close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପ୍ରଶ୍ନ ଘେରରେ ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ: କିଏ କରିଥିଲା ଆୟୋଜନ, କାହାର ଥିଲା ଫଣ୍ଡି ?

ପ୍ରଶ୍ନ ଘେରରେ ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ । ବିଦେଶୀ ସାଂସଦଙ୍କ କାଶ୍ମୀର ଗସ୍ତର ଆୟୋଜନ କରିଥିଲା କିଏ ? ଏଥିପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା କିଏ ଦେଇଛି ? ପୂର୍ବରୁ ୟୁରୋପିଆନ ୟୁନିୟନର ୨୭ ସାଂସଦ କାଶ୍ମୀର ଯିବା ପାଇଁ ନିର୍ଦ୍ଧାରିତ ହୋଇଥିଲା । ହେଲେ କାହିଁକି ୪ ଜଣ ସାଂସଦ ଗଲେ ନାହିଁ ? ଏ ତମାମ ପ୍ରଶ୍ନ ଏବେ ଉଠିବା ପରେ ବିଭିନ୍ନ କଥା ସାମ୍ନାକୁ ଆସୁଛି । 

ପ୍ରଶ୍ନ ଘେରରେ ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ: କିଏ କରିଥିଲା ଆୟୋଜନ, କାହାର ଥିଲା ଫଣ୍ଡି ?
ଫଟୋ ସୌଜନ୍ୟ: ପିଟିଆଇ

ନୂଆଦିଲ୍ଲୀ: ପ୍ରଶ୍ନ ଘେରରେ ଇୟୁ ସାଂସଦଙ୍କ କାଶ୍ମୀର ଗସ୍ତ । ବିଦେଶୀ ସାଂସଦଙ୍କ କାଶ୍ମୀର ଗସ୍ତର ଆୟୋଜନ କରିଥିଲା କିଏ ? ଏଥିପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା କିଏ ଦେଇଛି ? ପୂର୍ବରୁ ୟୁରୋପିଆନ ୟୁନିୟନର ୨୭ ସାଂସଦ କାଶ୍ମୀର ଯିବା ପାଇଁ ନିର୍ଦ୍ଧାରିତ ହୋଇଥିଲା । ହେଲେ କାହିଁକି ୪ ଜଣ ସାଂସଦ ଗଲେ ନାହିଁ ? ଏ ତମାମ ପ୍ରଶ୍ନ ଏବେ ଉଠିବା ପରେ ବିଭିନ୍ନ କଥା ସାମ୍ନାକୁ ଆସୁଛି । 

ଯେଉଁ ୪ ଜଣ ସାଂସଦ କାଶ୍ମୀର ଗସ୍ତ ବାତିଲ କରିଥିଲେ, ସେମାନେ ଗୁରୁତର ଅଭିଯୋଗ କରିଥିବା ବିରୋଧୀଙ୍କ ପକ୍ଷରୁ କୁହାଯାଇଛି । ସେମାନଙ୍କ କହିବା କଥା ଥିଲା, କୁଆଡେ ସ୍ଥିତି ପରଖିବା ପାଇଁ ତାଙ୍କୁ ସ୍ୱାଧୀନତା ମିଳିନଥିଲା । ଏହା ମଧ୍ୟ କୁହାଯାଉଛି, ବିଦେଶୀ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣପନ୍ଥୀ । ଏମାନଙ୍କ ଗସ୍ତ ଆୟୋଜନ କିଏ କରିଥିଲା ଏବଂ ଏଥିପାଇଁ ଫଣ୍ଡିଂ କାହାର ଥିଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । 

