କାନ ଭିତରେ ଏତେ ପରିମାଣରେ ମିଳିଲା ଜିଅନ୍ତା ଅସରପା, ଜାଣି ଚକିତ ହେବେ ଆପଣ
Advertisement

କାନ ଭିତରେ ଏତେ ପରିମାଣରେ ମିଳିଲା ଜିଅନ୍ତା ଅସରପା, ଜାଣି ଚକିତ ହେବେ ଆପଣ

ଚୀନର ଜଣେ ବ୍ୟକ୍ତିଙ୍କ କାନରୁ ବହୁ ପରିମାଣରେ ଜିଅନ୍ତା ଅସରପା ବାହାର କରାଯାଇଛି । ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ଚୀନର ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ବେଳେ କାନରୁ ଗୋଟିଏ ମାଇ ଅସରପା ସହ ଦଶରୁ ଅଧିକ ଜିଅନ୍ତା ଛୁଆ ମିଳିଥିଲା ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଚୀନର ଜଣେ ବ୍ୟକ୍ତିଙ୍କ କାନରୁ ବହୁ ପରିମାଣରେ ଜିଅନ୍ତା ଅସରପା ବାହାର କରାଯାଇଛି । ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ଚୀନର ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ବେଳେ କାନରୁ ଗୋଟିଏ ମାଇ ଅସରପା ସହ ଦଶରୁ ଅଧିକ ଜିଅନ୍ତା ଛୁଆ ମିଳିଥିଲା ।

ଚୀନର ମିଡିଆରୁ ଏହାର ସୂଚନା ମିଳିଛି । ଡେଲି ଏକ୍ସପ୍ରେସ ଅନୁସାରେ ୨୪ ବର୍ଷୀୟ ଲ୍ୟୁ ଗତ ମାସରେ ଗ୍ୱାଙ୍ଗଡୋଙ୍ଗ ପ୍ରାନ୍ତର ହୁଆଙ୍ଗ ଜିଲ୍ଲାରେ ସ୍ଥିତି ସନେହ ହସ୍ପିଟାଲରେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏହି ହସ୍ପିଟାଲର ଜଣେ ବିଶେଷଜ୍ଞ କହିଛନ୍ତି ଯେ ଲ୍ୟୁଙ୍କ କାନ ସମ୍ୱନ୍ଧୀୟ କିଛି ସମସ୍ୟାକୁ ନେଇ ଆମ ପାଖକୁ ଆସିଥିଲେ । ତାଙ୍କର କାନରେ ସର୍ବଦା ଯନ୍ତ୍ରଣା ହେଉଥିଲା । ତାଙ୍କୁ ସବୁବେଳେ ଏମିତି ଲାଗୁଥିଲା ଯେ ତାଙ୍କର କାନରେ କିଏ କାମୁଡୁଛି । ଏଥିପାଇଁ ତାଙ୍କୁ ବହୁତ ସମସ୍ୟା ହେଉଥିଲା ।

ଏହାସହ ସେ ଆହୁରି କହିଛନ୍ତି ଯେ ମୋତେ ଲ୍ୟୁଙ୍କ କାନରୁ ୧୦ରୁ ଅଧିକ ଅସରପାର ଜୀବିତ ଛୁଆ ମିଳିଛି । ଯାହା ତାଙ୍କ କାନ ଭିତରେ ଏପଟେ ସେପଟେ ବୁଲାବୁଲି କରୁଥିଲେ । କଳା ଓ ଧୂସର ରଙ୍ଗର ମାଇ ଅସରପା ଥିବା ବେଳେ ଛୁଆଗୁଡିକର ରଙ୍ଗ ହାଲୁକା ଥିଲା । ଲ୍ୟୁଙ୍କ କାନରୁ ଟିମଟି ସାହାଯ୍ୟରେ ପ୍ରଥମେ ବଡ଼ ଅସରପାକୁ ବାହାର କରିବା ପରେ ଛୋଟ ଛୁଆକୁ ଏକ ଏକ କରି ବାହାର କରାଯାଇଥିଲା । ହସ୍ପିଟାଲର ଇଏନଟି ପ୍ରମୁଖ ଲି ଜିନ୍ୟୁଆନ ସ୍ଥାନୀୟ ମିଡିଆକୁ କହିଛନ୍ତି ଯେ ଲ୍ୟୁଙ୍କୁ ନିଜ ବିଛନା ପାର୍ଶ୍ୱରେ ଅଧା ଖିଆ ଖାଦ୍ୟ ପ୍ୟାକେଟ ରଖିବାର ଅଭ୍ୟାସ ଥିଲା । ଯାହା ଯୋଗୁଁ ଅସରପା ପରି ଜୀବ ଆକର୍ଷିତ ହୋଇ ଆସିଥାଏ । ଏହାପରେ ତାଙ୍କ କାନରେ ପ୍ରବେଶ କରିଥିଲା ।