ଅଶାନ୍ତ JNU, ଋଣକ୍ଷେତ୍ର ପାଲଟିଲା ଶିକ୍ଷାନୁଷ୍ଠାନ

 ମୁହାଁମୁହିଁ ହେଲେ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଓ ପୋଲିସ ଫୋର୍ସ

ଅଶାନ୍ତ JNU, ଋଣକ୍ଷେତ୍ର ପାଲଟିଲା ଶିକ୍ଷାନୁଷ୍ଠାନ
ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା JNU । ମୁହାଁମୁହିଁ ହେଲେ ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ଓ ପୋଲିସ ଫୋର୍ସ । ଋଣକ୍ଷେତ୍ର ପାଲଟିଲା ଦେଶର ଅନ୍ୟତମ ବୃହତ୍ତ ଶିକ୍ଷାନୁଷ୍ଠାନ । ସୋମବାର ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବର୍ଷିଛନ୍ତି JNU ଛାତ୍ର ସଂଘଠନ । କଲେଜ ଫି, ହଷ୍ଟେଲ ଫି ତଥା ସିକ୍ୟୁରିଟି ଫି ବୃଦ୍ଧିକୁ ପ୍ରତିବାଦ କରି ଆନ୍ଦୋଳନ କରିଛି  JNU ଛାତ୍ର ସଂଘଠନ । ପୂର୍ବରୁ ହଷ୍ଟେଲ ଫି ମାତ୍ର ୧୨୦ ଟଙ୍କା ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ୩୬୦୦ ଟଙ୍କା କରାଯାଇଥିଲା, ସିକ୍ୟୁରିଟି ଫିକୁ ୪୫୦୦ ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବିଶ୍ୱବିଦ୍ୟାଳୟରେ ୪୦% ଛାତ୍ରଛାତ୍ରୀ ଗରିବ ଶ୍ରେଣୀର ହୋଇଥିବାରୁ ବର୍ଦ୍ଧିତ ଫି ଅନେକଙ୍କ ଉପରେ ବୋଝ ହେବ ବୋଲି ପ୍ରତିବାଦ କରିଥିଲା ଛାତ୍ର ସଂସଦ । ତେବେ ଦୀର୍ଘ ୧୫ ଦିନ ହେବ ଆନ୍ଦୋଳନ ଜାରି ରହିଥିବାବେଳେ କର୍ତ୍ତୃପକ୍ଷ କାନ ଦେଉନଥିବାରୁ ଆଜି ଋଣକ୍ଷେତ୍ର ପାଲଟିଥିଲା JNU କ୍ୟାମ୍ପସ ।

ସୋମବାର JNU ପକ୍ଷରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଉପରାଷ୍ଟ୍ରପତି ଭେଙ୍କୟା ନାୟଡୁ ଯୋଗ ଦେଇ ଭାଷଣ ଦେଉଥିବାବେଳେ କ୍ୟାମ୍ପସ ବାହାରେ ଚାଲିଥିଲା ଆନ୍ଦୋଳନ । ପ୍ରତିବାଦ ଉଗ୍ରରୂପ ନେବା ଆଶଙ୍କାରେ ବ୍ୟାରିକେଟର ବ୍ୟବସ୍ଥା କରିଥିଲା ପୋଲିସ । ମାତ୍ର ବ୍ୟାରିକେଟ ନ ମାନି ଆନ୍ଦୋଳନ ଅଧିକ ଉଗ୍ର ହୋଇଥିଲା ।
ପରିସ୍ଥିତି ବିଗିଡିବା ପରେ ଅଧିକ ପୋଲିସ ଫୋର୍ସକୁ ମୁତୟନ କରାଯାଇଥିଲା । ସକାଳୁ ଆରମ୍ଭ ହୋଇଥିବା ଆନ୍ଦୋଳନ ସଂନ୍ଧ୍ୟା ଯାଏ ମଧ୍ୟ ଶେଷ ହୋଇ ନ ଥିଲା । ଛାତ୍ରଛାତ୍ରୀ ମାନେ ହାତରେ ପୋଷ୍ଟର ଧରି କଲେଜ ଫି ବୃଦ୍ଧିକୁ ତ୍ରୀବ୍ର ବିରୋଧ କରିଥିଲେ । ଏପରିକି କିଛି ଛାତ୍ରଛାତ୍ରୀ କଲେଜସ କ୍ୟାମ୍ପସ ଭିତରେ ମଧ୍ୟ ଆନ୍ଦୋଳନ କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । 

ଆନ୍ଦୋଳନ ବ୍ୟାପକ ରୂପ ନେବା ପରେ ଛାତ୍ରୀମାନଙ୍କୁ ଆନ୍ଦୋଳନରୁ ନିବୃତ୍ତ କରିଥଲା ପୋଲିସ ଫୋର୍ସ । ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ପୋଲିସ ପକ୍ଷରୁ ପାଣି ମାଡ଼ କରାଯାଇଥିଲା ।