ତେବେ ଗତ ୩ ଦିନ ହେଲା ଜାରି ରହିଥିବା ଅପରେଶନରେ ୨ ଆତଙ୍କବାଦୀ ମଧ୍ୟ ସଫା ହେଲେଣି ।
Trending Photos
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ହନ୍ଦୱାଡ଼ାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଏହି ଏନକାଉଣ୍ଟରରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ କର୍ଣ୍ଣଲ, ଜଣେ ମେଜର ଏବଂ ଜଣେ ପୋଲିସ ଅଫିସର ରହିଛନ୍ତି । ତେବେ ଗତ ୩ ଦିନ ହେଲା ଜାରି ରହିଥିବା ଅପରେଶନରେ ୨ ଆତଙ୍କବାଦୀ ମଧ୍ୟ ସଫା ହେଲେଣି ।
ଯାହା ଜଣାପଡ଼ିଛି, ଏକ ଘରେ ଆତଙ୍କବାଦୀମାନେ ଛପି ରହିଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା । ଆଉ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଯାଇ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପଟେ ମୃତ ୨ ଜଣ ଆତଙ୍କବାଦୀ ବିଦେଶୀ ବୋଲି କୁହାଯାଉଛି । ନିକଟରେ ଏମାନେ ସୀମା ଡେଇଁ ପାକିସ୍ତାନରୁ ଭାରତ ଆସିଥିଲେ । ଏକ ଘର ଛପି ରହି ସୁରକ୍ଷାକର୍ମୀଙ୍କ ଉପରେ ଗୁଳିବର୍ଷା କରୁଥିଲେ ଆତଙ୍କବାଦୀ । ତେବେ ଯେତେବେଳେ ସୁରକ୍ଷାକର୍ମୀ ସେମାନଙ୍କ ସଠିକ୍ ଠିକଣା ହାସଲ କରିଥିଲେ, ସେହି ଘରକୁ ଉଡ଼ାଇ ଦେଇଥିଲେ । ଆତଙ୍କବାଦୀ ଛପି ରହିଥିବା ଘରକୁ ବିସ୍ଫୋରଣ କରିଦେଇଥିଲେ ସୁରକ୍ଷାକର୍ମୀ । ଆଉ ଏହି ବିସ୍ଫୋରଣରେ ସମ୍ପୃକ୍ତ ୨ ଆତଙ୍କବାଦୀ ଜଳି ଯାଇଛନ୍ତି ।