ଦ୍ରୁତ ବୋଲର ଓ ବିରାଟ କୋହଲିଙ୍କ ସଫଳତା

ଇନ୍ଦୋର ପରେ ଏବେ ଇଡେନରେ ମଧ୍ୟ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି ​।   

ଦ୍ରୁତ ବୋଲର ଓ ବିରାଟ କୋହଲିଙ୍କ ସଫଳତା

କୋଲକାତା: ଇନ୍ଦୋର ପରେ ଏବେ ଇଡେନରେ ମଧ୍ୟ ଟିମ୍ ଇଣ୍ଡିଆ ବାଜିମାତ୍ କରିଛି ।  ୨-୦ରେ ସିରିଜ୍ ବିଜୟ ସହ ଅନେକ ରେକର୍ଡ ଏବେ ନଜରକୁ ଆସିଛି ।   ପ୍ରଥମ ଥର ପାଇଁ ଲଗାତାର ୪ଟି ଟେଷ୍ଟରେ ଇନିଂସ ବିଜୟ ହାସଲ କରିଛି ଭାରତ ।   ଅଧିନାୟକ କୋହଲିଙ୍କ ନେତୃତ୍ୱରେ ଏଭଳି ସଫଳତା ପାଇଛି ଦଳ ।  କିଛିଦିନ ପୂର୍ବେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୩୭ ରନ୍ ଓ ୨୦୨ ରନର ଇନିଂସ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ଏବେ ବାଂଲାଦେଶ ବିପକ୍ଷରେ ମଧ୍ୟ ଏକ ଇନିଂସ ସହ ୧୩୦ ଓ ୪୬ ରନ୍ ବ୍ୟବଧାନରେ ଜିତିଛି ଭାରତ । 

ସେହିପରି, ଅଧିକ ଟେଷ୍ଟ ବିଜୟରେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଆଲାନ୍ ବୋର୍ଡରଙ୍କୁ ଅତିକ୍ରମ କରିଛନ୍ତି କୋହଲି ।  ସେ ଅଧିନାୟକ ଭାବେ ୩୩ଟି ଟେଷ୍ଟରେ ଦଳକୁ ବିଜୟୀ କରାଇଥିବା ବେଳେ ବୋର୍ଡର ୩୨ଟି ଟେଷ୍ଟରେ ଦଳକୁ ଜିତାଇଥିଲେ ।  ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାର ଗ୍ରାଏମ୍ ସ୍ମିଥ୍ ସର୍ବାଧିକ ୫୩ ଟେଷ୍ଟରେ ଦଳକୁ ବିଜୟୀ କରାଇଛନ୍ତି ।  ଏହି ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି କ୍ୟାପ୍ଟେନ୍ କୋହଲି । 

ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଚ ସିରିଜରେ ବେଶ୍ ସକ୍ସେସ ହୋଇଛନ୍ତି ଭାରତୀୟ ସ୍ପିଡଷ୍ଟର । ଏପରିକି ଇଡେନ୍ ଟେଷ୍ଟରେ ଅଶ୍ୱିନଙ୍କୁ ଗୋଟିଏ ୱିକେଟ୍ ବି ମିଳିନି ।  କାରଣ ଇଡେନ୍ ଗାର୍ଡେନରେ ଈଶାନ୍ତ ୯ଟି, ଉମେଶ ଯାଦବ ୮ଟି ଓ ସାମି ୨ଟି ୱିକେଟ୍ ନେଇଥିଲେ ।  ୨୦ଟି ୱିକେଟରୁ ୧୯ଟି ୱିକେଟ୍ ହାସଲ କରିଛନ୍ତି ସ୍ପିଡଷ୍ଟର ।  ୨୦୧୭/୧୮ରେ ଜୋହାନ୍ସବର୍ଗରେ ସମସ୍ତ ୨୦ଟି ୱିକେଟ୍ ପେସ୍ ଆଟାକକୁ ମିଳିଥିବା ବେଳେ ୨୦୧୮ ଟ୍ରେଣ୍ଟ ବ୍ରିଜ୍ ମୁକାବିଲାରେ ମଧ୍ୟ ୧୯ଟି ୱିକେଟ୍ ନେଇଥିବା ଭାରତୀୟ ଦ୍ରୁତ ବୋଲର ।  ପୂର୍ବରୁ ଘରୋଇ ମାଟିରେ ୨୦୧୭/୧୮ରେ ଶ୍ରୀଲଙ୍କା ବିରୋଧରେ ୧୭ଟି ୱିକେଟ୍ ପାଇଥିଲେ ସ୍ପିଡଷ୍ଟର ।  ଏବେ କିନ୍ତୁ ବାଂଲାଦେଶ ବିପକ୍ଷରେ ୧୯ ୱିକେଟ୍ ନେଇ ଆଉ ରେକର୍ଡ କରିଛନ୍ତି ଦ୍ରୁତ ବୋଲର।