ଇମ୍ରାନ ଏମିତି ବାଣ୍ଟିଲେ ସଚେତନତା ବାର୍ତ୍ତା
Trending Photos
)
ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ସମୟରେ ବଲିଉଡ଼ ଜଗତର ନାମୀ କଳାକାରମାନେ ସହାୟତାର ହାତ ବଢାଉଥିବା ବେଳେ ସୋସିଆଲ ମିଡ଼ିଆ ଜରିଆରେ ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି। ଏହାରି ମଧ୍ୟରେ ବଲିଉଡ଼ ଜଗତର ପ୍ରସିଦ୍ଧ ଅଭିନେତା ଇମରାନ ହାସମୀ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଥିବା ଦେଖିବାକୁ ମିଳିଛି। ତେବେ ନିକଟରେ ଇମରାନ ଏକ ଟ୍ୱିଟ କରିଥିଲେ। ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି।
ନିକଟରେ ଇମରାନ ବର୍ତ୍ତମାନର ପରିସ୍ଥିତିକୁ ନେଇ ଏକ ଟ୍ୱିଟ କରିଥିଲେ। ଟ୍ୱିଟରେ ସେ ଉଲ୍ଲେଖ କରିଥିଲେ କି, ବର୍ତ୍ତମାନ ଦେଶର ପରିସ୍ଥିତି ଯୁଦ୍ଧକାଳୀନ ପରିସ୍ଥିତି ଠାରୁ ମଧ୍ୟ ଜଟିଳ ପରିସ୍ଥିତି ହୋଇ ପଡ଼ିଛି। କାରଣ ଆମେ ବର୍ତ୍ତମାନ ଏକ ଅଦୃଶ୍ୟ ଶକ୍ତି ସହିତ ଲଢେଇ ଜାରି ରଖିଛୁ। ଏହା ସହିତ ସେ ଜିଡିପି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଇମ୍ରାନଙ୍କ ଏହି ଟ୍ୱିଟ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଟ୍ୱିଟରେ ଟ୍ୱିଟର ହ୍ୟାଣ୍ଡେଲକାରୀମାନେ କମେଣ୍ଟ ମଧ୍ୟ କରିଛନ୍ତି।
This is worse than a certain war like situation, probably because we are fighting an invisible enemy: I’m no expert but great time to bump up the healthcare from the current 1.3% (approx)of GDP ?
— Emraan Hashmi (@emraanhashmi) April 3, 2020
ଇମ୍ରାନ ତାଙ୍କ ଟ୍ୱିଟରେ ଲେଖିଥିଲେ କି, ଏହି ପରିସ୍ଥିତି ଯୁଦ୍ଧକାଳୀନ ସ୍ଥିତି ଠାରୁ ମଧ୍ୟ ଅଧିକ ଜଟିଳ ହୋଇ ପଡ଼ିଛି। କାରଣ ଆମେ ଏକ ଅଦୃଶ୍ୟ ଶକ୍ତି ସହିତ ଲଢୁଛୁ। ମୁଁ କୌଣସି ବିଶେଷଜ୍ଞ ନୁହେଁ। କିନ୍ତୁ ଏହା ଏଭଳି ଏକ ସମୟ, ଯେଉଁ ସମୟରେ ସ୍ୱାସ୍ଥ୍ୟ ସେବାକୁ ୧। ୩ ପ୍ରତିଶତ ଜିଡିପିକୁ ଆଗକୁ ନେବାର ସମୟ ଆସିଛି। କିଛି ଦିନ ପୂର୍ବରୁ ଇମରାନ ଆଉଏକ ଟ୍ୱିଟ ମଧ୍ୟ କରିଥିଲେ, ଯାହା ବେଶ ଚର୍ଚ୍ଚାରେ ରହିଥିଲା।
ଏଠାରେ କହି ରଖୁଛୁ କି, ଅଭିନେତା ଇମ୍ରାନ ହାସମୀ ଦ ବଡ଼ି ସିନେମାନେ ନଜର ଆସିଥିଲେ। ଆଗାମୀ ସମୟରେ ସେ ଏକାଧିକ ବଡ଼ ବଡ଼ ପ୍ରୋଜେକ୍ଟରେ ନଜର ଆସିବେ। କୋରୋନା ଭାଇରସ ପାଇଁ ସମଗ୍ର ବଲିଉଡ଼ ଜଗତ ବର୍ତ୍ତମାନ ପୁରା ଠପ ହୋଇ ପଡ଼ିଛି। କୋରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୬୯ ଜଣ ସଂକ୍ରମିତ ହୋଇଚନ୍ତି। ଏହା ସହିତ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୩ ଜଣଙ୍କର ମୃତ୍ୟୁ ହୋଇଛି।