close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସିବିଆଇ ପରେ ଏବେ ଇଡି ସ୍କାନରରେ ଚିଦାମ୍ବରମ

ତିହାର ଜେଲରୁ ଚିଦାମ୍ବରମଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଚିଦାମ୍ବରମଙ୍କୁ ଜେଲ ଭିତରେ ୨ ଘଣ୍ଟାର ପଚରା ଉଚରା ପରେ ଶେଷରେ ଗିରଫ କରାଯାଇଛି। କୋର୍ଟଙ୍କ ଆଦେଶ ପରେ ତାଙ୍କୁ ଜେଲ ଭିତରୁ ବାହାରକୁ ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ବାହାରକୁ ନେବା ପାଇଁ ଇଡି ପାଖରେ କୋର୍ଟଙ୍କ ଅନୁମତି ନାହିଁ। 

ସିବିଆଇ ପରେ ଏବେ ଇଡି ସ୍କାନରରେ ଚିଦାମ୍ବରମ
ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ତିହାର ଜେଲରୁ ଚିଦାମ୍ବରମଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଚିଦାମ୍ବରମଙ୍କୁ ଜେଲ ଭିତରେ ୨ ଘଣ୍ଟାର ପଚରା ଉଚରା ପରେ ଶେଷରେ ଗିରଫ କରାଯାଇଛି। କୋର୍ଟଙ୍କ ଆଦେଶ ପରେ ତାଙ୍କୁ ଜେଲ ଭିତରୁ ବାହାରକୁ ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚିଦାମ୍ବରମଙ୍କୁ ବାହାରକୁ ନେବା ପାଇଁ ଇଡି ପାଖରେ କୋର୍ଟଙ୍କ ଅନୁମତି ନାହିଁ। 

ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପଚରା ଉଚରା କରିବା ପାଇଁ ଇଡିର ୩ ଜଣ ଅଧିକାରୀ ତିହାର ଜେଲରେ ପହଞ୍ଚିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଗଲା ୫୫ ଦିନ ହେଲା ସିବିଆଇ ହେପାଜତରେ ବିତାଇ ସାରିଛନ୍ତି। ଗତ ୨୧ ଅଗଷ୍ଟରେ ତାଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)। 

କହିରଖୁଛୁ, ମଙ୍ଗଳବାର ଏକ ସ୍ଥାନୀୟ ଅଦାଲତ ପି. ଚିଦାମ୍ବରମଙ୍କୁ ପଚରା ଉଚରା କରିବା ପାଇଁ ଇଡିକୁ ଅନୁମତି ଦେଇଥିଲେ। କୋର୍ଟ ଏହା ମଧ୍ୟ କହିଥିଲେ ଯେ ଯଦି ଆବଶ୍ୟକ ପଡେ ତେବେ ଚିଦାମ୍ବରମଙ୍କୁ ଗିରଫ ମଧ୍ୟ କରିପାରିବ ଇଡି। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।

ଇଡିର ସମ୍ପତ୍ତି ଶୋଷଣ ନିବାରଣ ଅଧିନିୟମ(ପିଏମଏଲଏ) ଅନୁଯାୟୀ ପି. ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ ହୋଇଛି। ଚିଦାମ୍ବରମ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଉପା ସରକାର(୧) ଓ ଉପା ସରକାର(୨) ଅମଳରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିଲେ। ୨୦୦୭ ମସିହାରେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ପାଇଁ  ଏଫଆଇପିବି ମଞ୍ଜୁରୀ ଦେବାକୁ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ୧୫ ମେ ୨୦୧୭ରେ ସିବିଆଇ ପି. ଚିଦାମ୍ବରମଙ୍କ ନାଁରେ ମାମଲା ରୁଜୁ କରିଥିଲା। ପରେ ଗତ ୨୧ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇଥିଲା। ଆଉ ଆଜି ଏହି ମାମଲାରେ ଚିଦାମ୍ବରମକୁ ଇଡି ଗିରଫ କରିଛି। 

ସେପଟେ ଇଡି ଗିରଫଦାରିରୁ ବଞ୍ଚିବା ପାଇଁ ଚିଦାମ୍ବରମଙ୍କ ଓକିଲ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲଙ୍କ ସମସ୍ତ ପ୍ରୟାସ ଫେଲ ମାରିଥିଲା। ଅନ୍ୟପଟେ ଆଜି ସକାଳୁ ଜେଲ ପରିସରରେ ଚିଦାମ୍ବରମଙ୍କ ପତ୍ନୀ ନଳିନୀ ଏବଂ ପୁଅ କାର୍ତ୍ତୀ ଚିଦାମ୍ବରମଙ୍କୁ ମଧ୍ୟ ଜେଲ ପରିସରରେ ଦେଖିବାକୁ ମିଲିଥିଲା।