ଫେସବୁକରୁ ତଥ୍ୟ ଚୋରି ଅଭିଯୋଗ, ଥାନାରେ ମାମଲା

ଫେସବୁକରୁ ପୁଣି ଥରେ ତଥ୍ୟ ଚୋରି ଅଭିଯୋଗ ହୋଇଛି। ଏନେଇ ପୁଣି ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି। ଏଭଳି ଘଟଣା ଘଟିଛି ଅଷ୍ଟ୍ରେଲିଆରେ। 

ଫେସବୁକରୁ ତଥ୍ୟ ଚୋରି ଅଭିଯୋଗ, ଥାନାରେ ମାମଲା

ନୂଆଦିଲ୍ଲୀ: ଫେସବୁକରୁ ପୁଣି ଥରେ ତଥ୍ୟ ଚୋରି ଅଭିଯୋଗ ହୋଇଛି। ଏନେଇ ପୁଣି ଥାନାରେ ମାମଲା ରୁଜୁ ମଧ୍ୟ ହୋଇଛି। ଏଭଳି ଘଟଣା ଘଟିଛି ଅଷ୍ଟ୍ରେଲିଆରେ।  

ଅଷ୍ଟ୍ରେଲିଆର ସୂଚନା ଅଧିକାରୀ ଏଞ୍ଜେଲିନା କାଫେ କହିଛନ୍ତି କି, ଫେସବୁକ ଉପରେ ଏକ ସର୍ଭେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସର୍ଭେର ନାମ ଥିଲା ଦିସ ଇଜ ୟୋର ଡିଜିଟାଲ ଲାଇଫ। ତେବେ ଏଞ୍ଜେଲିନ ନିଜ ଓ୍ୱେବ ସାଇଟ ମାଧ୍ୟମରେ ରାଜନୈତିକ ସୂଚନା ହାସଲ କରିବାକୁ ଚାହୁଁଥିଲେ। ଏଞ୍ଜେଲିନ ଏହି ସର୍ଭେ ମାଧ୍ୟମରେ ସୂଚନା ପାଇଥିଲେ କି, ଗୋପନୀୟତାର ନିୟମ ଫେସବୁକ ଭାଙ୍ଗୁଥିବା ନେଇ ୩୧୧୧୨୭ ଜଣ ଫେସବୁକ ବ୍ୟବହାରକାରୀ ସୂଚନା ପ୍ରଦାନ କରିଥିଲେ।  

ସେ ଆହୁରି ମଧ୍ୟ କହିଥିଲେ କି, ତେବେ ଫେସବୁକର ଲକ୍ଷ୍ୟ ଥିଲାକୁ ବିଶ୍ୱକୁ ଏକ ସୂତାରେ ବାନ୍ଧିବା ଓ ଏହି ଦିଗରେ ସଠିକ ବ୍ୟବହାର କରିବା। ତେବେ ଫେସବୁକ ଆକାଉଣ୍ଟ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିବାର ଅଭିଯୋଗ ବାରମ୍ବାର ଆସୁଛି। ଏଥିରେ ଫେସବୁକ କାର୍ଯ୍ୟକର୍ତ୍ତାମାନେ ରୋକ ଲଗାଇବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।  

ତେବେ ଏହି ନିୟମ ଉଲ୍ଲଂଘନକାରୀ ଦଫା ଅନୁଯାୟୀ ଫେସବୁକକୁ ୧। ୭ ମିଲିୟନ ଅଷ୍ଟ୍ରେଲିଆ ଡଲାର ଅନୁଯାୟୀ ଅର୍ଥଦଣ୍ଡରେ ଦଣ୍ଡିତ ହୋଇପାରେ ବୋଲି ଏଞ୍ଜେଲିନ କହିଥିଲେ। ଏହାପୂର୍ବରୁ ମଧ୍ୟ ଫେସବୁକ ଏଭଳି ତଥ୍ୟ ଚୋରି କରିଥିବା ନେଇ ଅଭିଯୋଗ ରହିଥିବା ସେ ସୂଚନା ଦେଇଥିଲେ।