close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଜମ୍ମୁ କାଶ୍ମୀରକୁ ନେଇ ପିଏମ ମୋଦିଙ୍କ ସହ ସାକ୍ଷାତ କଲା ୟୁରୋପୀୟନ ସଂସଦୀୟ ଦଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି ୟୁରୋପୀୟନ ସଂସଦର ସାଂସଦ । ସୋମବାର ନୂଆଦିଲ୍ଲୀରେ ପିଏମ ମୋଦିଙ୍କ ସହ ଏହି ସାକ୍ଷାତ ବେଳେ ରାଷ୍ଟ୍ରୀୟ ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତ ବେଳେ ଜମ୍ମୁ କାଶ୍ମୀର ବିଷୟରେ ଆଲୋଚନା ହୋଇଥିଲା । 

ଜମ୍ମୁ କାଶ୍ମୀରକୁ ନେଇ ପିଏମ ମୋଦିଙ୍କ ସହ ସାକ୍ଷାତ କଲା ୟୁରୋପୀୟନ ସଂସଦୀୟ ଦଳ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି ୟୁରୋପୀୟନ ସଂସଦର ସାଂସଦ । ସୋମବାର ନୂଆଦିଲ୍ଲୀରେ ପିଏମ ମୋଦିଙ୍କ ସହ ଏହି ସାକ୍ଷାତ ବେଳେ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ଏହି ସାକ୍ଷାତ ବେଳେ ଜମ୍ମୁ କାଶ୍ମୀର ବିଷୟରେ ଆଲୋଚନା ହୋଇଥିଲା । 

ଜମ୍ମୁ କାଶ୍ମୀରର ବର୍ତ୍ତମାନ ପରିସ୍ଥିତି ଉପରେ ଖୋଲାଖୋଲି ଆଲୋଚନା କରିଥିଲା ଦୁଇ ପକ୍ଷ । ଏହି ବୈଠକରେ ପିଏମ ମୋଦି ଓ ଡୋଭାଲଙ୍କ ସହ  କାଶ୍ମୀର ବିଷୟକୁ ନେଇ ଚର୍ଚ୍ଚା କରି ୟୁରୋପୀୟନ ପ୍ରତିନିଧି ମଣ୍ଡଳ ସନ୍ତୁଷ୍ଟ ହୋଇଛି ବୋଲି ଜଣାପଡିଛି । ଏହି ପ୍ରତିନିଧି ମଣ୍ଡଳ ଜମ୍ମୁ କାଶ୍ମୀର ଗସ୍ତରେ ଯିବ । ଚଳିତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ହଟାଇଥିଲେ ମୋଦି ସରକାର । ଏହାପରେ କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳର ଏହା ପ୍ରଥମ କାଶ୍ମୀର ଗସ୍ତ ହେବ ।

ଧାରା ୩୭୦ର ଉଚ୍ଛେଦ ପରେ ଦୁନିଆ ସାରା ଜମ୍ମୁ କାଶ୍ମୀରକୁ ନେଇ ଚର୍ଚ୍ଚା ଲାଗି ରହିଛି । ପାକିସ୍ତାନ ତରଫରୁ ବାରମ୍ବାର ଏହି ମାମଲାକୁ ଉପସ୍ଥାପନ କରାଯାଉଛି ।  ଏପରି ଚର୍ଚ୍ଚା ଭିତରେ ୟୁରୋପୀୟନ ପ୍ରତିନିଧି ମଣ୍ଡଳର ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ୟୁରୋପୀୟନ ପ୍ରତିନିଧି ମଣ୍ଡଳରେ ସର୍ବମୋଟ ୨୮ ଜଣ ସଦସ୍ୟ ଅଛନ୍ତି । ବର୍ତ୍ତମାନ ଯାଏ କୌଣସି ବିଦେଶୀ ପ୍ରତିନିଧି ମଣ୍ଡଳକୁ ଜମ୍ମୁ କାଶ୍ମୀର ଯିବା ପାଇଁ ଅନୁମତି ମିଳି ନଥିଲା ।

ଏହି ସାକ୍ଷାତ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ବୟାନ ଜାରି କରାଯାଇଛି ।  ପିଏମଓ କହିଛି ଯେ, ୟୁରୋପୀୟନ ସାଂସଦମାନେ ଭାରତ ଆସି ଭାରତୀୟ ସଂସ୍କୃତି ବିଷୟରେ ଜାଣିବା ବହୁତ ବଡ଼ ଖୁସିର ବିଷୟ । ଅନ୍ୟପଟେ ପିଏମ ମୋଦି କହିଛନ୍ତି ଯେ, ଜମ୍ମୁ କାଶ୍ମୀର ସମେତ ଭାରତର ବିଭିନ୍ନ ଅଞ୍ଚଳରେ ଦଳ ଗସ୍ତ କରିବ । ଏହାସହ ସେମାନଙ୍କ ଗସ୍ତ ସଫଳ ହେବାର କାମନା କରିଛନ୍ତି ସେ । 

ଚଳିତ ବର୍ଷ ଅଗଷ୍ଟ ୫ରେ ଧାରା ୩୭୦ର ଉଚ୍ଛେଦ କରି ଜମ୍ମୁ କାଶ୍ମୀରରୁ ବିଶେଷ ରାଜ୍ୟର ମାନ୍ୟତା ଛଡାଇ ନେଇଥିଲେ ମୋଦି ସରକାର । ଏହାସହ ଏହି ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ଯାହା ପରେ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ବିଷୟକୁ ଉପସ୍ଥାପନ କରୁଛି । ଏହାସହ ବିଭିନ୍ନ ଦେଶ ଠାରୁ ଏହି ବିଷୟରେ ସାହାଯ୍ୟ ମଧ୍ୟ ମାଗୁଛି ପାକ୍ ।