Advertisement
Article Detail0/zeeodisha/odisha669797
Zee OdishaOther Newsଶବ ଗୃହ ଫୁଲ୍, ଶେଷରେ ଫ୍ରିଜରେ ରଖାଗଲା ମୃତଦେହ

ଶବ ଗୃହ ଫୁଲ୍, ଶେଷରେ ଫ୍ରିଜରେ ରଖାଗଲା ମୃତଦେହ

କୋଭିନ ୧୯ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛି Ecuador । ଏହି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ବିଗିଡ଼ି ଯାଇଛି । କିଛି କ୍ଷେତ୍ରରେ ସରକାର ମୃତଦେହ ଉଠାଇ ମଧ୍ୟ ପାରୁନାହାଁନ୍ତି ।

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: କୋରୋନା ସମଗ୍ର ବିଶ୍ୱରେ କେଉଁ ପ୍ରକାର ସ୍ଥିତି ସୃଷ୍ଟି କରିଛି, କିଛି ଘଟଣା ଦେଖିଲେ ଆପଣ ସହଜରେ ବୁଝିଯିବେ । ଆମେ ଆଜି ଆପଣଙ୍କୁ ଇକ୍ୱାଡର(Ecuador)  ବିଷୟରେ କହିବୁ । ଯେଉଁ ଦେଶର ସ୍ଥିତି ପୁରା ବିଗାଡ଼ି ଦେଇଛି କୋରୋନା । ଏହି ଦେଶରେ ଶବ ଗୃହରେ ମୃତଦେହ ରଖିବା ପାଇଁ ଆଉ ସ୍ଥାନ ନାହିଁ । ଶେଷରେ ବଡ଼ ବଡ଼ ରେଫ୍ରିଜରେଟରରେ ମୃତଦେହ ରଖାଯାଉଛି ।  

କୋଭିନ ୧୯ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛି Ecuador । ଏହି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁରା ବିଗିଡ଼ି ଯାଇଛି । କିଛି କ୍ଷେତ୍ରରେ ସରକାର ମୃତଦେହ ଉଠାଇ ମଧ୍ୟ ପାରୁନାହାଁନ୍ତି । ଦେଶରେ ଯେଉଁ ମେଡିକାଲ ଗୁଡ଼ିକ ରହିଛି, ସେଠିକାର ଶବ ଗୃହରେ ମୃତଦେହ ରଖିବା ପାଇଁ ଆଉ ସ୍ଥାନ ନାହିଁ । ତେଣୁ ସରକାର ଅସ୍ଥାୟୀ ଭାବେ ଥଣ୍ଡା କଣ୍ଟେନରରେ ମୃତଦେହ ରଖିବାକୁ ମଜବୁର ହୋଇଛନ୍ତି । 

ଏହି ଥଣ୍ଡା କଣ୍ଟେନରର ଲମ୍ବ ପାଖାପାଖି ୪୦ ଫୁଟ ହେବ । ସରକାରୀ ଡାକ୍ତରଖାନାଗୁଡ଼ିକରେ ଏହାକୁ ରଖାଯାଇଛି । ମୃତଦେହ ଗୁଡ଼ିକୁ ଏହା ଭିତରେ ଅସ୍ଥାୟୀ ଭାବେ ରଖାଯାଉଛି । ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଏବେ Ecuadorରେ କୋରୋନା ଆକ୍ରାନ୍ତ ବଢ଼ିଛନ୍ତି । ଏତେ ସଂଖ୍ୟାକ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ବେଡର ମଧ୍ୟ କମି ରହିଛି । ସେହିପରି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ମୃତଦେହ ଗୁଡ଼ିକୁ ରଖିବାରେ ମଧ୍ୟ ସମସ୍ୟା ଉପୁଜିଛି । ମେଡିକାଲ ବାହାରେ ଏବଂ ରାସ୍ତାରେ ମୃତଦେହ ପଡ଼ିରହୁଛି । ମୃତଦେହଗୁଡ଼ିକର କିପରି ସମ୍ମାନର ସହ ଅନ୍ତିମ ସଂସ୍କାର କରାଯିବ, ସେନେଇ ଆମେ ଉଦ୍ୟମ କରୁଥିବା କହିଛନ୍ତି ଏହି ଅଧିକାରୀ । 

Add Zee News as a Preferred Source

କହିରଖୁଛୁ, Ecuadorରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୦୦ ଛୁଇଁଥିବା ବେଳେ ମୃତକଙ୍କ ସଂଖ୍ୟା ୪୨୦ ପାର କଲାଣି । ମାତ୍ର ୨ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏଭଳି ସ୍ଥିତି ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି । 

About the Author