• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ସାହାଯ୍ୟ ଅପେକ୍ଷାରେ ପୂର୍ବତନ ବିଧାୟକ ତଥା ସାଂସଦଙ୍କ ଅସହାୟ ପରିବାର

ଝାଟିମାଟିର କୁଡିଆ ଘର କଟୁଛି ପୂର୍ବତନ ବୌଦ୍ଧ ବିଧାୟକ ଓ କନ୍ଧମାଳର ସାଂସଦ ସ୍ୱର୍ଗତ ଅନିରୁଦ୍ଧ ଦୀପ ଙ୍କ ପରିବାର ଲୋକଙ୍କ ଦିନ। ଦାଦନ ଘଟିବାକୁ ଯାଇଛନ୍ତି ତାଙ୍କ ଦୁଇ ନାତି। ବଢିଲା ନାତୁଣୀର ହୋଇପାରୁନି ବିବାହ। ପହଞ୍ଚି ପାରିନି ସରକରୀ ସୁବିଧା।

ସାହାଯ୍ୟ ଅପେକ୍ଷାରେ ପୂର୍ବତନ ବିଧାୟକ ତଥା ସାଂସଦଙ୍କ ଅସହାୟ ପରିବାର

ବୌଦ୍ଧ: ଆଜିର ବିଧାୟକ ଓ ସାଂସଦ ମାନଙ୍କ ପାଇଁ ସରକାର ହଜାରହଜାର ଟଙ୍କାର ପେନସନ, ଗାଡି, ବଙ୍ଗଳା ଭଳି ଅନେକ ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି। ଆଉ ଥରେ ରାଜନିତିକୁ ଆସି ସରପଞ୍ଚ  ଅବା ବିଧାୟକ କି ସାଂସଦ ର ମୋହର ବାଜିଗଲେ ପୁରୁଷପୁରୁଷ ପାଇଁ ସମ୍ପତି ସଂଚୟ କରୁଛନ୍ତି। ହେଲେ ବୌଦ୍ଧ ଜିଲ୍ଲାର ପୁର୍ବତନ ବିଧାୟକ ଏବଂ କନ୍ଧମାଳର ସାଂସଦ ସ୍ୱର୍ଗତ ଅନିରୁଦ୍ଧ ଦୀପ ସର୍ବଦା ଲୋକଙ୍କ ସେବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ କରି ନିଜକୁ ଉତ୍ସର୍ଗିକୃତ କରିଥିବା ଏହି ଲୋକପ୍ରତିନିଧି ଙ୍କ ପରିବାର ଏବେ ଦୁର୍ଦିନରେ। ପୁଅ ଆରପାରିରେ, ଦୁଇ ନାତି ଦାଦନ, ଆଉ ଘରେ ବଢିଲା ଝିଅ କୁ ନେଇ ବିଧବା ବୋହୁ ଝାଟିମାଟିର ଜରିପାଲ ଘେରା କୁଡିଆ ଘରେ ଜିବନ କାଟୁଥିବାବେଳେ ଭୁଲିଯାଇଛନ୍ତି ସରକାର। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟ ଜବଲପୁର ଗ୍ରାମରେ। 

ଝାଟିମାଟିର କୁଡିଆ ଘର ଉପରେ ପଡିଛି ଜରିପାଲ। ଘର ଛପର ପାଇଁ ପାଖରେ ନାହିଁ  ସମ୍ବଳ। ପରିବାର ପୋଷିବା ପାଇଁ ପାଠପଢା ଛାଡି ଦୁଇପୁଅ ଯାଉଛନ୍ତି ଦାଦନ ଖଟିବାକୁ । ଅର୍ଥ ଅଭାବରୁ ବଢିଲା ଝିଅର ବାହାଘର ହୋଇପାରୁନି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜବଲପୁର ଗାଁରେ ରହୁଥିବା ପୂର୍ବତନ ବୌଦ୍ଧ  ବିଧାୟକ ଓ  କନ୍ଧମାଳର ସାଂସଦ ସ୍ୱର୍ଗତ ଅନିରୁଦ୍ଧ ଦୀପ ଙ୍କ ପରିବାର ଏପରି ଅଛନ୍ତି । ଅନିରୁଦ୍ଧ ଦୀପ ଓ ତାଙ୍କ ପତ୍ନୀ ଆରପାରିକୁ ଯିବା ପରେ  ଝାଟିମାଟି ଚାଳଛପର ଘରେ ଅତି ଦୟନୀୟ  ଅବସ୍ଥାରେ କଟୁଛି  ତାଙ୍କ ବିଧବା ବୋହୂ ଓ ନାତିନାତୁଣି ଙ୍କ ଜୀବନ। ସରକାରଙ୍କ ପକ୍ଷରୁ କେବଳ  ମିଳୁଛି  ମାସିକ ୫ ଶହ ଟଙ୍କା ବିଧବା ଭତ୍ତା ଆଉ ୫ କେଜି ଚାଉଳ। 

୧୯୬୧ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଗଣତନ୍ତ୍ର ପରିଷଦ ପାର୍ଟିରୁ ବୌଦ୍ଧ-କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅନିରୁଦ୍ଧ। ପରେ ୧୯୬୭ ରୁ ୧୯୭୧ ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଦଳରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।   ନିଜ ପରିବାର ବର୍ଗ ଙ୍କୁ ଭୁଲି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗିକୃତ କରିଦେଇଥିଲେ ସେ  । ତାଙ୍କ ସମୟରେ  ସେ  ଅଞ୍ଚଳର ବିକାଶ ପାଇଁ ବହୁ ଜନହିତକର ଯୋଜନା କରିଥିଲେ ।  ପରିବାର ପାଇଁ କାଣିକଉଡିଏ ରଖିନଥିଲେ। ତାଙ୍କର ଦେହାନ୍ତ ପରେ ଏକମାତ୍ର ରୋଜଗାରିଆ ପୁଅ କିଡନୀ ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯାଇଛନ୍ତି। ଏବେ  ବିଧବା ବୋହୂ ନାତିନାତୁଣି ଙ୍କୁ ନେଇ ଦୁର୍ଦିନରେ ଦିନ କାଟୁଛନ୍ତି। ଘଟଣାକୁ   ବୁଦ୍ଧିଜୀବୀ  ମହଲରେ ତୀବ୍ର ନିନ୍ଦା କରାଯାଇଛି ।