ରାଜଧାନୀରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଗଳାକାଟି ହତ୍ୟା

ରାଜଧାନୀରେ ଚାଞ୍ଚଲ୍ୟ । ବୃଦ୍ଧଙ୍କୁ ଗଳାକାଟି ହତ୍ୟା । ସୋମବାର ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଅଧିନ ପୁରୁଣା ଷ୍ଟେସନ ବଜାର ନିକଟରେ । ୬ ନମ୍ବର ରେଳଷ୍ଟେସନ ନିକଟରେ ଥିବା ସୁକାନ୍ତି ଡର୍ମିଟାରୀରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଟଣୀ ଅଞ୍ଚଳର ଟି ବି ରାଓ ବୋଲି ଜଣାପଡିଛି । ଦୀର୍ଘଦିନ ଧରି ସେ ରେଳଷ୍ଟେସନରେ ATVM FACILITATOR ଭାବେ କାର୍ଯ୍ୟ କରୁଥିଲେ ।

ରାଜଧାନୀରେ ଚାଞ୍ଚଲ୍ୟ, ବୃଦ୍ଧଙ୍କୁ ଗଳାକାଟି ହତ୍ୟା
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବୃଦ୍ଧଙ୍କୁ ଗଳାକାଟି ହତ୍ୟା । ସୋମବାର ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଅଧିନ ପୁରୁଣା ଷ୍ଟେସନ ବଜାର ନିକଟରେ । ୬ ନମ୍ବର ରେଳଷ୍ଟେସନ ନିକଟରେ ଥିବା ସୁକାନ୍ତି ଡର୍ମିଟାରୀରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଟଣୀ ଅଞ୍ଚଳର ଟି ବି ରାଓ ବୋଲି ଜଣାପଡିଛି । ଦୀର୍ଘଦିନ ଧରି ସେ ରେଳଷ୍ଟେସନରେ ATVM FACILITATOR ଭାବେ କାର୍ଯ୍ୟ କରୁଥିଲେ ।

ହୋଟେଲର କେୟାର ଟେକରଙ୍କ କହିବ ଅନୁଯାଇ ସୋମବାର ଅପରାହ୍ନରେ ବାପ ପୁଅ ପରିଚୟ ଦେଇ ଜଣେ ଯୁବକ ଓ ଜଣେ ବୃଦ୍ଧ ଏହି ହୋଟେଲକୁ ରହିବା ପାଇଁ ଆସିଥିଲେ । ସେମାନଙ୍କୁ ପରିଚୟ ପତ୍ର ମାଗିବାରୁ କିଛି ସମୟ ପରେ ଦେବାକୁ କହି ରୁମ୍ ଭିତରକୁ ଯାଇଥିଲେ । କିଛି ସମୟ ପରେ ଯୁବକ ଜଣଙ୍କ ତଳକୁ ଆସିଥିଲେ । ହୋଟେଲ କର୍ତ୍ତୃପକ୍ଷ ପୁନର୍ବାର ପରିଚୟ ପତ୍ର ମାଗିବାରୁ ସାବୁନ୍ ଆଣିବାକୁ ଯାଉଛି ଏବଂ ଆସିଲେ ଦେବି କହି ଫେରାର ହୋଇଯାଇଥିଲେ । ଆଉ ଏହା ପରେ ଦୀର୍ଘ ସମୟ ଧରି ନ ଆସିବାରୁ କେୟାର ଟେକର ସନ୍ଦେହ କରି ସେମାନେ ଥିବା ରୁମକୁ ପ୍ରବେଶ କରିଥିଲା । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । 

ପୋଲିସ ଖବର ପାଇ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ସାହାଯ୍ୟରେ ତନାଘନା କରିଥିଲା । ସାଇଣ୍ଟିଫିକ୍ ଟିମ ବିଭିନ୍ନ ନମୁନା ସଂଗ୍ରହ କରିଥିବା ବେଳେ ପାଦ ଚିହ୍ନ ଚିହ୍ନଟ କରିଛି । ସନ୍ଧାନୀ କୁକୁର ମଧ୍ୟ ରେଳଷ୍ଟେସନ ପରିସରରେ ସନ୍ଧାନ କରି ଚକ୍କର କାଟିଥିବା ବେଳେ ଅଭିଯୁକ୍ତ ହତ୍ୟା କରି ଟ୍ରେନରେ ପଳାଇଥିବା ସନ୍ଦେହ କରାଯାଉଛି ।

old man Found Murdered

ତେବେ ଅଭିଯୁକ୍ତର ପରିଚୟ ମିଳିପାରିନାହିଁ । କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଭିଆଇଲା ତାହା ମଧ୍ୟ ସନ୍ଦେହ ଘେରରେ । ପୋଲିସ ଏହାର ତଦନ୍ତ ଜାରି ରଖିଛି । ବାରମ୍ବାର ରାଜଧାନୀରେ ଏପରି ହତ୍ୟାକାଣ୍ଡ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆହୁରି ବି ପଢନ୍ତୁ; ଜାଡ଼ରେ ବାଲିସେକ