• ଇଣ୍ଡିଆ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ
  • ୧୦ ୱିକେଟରେ ବାଜିମାତ୍ କଲା ବ୍ଲାକ କ୍ୟାଫ୍
  • ୨ ଟିକିଆ ସିରିଜରେ ୧-୦ରେ ଆଗୁଆ ନ୍ୟୁଜିଲ୍ୟାଣ୍ଡ
  • ଭାରତ ମାଟିରେ ଟ୍ରମ୍ପ ପରିବାର
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ସ୍ୱାଗତ
  • ଟ୍ରମ୍ପଙ୍କ ଗସ୍ତକୁ ନେଇ ଉଠୁଛି ପଡ଼ୁଛି ଅହମଦାବାଦ
  • 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି
  • ବିଶ୍ୱର ଦୁଇ ଶକ୍ତିଶାଳୀ ନେତାଙ୍କ ଉପରେ ବିଶ୍ୱବାସୀଙ୍କ ନଜର
  • କରୋନାକୁ ନିୟନ୍ତ୍ରଣକୁ ଆଣିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ: ଚୀନ ରାଷ୍ଟ୍ରପତି

ଦନ୍ତା ଉତ୍ପାତ, ସମସ୍ୟାରେ ଲୋକେ

ଯାଜପୁରରେ ଜାରି ରହିଛି ହାତୀ ଉପଦ୍ରବ ।

ଦନ୍ତା ଉତ୍ପାତ, ସମସ୍ୟାରେ ଲୋକେ
ସମସ୍ୟାରେ ଲୋକେ

ଯାଜପୁର: ଯାଜପୁରରେ ଜାରି ରହିଛି ହାତୀ ଉପଦ୍ରବ । ଗତକାଲି ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ୧୪ ବର୍ଷର ବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଧୁଳିଗଡ ଜଙ୍ଗଲ ନିକଟ ଧପଙ୍ଖୀ ଗ୍ରାମର ସତ୍ୟ ଜେନା। ଏଥିସହ ହାତୀ ଆକ୍ରମଣରେ ମଠସାହିରେ ଆଉ ଏକ ବୃଦ୍ଧ ଦମ୍ପତି ଆହତ ହୋଇଥିବା ଜଣାପଡିଛି । ଆହତ ବୃଦ୍ଧଙ୍କ ନାମ ଯୋଗେଶ୍ୱର ଦାସ ହୋଇଥିବା ବେଳେ ସେ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଆହତ ଦମ୍ପତିଙ୍କୁ ଆମ୍ବୁଲାନ୍ସ ଯୋଗେ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । 

ସେପଟେ ବନବିଭାଗ ଦ୍ୱାରା ହାତୀ ଘଉଡାଇବାକୁ ପ୍ରୟାସ ଜାରି ରହିଛି । ସ୍ଥାନୀୟ ଲୋକେ ହାତୀ ଆକ୍ରମଣ ଭୟରେ ଆତଙ୍କିତ ହୋଇ ପଡିଛନ୍ତି। ଲୋକେ ନିଆଁ ହୁଳା ଜାଳି ହାତୀ ଘଉଡାଇବା ଅଭିଯାନରେ ସାମିଲ ହୋଇଛନ୍ତି । ଗ୍ରାମବାସୀମାନେ ବାଇକ ଲାଇଟ୍ ପକାଇ ହାତୀକୁ ଅନ୍ୱେଷଣ କରିବାକୁ ଉଦ୍ୟମ କରୁଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଛି । ଗତ ସପ୍ତାହେ ହେଲା ଜିଲାର ଦାନଗଦୀ, ସୁକିନ୍ଦା, କୋରେଇ ଓ ରସୁଲପୁର ବ୍ଲକରେ ହାତୀ ଉପଦ୍ରବ ଜାରି ରହିଛି । 

ବନବିଭାଗ ହାତୀକୁ ଘଉଡାଇବାରେ ବିଫଳ ହୋଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଗତକାଲି ହାତୀ ଆକ୍ରମଣ ପରେ ଉତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ପରିସ୍ଥିତି ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା କଟକ ଡିଏଫଓ ଯାଜପୁର ଜିଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ହାତୀଟିକୁ କାବୁ କରିବା ପାଇଁ ନନ୍ଦନକାନନରୁ ବିଶେଷଜ୍ଞ ଦଳ ଆସିବାର କାର୍ଯ୍ୟକ୍ରମ ରହିଛି । 

ବିଶେଷଜ୍ଞ ଦଳ ଆସି ପରିସ୍ଥିତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଡିଲେ ଟ୍ରାଙ୍କୁଲାଇଜର ବ୍ୟବହାର କରାଯିବ ବୋଲି ଜଣାପଡିଛି । ସେପଟେ ହାତୀଟି ଆକ୍ରମଣାତ୍ମକ ହୋଇଥିବାରୁ ତାକୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ଜନସାଧାରଣ ସହଯୋଗ କରିବାକୁ କଟକ ଡିଏଫଓ ସୁଦର୍ଶନ ପାତ୍ର ନିବେଦନ କରିଛନ୍ତି ।