close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କେଶ ଝଡୁଛି କି ? ଏହି ତେଲ ବ୍ୟବହାର କରନ୍ତୁ...

ଅନେକ ସମୟରେ ଆମେ କେଶ ଝଡିବା ନେଇ ଚିନ୍ତିତ ହୋଇଯାଉ । ଏଥିପାଇଁ ବହୁ ଉପଚାର ମଧ୍ୟ କରାଯାଏ । ହେଲେ ଅନେକ ସମୟରେ ଫଳ ଶୂନ । କୌଣସି ଉପଚାର କାମ କରାନାହିଁ । ତେଣୁ ଆମେ ଜାଣିବା ଦରକାର, କେମିତି କେଶର ଯତ୍ନ ନିଆଯିବା ଉଚିତ । 

କେଶ ଝଡୁଛି କି ? ଏହି ତେଲ ବ୍ୟବହାର କରନ୍ତୁ...
ପ୍ରତୀକାତ୍ମକ ଫଟୋ

ସ୍ୱାଗତ ରଞ୍ଜନ ପ୍ରଧାନ: ଅନେକ ସମୟରେ ଆମେ କେଶ ଝଡିବା ନେଇ ଚିନ୍ତିତ ହୋଇଯାଉ । ଏଥିପାଇଁ ବହୁ ଉପଚାର ମଧ୍ୟ କରାଯାଏ । ହେଲେ ଅନେକ ସମୟରେ ଫଳ ଶୂନ । କୌଣସି ଉପଚାର କାମ କରାନାହିଁ । ତେଣୁ ଆମେ ଜାଣିବା ଦରକାର, କେମିତି କେଶର ଯତ୍ନ ନିଆଯିବା ଉଚିତ । 

ସୌନ୍ଦର୍ଯ୍ୟ ବଢାଇଥାଏ କେଶ । ସାଧାରଣତଃ ଝିଅମାନେ କେଶ ଅଧିକ ଥିଲେ ବେଶି ସୁନ୍ଦର ଦେଖାଯାଆନ୍ତି । ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ ଲମ୍ବା ଏବଂ ମୋଟା କେଶ । ହେଲେ ଆମ ଖରାପ ଜୀବନ ଯାପନ ଶୈଳୀ ଯୋଗୁଁ କେଶ ଝଡିବା ଆରମ୍ଭ ହୋଇଯାଏ । ତେଣୁ ଆପଣଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । 

ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଆଉ ଏଥିପାଇଁ ନାନା ଉପାୟ ଆପଣାନ୍ତି । ବହୁ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ତେବେ କେଶର ଯତ୍ନ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥାଏ ଆଲମଣ୍ଡ ତେଲ । ଏହାକୁ ଆପଣ କେଶରେ ବ୍ୟବହାର କଲେ ବହୁ ଉପକାର ମିଳିଥାଏ । କମ୍ ସେ କମ୍ ଆପଣଙ୍କୁ ୫ ପ୍ରକାରର ଫାଇଦା ମିଳିବ ନିଶ୍ଚୟ । 

ତେବେ ଆସନ୍ତୁ ଜାଣିବା, କେତେ ଉପକାରୀ ଆଲମଣ୍ଡ ତେଲ ?

  • ଅନେକଙ୍କ କେଶ ଫାଟି ଯାଏ । ଯେଉଁଥିପାଇଁ ସେମାନେ ବେଶ ଚିନ୍ତିତ ଥାଆନ୍ତି । ଆଲମଣ୍ଡ ତେଲ ଏହି ସମସ୍ୟା ଦୂର କରେ । ଔଷଧ ପରି କାମ କରେ ।
  • କେଶ ଝଡିବା ବର୍ତ୍ତମାନ ଏକ ସାଧାରଣ ସମସ୍ୟା ହୋଇଗଲାଣି । କେଶ ଝଡିବା ବନ୍ଦ କରିବା ପାଇଁ ଲୋକେ କେତେ କଣ ବ୍ୟବହାର କରୁଛନ୍ତି । ଆଲମଣ୍ଡ ଏହି ସମସ୍ୟା ଦୂର କରିବ । 
  • ସାଧାରଣତଃ ଅନେକଙ୍କ ମୁଣ୍ଡରେ ରୂପି ଦେଖାଯାଏ । ତେଣୁ ଏହି ତେଲ ଲଗାଇଲେ ରୂପି ବନ୍ଦ ହୁଏ । 
  • କେଶ ଝଡିବାରୁ ସୌନ୍ଦର୍ଯ୍ୟ କମିଯାଏ । କେଶ ପତଳା ହୋଇଯାଏ । ମୋଟା କେଶ ପାଇଁ ଆଲମଣ୍ଡ ତେଲ ଭଲ କାମ କରେ ।