)
ନୂଆଦିଲ୍ଲୀ: ଆପଣ ସମସ୍ତଙ୍କ ଜଣେ ଜଣେ ପସନ୍ଦର କ୍ରିକେଟର ଥାଇ ପାରନ୍ତି । ଆମେ ଦେଶରେ ତ କ୍ରିକେଟକୁ ନେଇ ସମସ୍ତେ ପାଗଳ । କିଏ ବିରାଟ ପାଇଁ ତ ଆଉ କିଏ ମାହିଙ୍କୁ ନେଇ ଫିଦା । ପାଣ୍ଡ୍ୟାଙ୍କ ଷ୍ଟାଇଲ ଦେଖିବା ପାଇଁ ବହୁତ ଭଲ ପାଆନ୍ତି । ତେବେ ଆପଣ ଜାଣିଛନ୍ତି, ଆମ ଦେଶର କ୍ରିକେଟରଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ । ଆସନ୍ତୁ ନଜର ପକାଇବା କିଛି ଭାରତୀୟ କ୍ରିକେଟରଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ।
ହାର୍ଦ୍ଧିକ ପାଣ୍ଡ୍ୟା
ଏକ ସାକ୍ଷାତକାରରେ ନିଜେ ପାଣ୍ଡ୍ୟା ଶିକ୍ଷାଗତ ଯୋଗ୍ୟତା ନେଇ କହିଥିଲେ । ଆର୍ଥିକ ପରିସ୍ଥିତି କାରଣରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ଯାଇପାରିନଥିଲେ ପାଣ୍ଡ୍ୟା । ନବମ ଶ୍ରେଣୀ ପରେ ସେ ପାଠ ଛାଡ଼ି ଦେଇଥିଲେ ।
ବିରାଟ କୋହଲି
ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ କିଏ ବା ନଜାଣେ । ଖୁବ କମ୍ ବୟସରୁ ସେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ । ତେଣୁ ପଢାରେ ବେଶି ସମୟ ଦେଇପାରିନଥିଲେ । ଦିଲ୍ଲୀରେ ଯୁକ୍ତ ୨ ପର୍ଯ୍ୟନ୍ତ ହିଁ ପଢ଼ିଥିଲେ ବିରାଟ ।
ଧୋନୀ
ଭାରତୀୟ କ୍ରିକେଟ ଟିମର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଭାରତରୁ ଆଇସିସିର ୩ ବଡ଼ ଟ୍ରଫି ଦେଇଛନ୍ତି ସେ । ତେବେ ଧୋନୀ ମଧ୍ୟ ଯୁକ୍ତ ୨ ପର୍ଯ୍ୟନ୍ତ ହିଁ ପଢ଼ିଥିଲେ ।
ଯୁବରାଜ ସିଂହ
୬ ବଲରେ ୬ ଛକା ମାରି ସମସ୍ତଙ୍କ କେନ୍ଦ୍ରବିନ୍ଦୁ ପାଲଟିଥିବା ଯୁବରାଜ ମଧ୍ୟ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିଛନ୍ତି । ହରିଆଣା ଡିଏଭି ସ୍କୁଲରେ ପଢ଼ୁଥିଲେ ଯୁବରାଜ ।