କଡା ସୁରକ୍ଷା ବଳୟରେ ଶ୍ରୀନଗରରେ ବୁଲିଥିଲେ ବିଦେଶୀ ସାଂସଦ । ହେଲେ ସେଠିକାର କିଛି ସ୍ଥାନୀୟ ନେତାଙ୍କ ଅଭିଯୋଗ ଏହା ଯେ, ପ୍ରତିନିଧି ଦଳ ସହ ତାଙ୍କୁ ସାକ୍ଷାତ କରିବା ପାଇଁ ସୁଯୋଗ ଦିଆଯାଇନି । କାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଗୃହବନ୍ଦୀ ଅଛନ୍ତି, ସେହି ପାଖାପାଖି ମଧ୍ୟ ବୁଲିଥିଲେ ୟୁରୋପିଆନ ୟୁନିୟନର ୨୩ ସାଂସଦ  । ହେଲେ ଗୃହବନ୍ଦୀ ନେତାଙ୍କୁ ସାକ୍ଷାତ କରିନଥିଲେ । କୁଆଡେ ସାଧାରଣ ଲୋକଙ୍କ ସହ ପ୍ରତିନିଧି ମଣ୍ଡଳୀଙ୍କ ସାକ୍ଷାତ ପାଇଁ ସେମିତି କିଛି ବ୍ୟବସ୍ଥା ହୋଇନଥିଲା ବୋଲି ବିରୋଧୀଙ୍କ ପକ୍ଷରୁ ସନ୍ଦେହ କରାଯାଇଛି ।

ବିଦେଶୀ ପ୍ରତିନିଧି ଦଳର ଗସ୍ତ ବେଶ ନିୟନ୍ତ୍ରଣପୂର୍ଣ୍ଣ ଥିଲା । ସେନା ମୁଖ୍ୟାଳୟରେ ସେନା ଅଧିକାରୀଙ୍କ ସହ ବିଦେଶୀ ସାଂସଦ ଆଲୋଚନା କରିଥିଲେ । ଯେଉଁଠି ତାଙ୍କୁ ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇଥିଲା । ହେଲେ କିଛି ଲୋକଙ୍କ ଅଭିଯୋଗ, ସାଧାରଣ ଲୋକ କିମ୍ବା କୌଣସି ସାମାଜିକ ସଙ୍ଗଠନ ସହ ପ୍ରତିନିଧି ଦଳର ସାକ୍ଷାତ ହେବାକୁ ଦିଆଯାଇନଥିଲା । 

ନ୍ୟାସନାଲ କନଫରେନ୍ସର ଦୁଇ ସାଂସଦ କହିଛନ୍ତି, ସେମାନେ ଏହି ପ୍ରତିନିଧି ଦଳକୁ ଭେଟିବାକୁ ଚାହୁଁଥିଲେ । ମାତ୍ର ତାଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ । ବିଦେଶୀ ସାଂସଦଙ୍କ କାଶ୍ମୀର ଗସ୍ତରେ  ଏକ ଅଜଣା ସଂସ୍ଥାର ହାତଥିବା କୁହାଯାଉଛି । ଆଉ ଏସବୁ ଭିତରେ କେନ୍ଦ୍ର ସରକାରଙ୍କୁ ଏହି ସମ୍ପର୍କରେ ଘେରିଛନ୍ତି ବିରୋଧୀ । ଦେଶର ସାର୍ବଭୌମତ୍ୱ ଉପରେ ଏହା ଆକ୍ରମଣ ବୋଲି କଂଗ୍ରେସ କହିଛି । 

ଧାରା ୩୭୦ ଉଚ୍ଛେଦ ପରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଏକାଧିକ ମାମଲାର ଶୁଣାଣି କରି କୋର୍ଟ ସେଠାର ସ୍ଥାନୀୟ ନେତାଙ୍କୁ କୌଣସି ନିର୍ବାଚନୀ ପ୍ରସଙ୍ଗରେ ଆଲୋଚନା ନକରିବାକୁ କହିଥିଲେ । ମାମଲାରେ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଷ୍ଟାଟସ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିନାହାଁନ୍ତି । ଆଗାମୀ ଶୁଣାଣିରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ପକ୍ଷରୁ ସରକାରଙ୍କୁ ଘେରିପାରନ୍ତି ।