ଏମିତି ଚାଲୁଛି ଗଞ୍ଜେଇ ଚାଲାଣ...
Advertisement
Article Detail0/zeeodisha/odisha610543

ଏମିତି ଚାଲୁଛି ଗଞ୍ଜେଇ ଚାଲାଣ...

ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ବହୁ ପରିମାଣରେ ଗଞ୍ଜେଇ ଜବତ । ପାଖାପାଖି ୧୫୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଚଳାଇଛି ପୋଲିସ । ଗଞ୍ଜେଇ କେଉଁଠିକୁ ଚାଲାଣ ହେଉଥିଲା, ସେନେଇ ଅଧିକ ତଦନ୍ତ ଚାଲିଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ବହୁ ପରିମାଣରେ ଗଞ୍ଜେଇ ଜବତ । ପାଖାପାଖି ୧୫୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଚଳାଇଛି ପୋଲିସ । ଗଞ୍ଜେଇ କେଉଁଠିକୁ ଚାଲାଣ ହେଉଥିଲା, ସେନେଇ ଅଧିକ ତଦନ୍ତ ଚାଲିଛି । 

ସୂଚନା ମୁତାବକ, ଅନାକାପଲ୍ଲୀ ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି । ପ୍ୟାକେଟ ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ହେଉଥିଲା । ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ବିଶାଖାପାଟଣାରେ ଏଭଳି ଢଙ୍ଗରେ ଗଞ୍ଜେଇ ଚାଲାଣ ହୋଇଥାଏ । ଅବକାରୀ ବିଭାଗର କର୍ମଚାରୀ ଏହାକୁ ଜବତ କରିଛନ୍ତି । ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି । 

ଆହୁରି ପଢନ୍ତୁ; ଦିଲ୍ଲୀରେ CAA ନିଆଁ, ୩ଟି ବସ୍ ପୋଡିଦେଲେ ଆନ୍ଦୋଳନକାରୀ

ନାଗରିକତା ଆଇନକୁ ତୀବ୍ର ବିରୋଧ । ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନକାରୀ ୪ଟି ବସ୍ ରେ ନିଆଁ ଲଗାଇ ଦେଇଛନ୍ତି । ଦକ୍ଷିଣଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଆନ୍ଦୋଳନକାରୀ ଭଙ୍ଗାରୁଜା କରିବା ସହ ୪ଟି ବସ୍ ଓ ଅନେକ ମୋଟର ସାଇକେଲ୍ ଜାଳି ଦେଇଛନ୍ତି । ନିଆଁକୁ ଆୟତ୍ତ ଲାଗି ୪ ଦମକଳକୁ ନିୟୋଜିତ କରାଯାଇଛି । କିନ୍ତୁ ଆନ୍ଦୋଳନକାରୀ ଅଗ୍ନିଶମ ବିଭାଗର ଗାଡ଼ିରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଏହାସହିତ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।

ଆଜି ଜାମିଆ ନଗରରୁ ଓଖଲା ଅଭିମୁଖେ ଆନ୍ଦୋଳନକାରୀମାନେ ଶୋଭାଯାତ୍ରା ବାହାର କରିଥିଲେ । ରାଲିରେ ଜାମିଆ ମିଲିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇଥିଲେ। ରାଲି ହିଂସାତ୍ମକ ହେବା ସହ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠିଚାର୍ଜ କରିଛି । ଉତ୍ତଜନାକୁ ଦୃଷ୍ଚିରେ ରଖି ସ୍ଥାନୀୟ ୪ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି । ହିଂସା ପାଇଁ ଆପ୍ ନେତା ଅମାନତୁଲ୍ଲାହଙ୍କୁ ବିଜେପି ଦାୟୀ କରିଥିବାବେଳେ ସେ ହିଂସା ପାଇଁ ଦାୟୀ ନୁହଁନ୍ତି ବୋଲି ସଫେଇ ଦେଇଛନ୍ତି ।