close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମହିଳାଙ୍କୁ ଅସଦାଚରଣ କରି ଛେଚା ଖାଇଲେ ବାବା

ଗତକାଲି ରାତିରେ ତାର ପୁର୍ବ ଯୋଜନା ଅନୁଯାୟୀ ଉକ୍ତ ମହିଳାଙ୍କ ଘରେ ଆରମ୍ଭ କରିଥିଲା ମିଛି ମିଛିକା ପୂଜାପାଠ। ଯେତେ ରାତି ବଢ଼ୁଥିଲା ସେତେ କାମନା ବଢ଼ୁଥିଲା ବାବା ମନରେ । ଲୋଭ ଦେଖାଇ ନେଇଗଲା ମଶାଣି ତାପରେ ...

ମହିଳାଙ୍କୁ ଅସଦାଚରଣ କରି ଛେଚା ଖାଇଲେ ବାବା

ଭଦ୍ରକ: ପୁଣି ଜଣେ ଭଣ୍ଡ ବାବାଙ୍କ କଳାକାରନାମାର କାହାଣୀ ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ରାଧନାଥପୁର ଗ୍ରାମରେ ଭଣ୍ଡ ବାବାଙ୍କ କଳାକାରନାମାର ପରଦାଫାର୍ସ ହୋଇଛି । ସୂଚନା ଅନୁସାରେ, କିସ୍ମମତକୃଷ୍ଣପୁର ଅଞ୍ଚଳର ବାବା ହେଉଛନ୍ତି ଗୌରହରି ତଳା । ସେ ୫ ବର୍ଷ ତଳେ ଜଣେ ବିବାହିତ ମହିଳାଙ୍କୁ ଭେଟିଥିଲେ । ମହିଳା ଜଣଙ୍କର ବିବାହ ବହୁତ ଦିନ ହୋଇଯାଇଥିଲେ ମଧ୍ୟ ସନ୍ତାନ ସୁଖ ପାଇପାରିନଥିଲେ । ଏହି ସୁଯୋଗର ଫାଇଦା ଉଠାଇ ବାବା ଗୌରହରି ତଳା ଉକ୍ତ ମହିଳାଙ୍କୁ ସନ୍ତାନ କରିଦେବ କହି ବଶବର୍ତ୍ତୀ କରିଥିଲା ।

ଗତକାଲି ରାତିରେ ତାର ପୁର୍ବ ଯୋଜନା ଅନୁଯାୟୀ ଉକ୍ତ ମହିଳାଙ୍କ ଘରେ ଆରମ୍ଭ କରିଥିଲା ମିଛି ମିଛିକା ପୂଜାପାଠ। ଯେତେ ରାତି ବଢ଼ୁଥିଲା ସେତେ କାମନା ବଢ଼ୁଥିଲା ବାବା ମନରେ । ନିଶବ୍ଦ ରାତିରେ ସ୍ୱତନ୍ତ୍ର ପୁଜା ବାହାନା ଦେଖାଇ ମଶାଣିକୁ ନେଇଯାଇଥିଲା । ସ୍ଵାମୀ, ଶଶୁର ଓ ଶାଶୁଙ୍କୁ କିଛି ଦୁରରେ ଅଟକାଇଦେଇଥିଲା ଭଣ୍ଡ ବାବା ।

ହଠାତ ମଶାଣିରୁ ଶୁଣିବାକୁ ମିଳିଥିଲା ମହିଳାଙ୍କ ଚିତ୍କାର । କିଛି ଦୂରରେ ଜଗିରହିଥିବା ପରିବାର ପାଟି ଶୁଣି ଘଟଣା ସ୍ଥଳରେ ପହଞ୍ଚି ବାବାଙ୍କ କବଳରୁ ବୋହୁକୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରିଥିଲେ। ଏଥିସହିତ ଭଣ୍ଡ ବାବାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ବାବାଙ୍କ କଳାକାରନାମା ପ୍ରଘଟ ହେବାପରେ ବାବାଙ୍କୁ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଥିଲେ । ଆଜି ଆହତ ଅବସ୍ଥାରେ ବାବାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।  

Tags: