close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦିଲ୍ଲୀ ବିଗାଡ଼ିବ କ୍ରିକେଟରଙ୍କ ସ୍ୱାସ୍ଥ୍ୟ !

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହି ଟି-୨୦ ମ୍ୟାଚକୁ ଦିଲ୍ଲୀରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପରିବେଶବିତମାନେ ବିସିସିଆଇକୁ ଚେତାଇ ଦେଇଛନ୍ତି ।ଦିଲ୍ଲୀର ବିଷାକ୍ତ ବାୟୁର ପ୍ରଭାବ ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର ପ୍ରଭାବ ପକାଇପାରେ । ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହେଉଛି । ଏଭିଳି ସ୍ଥିତିରେ ଏଠାରେ ୩-୪ ଘଣ୍ଟା ଧରି କ୍ରିକେଟ୍ ଖେଳିଳା ଖେଳାଳିଙ୍କ ପାଇଁ ଠିକ୍ ହେବ ନାହିଁ । 

ଦିଲ୍ଲୀ ବିଗାଡ଼ିବ କ୍ରିକେଟରଙ୍କ ସ୍ୱାସ୍ଥ୍ୟ !

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଭାରତ ଆସନ୍ତା ରବିବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟି-୨୦ ଖେଳିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଖେଳାଳିମାନଙ୍କୁ ଚେତାବନୀ ଦେଇଛନ୍ତି ପରିବେଶବିତ୍ । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ । ପ୍ରକୃତ କଥା ହେଉଛି, ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏହି ଟି-୨୦ ମ୍ୟାଚକୁ ଦିଲ୍ଲୀରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ପରିବେଶବିତମାନେ ବିସିସିଆଇକୁ ଚେତାଇ ଦେଇଛନ୍ତି ।
ଦୀପାବଳୀ ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି । ଏଣୁ ଏଠାକୁ ଟି-୨୦ ମ୍ୟାଚ୍ ଖେଳାବାକୁ ଆସୁଥିବା ଖେଳାଳିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ । କିଛି ପରିବେଶବିତ୍ ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ଦିଲ୍ଲୀରେ ମ୍ୟାଚ୍ ନକରାଇବା ନେଇ ଅନୁରୋଧ କରିଛନ୍ତି । ଦିଲ୍ଲୀର ବିଷାକ୍ତ ବାୟୁର ପ୍ରଭାବ ଖେଳାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର ପ୍ରଭାବ ପକାଇପାରେ । ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହେଉଛି । ଏଭିଳି ସ୍ଥିତିରେ ଏଠାରେ ୩-୪ ଘଣ୍ଟା ଧରି କ୍ରିକେଟ୍ ଖେଳିଳା ଖେଳାଳିଙ୍କ ପାଇଁ ଠିକ୍ ହେବ ନାହିଁ । ଆସନ୍ତା ୩ ନଭେମ୍ବର ରବିବାର ଦିନ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଏହି ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ପରିବେଶବିତ୍ ଜ୍ୟୋତି ପାଣ୍ଡେ ଓ ରବିନା ରାଜ୍ କୋହଲି ବିସିସିଆଇକୁ ଏକ ଓପନ୍ ଲେଟର୍ ଲେଖିଛନ୍ତି । ଉଭୟେ କେୟାର୍ ଫର୍ ଏୟାର୍ ଓ ମାଇଁ ରାଇଟ୍ସ ଟୁ ବ୍ରିଦ୍ ନାମକୁ ଦୁଇଟି ଏନଜିଓ ପାଇଁ କାମ କରନ୍ତି । ଏଣୁ ପରିବେଶକୁ ନେଇ ସଚେତନ କରିବାକୁ ଯାଇ ଏହି ଚିଠି ଲେଖାଯାଇଛି । ଚିଠିରେ ଲେଖାଯାଇଛି, ଖେଳାଳିମାନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଆମେ ଚିନ୍ତିତ । ଦିଲ୍ଲୀର ବାୟୁ ଶୀତ ଋତୁରେ ବିଷାକ୍ତ ହେବାରେ ଲାଗିଛି, ଏଣୁ ଏଠାରେ ଏତେ ସମୟ କ୍ରିକେଟ୍ ଖେଳିବା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପକାଇବ । ଏଣୁ ଦୟାକରି ଏହି ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତରଣ କଲେ ଭଲ ହୁଅନ୍ତା ।

ସୂଚନା ଅନୁସାରେ ୨୦୧୭ ଡିସେମ୍ବର ମାସରେ  ଶ୍ରୀଲଙ୍କା ଟିମ୍ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଏକ ମ୍ୟାଚ୍ ଖେଳିଥିଲା, ସେତେବେଳେ ଏଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଶ୍ରୀଲଙ୍କା କ୍ରିକେଟ୍ ଦଳର ଖେଳାଳିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲେ । ଏଣୁ ଏବେ ବାଂଲାଦେଶ ଓ ଭାରତୀୟ ଖେଳାଳିଙ୍କ ଉପରେ ଦିଲ୍ଲୀର ବାୟୁ ନକାରାତ୍ମକ ପ୍ରଭାବ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି ।
ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏୟାର୍ କ୍ୱାଲିଟି ଇଣ୍ଡେସ୍କ ଏଠି କେତେବେଳେ ୩୦୦ ପାର୍ କରିଯାଉଛି । ଫଳରେ ସକାଳ ଓ ସଞ୍ଜ ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅନେକ ଲୋକ କଷ୍ଟ ଅନୁଭବ କରୁଛନ୍ତି । ଖାସ୍ କରି ଶୀତ ଋତୁର ଆଗମନରେ ଏଠାକାର ବାୟୁ ଜହର ପାଲଟି ଯାଉଛି । କୁହୁଡ଼ିର ଆସ୍ତରଣ ସଦୃଶ ଧୂଆଳିଆ ବାୟୁମଣ୍ଡଳ ଆଖି ଓ ଶ୍ୱାସକ୍ରିୟା ଉପରେ ଭୀଷଣ ନକାରାତ୍ମକ ପ୍ରଭାବ ପକାଉଛି । ଏଭଳି ସ୍ଥିତିରେ ଶତ ପ୍ରତିଶତ ଫିଟ୍ ଥିବା କ୍ରିକେଟର୍ ଦିଲ୍ଲୀରେ ମ୍ୟାଚ୍ ଖେଳିବା ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଗାଡ଼ିବା ଏକ ପ୍ରକାର ନିଶ୍ଚିତ । ଏଥିପାଇଁ ଏବେ କିଛି ପରିବେଶବିତ୍ ଏଠାରେ କ୍ରିକେଟ୍ ମ୍ୟାଚ୍ ନକରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି ।