି ଗାଡ଼ି ପ୍ରବେଶ କରିପାରିବ
  • ଗୁଡ଼ଗୁଡ଼ିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣିରେ ରାତ୍ରିଯାପନ ସୁବିଧା
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ଡିଜିଟାଲ ରାଲି କରିବେ

ବିଜେପି ପ୍ରାର୍ଥୀଙ୍କ ଦାବି, ଯେକୌଣସି ବଟନ ଦବାଇଲେ ପଦ୍ମରେ ପଡ଼ିବ ଭୋଟ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଥମି ଯାଇଛି ପ୍ରଚାର ଅଭିଯାନ ।  ଅକ୍ଟୋବର ୨୧ରେ ମତଦାତା ନିଜ ମତାଧିକାର ପ୍ରୟୋଗ କରିବେ ।  ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ଜଣକ ଭୋଟରଙ୍କୁ ଧମକ ଦେବାରେ ନଜରକୁ ଆସିଛି । 

ବିଜେପି ପ୍ରାର୍ଥୀଙ୍କ ଦାବି, ଯେକୌଣସି ବଟନ ଦବାଇଲେ ପଦ୍ମରେ ପଡ଼ିବ ଭୋଟ
BJP candidate bakshish singh virk

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଥମି ଯାଇଛି ପ୍ରଚାର ଅଭିଯାନ ।  ଅକ୍ଟୋବର ୨୧ରେ ମତଦାତା ନିଜ ମତାଧିକାର ପ୍ରୟୋଗ କରିବେ ।  ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରାର୍ଥୀଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ପ୍ରାର୍ଥୀ ଜଣକ ଭୋଟରଙ୍କୁ ଧମକ ଦେବାରେ ନଜରକୁ ଆସିଛି । 
ହରିୟାଣାର ଅସାନ୍ଧି ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ବକ୍ସିସ ସିଂହ ଭିର୍କ ଜନତାଙ୍କୁ ଧମକାଇ କହିଛନ୍ତି ଯେ, ଆପଣମାନେ ଇଭିଏମର ଯେକୌଣସି ବଟନ ଦବାଇଲେ ମଧ୍ୟ ଭୋଟ କେବଳ ପଦ୍ମ ଫୁଲକୁ ହିଁ ମିଳିବ । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ପଦ୍ମ ଫୁଲ ହେଉଛି ବିଜେପିର ନିର୍ବାଚନୀ ଚିହ୍ନ । 

ବିଜେପି ପ୍ରାର୍ଥୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓଟି ଅସାନ୍ଧି ବିଧାନସଭା କ୍ଷେତ୍ରର ଏକ ଜନସଭାର ବୋଲି ଜଣାପଡିଛି । ଏହି ଭିଡିଓରେ ଭିର୍କ ନା କେବଳ ଭୋଟରଙ୍କୁ ଧମକ ଦେଉଛନ୍ତି, ବରଂ ଏହା ମଧ୍ୟ କହୁଛନ୍ତି ଯେ ଆପଣ ଯେକୌଣସି ବଟନ ଦବାଇଲେ ଭୋଟ ବିଜେପି ଖାତାକୁ ଯିବ । ଏନେଇ ନିର୍ବାଚନ ଆୟୋଗ ତରଫରୁ ତାଙ୍କୁ ନୋଟିସ ଜାରି କରାଯାଇଛି । 

ଏହି ଭାଇରାଲ ଭିଡିଓରେ ବକ୍ସିସ ସିଂହ କହୁଛନ୍ତି ଯେ, ଆଜି ଯଦି ଆପଣ ଭୁଲ କରିବେ ତେବେ ଆପଣଙ୍କୁ ୫ ବର୍ଷ ଭୋଗିବାକୁ ପଡିବ । ଆମକୁ ଏହା ମଧ୍ୟ ଜଣାପଡିଯିବ କିଏ କାହାକୁ ଭୋଟ ଦେଇଛି । ଯଦି କହିବେ ତେବେ ଏହାର ସଂପୂର୍ଣ୍ଣ ତଥ୍ୟ ମଧ୍ୟ ଯୋଗାଇ ଦେବି । ମୋଦିଜୀ ଓ ମନହୋର ଲାଲଙ୍କ ନଜର ହେଉଛି ବହୁତ ତୀକ୍ଷ୍ମଣ । ଆପଣ କାହାକୁ ମଧ୍ୟ ଭୋଟ ଦେଲେ ଭୋଟ ବିଜେପିର କମଳ ଚିହ୍ନଙ୍କୁ ମିଳିବ । ମେସିନକୁ ସେହି ଭଲି ସେଟିଂ କରଯାଇଛି ବୋଲି ବିଜେପି ପ୍ରାର୍ଥୀ ଦାବି କରିଛନ୍ତି । 

ଅର୍ଥାତ ବିଜେପି ପ୍ରାର୍ଥୀ ଭିର୍କ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଇଭିଏମରେ ଏପରି କିଛି ସେଟିଂ କରାଯାଇଛି, ଯାହା ଦ୍ୱାରା ଭୋଟର ଯେକୌଣସି ଦଳକୁ ଭୋଟ ଦେଲେ ମଧ୍ୟ ସେହି ଭୋଟ ସିଧା ବିଜେପିକୁ  ମିଳିବ । ଅନ୍ୟପକ୍ଷେ ସେ ଏହି ଭାଇରାଲ ଭିଡିଓକୁ ଫେକ୍ ବୋଲି କହିଛନ୍ତି । ଏହି ଭିଡିଓକୁ ଏଡିଟ କରାଯାଇଛି ବୋଲି ସେ ଦାବି କରିଛନ୍ତି । ତାଙ୍କର ଏହି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଛି । କାରଣ ଇଭିଏମକୁ ବିଜେପି ଟ୍ୟାମ୍ପରିଂ କରୁଛି ବୋଲି ସମସ୍ତ ବିରୋଧୀ ଦଳ ଅଭିଯୋଗ କରି ଆସୁଛନ୍ତି । ଏପରି ପରିସ୍ଥିତିରେ ଅକ୍ଟୋବର ୨୧ରେ ହେବାକୁ ଥିବା ମତଦାନ ପୂର୍ବରୁ ଏହି ଭାଇରାଲ ଭିଡିଓରୁ ଇଭିଏମର ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି ।