close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଭାଇ ଯବାନଙ୍କୁ କ୍ଷୀର ଦେବାକୁ ଯାଇଥିଲା...

ସରକାରଙ୍କୁ ସହାୟତା ମାଗିଲେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଟ୍ରକ ଡ୍ରାଇଭର ଆୟାସ ଖାନଙ୍କ ପରିବାର ।

ଭାଇ ଯବାନଙ୍କୁ କ୍ଷୀର ଦେବାକୁ ଯାଇଥିଲା...
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସରକାରଙ୍କୁ ସହାୟତା ମାଗିଲେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଟ୍ରକ ଡ୍ରାଇଭର ଆୟାସ ଖାନଙ୍କ ପରିବାର । ସେନାକୁ କ୍ଷୀର ଏବଂ ଅନ୍ୟନ୍ୟ ସାମଗ୍ରୀ ପହଞ୍ଚାଇବାକୁ ଆୟାସ ଜମ୍ମୁ କାଶ୍ମୀର ଯାଇଥିଲେ । ହେଲେ ଆତଙ୍କବାଦୀଙ୍କ ଆକ୍ରମଣର ଶୀକାର ହେଲେ । ତେଣୁ କ୍ଷତିପୂରଣ ଏବଂ ପରିବାରର ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର । 

ମୃତ ଆୟାସ ଖାନଙ୍କ ଘର ରାଜସ୍ଥାନର ଅଲୱର ଜିଲ୍ଲାରେ । ଗତ ଗୁରୁବାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ଶୀକାର ହୋଇଥିଲେ ସେ । ମାଲ ଧରି ଟ୍ରକରେ ଯାଇଥିବା ବେଳେ ତାଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ । ତେବେ ଭାଇର ମୃତ୍ୟୁକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ରେହମାତ । ଆୟାସ ଯବାନଙ୍କ ପାଇଁ କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିଲା । କେନ୍ଦ୍ର ସରକାର ଆମକୁ କ୍ଷତିପୂରଣ ଏବଂ ଚାକିରି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । 

ସୂଚନାଯୋଗ୍ୟ, ଗୁରୁବାର ଜମ୍ମୁ କାଶ୍ମୀର ଶୋପିୟାରେ ଦୁଇ ଟ୍ରକ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହାସହ ଟ୍ରକ ଦୁଇଟିକୁ ପୋଡି ଦେଇଥିଲେ । ଏହି ହମଲାରେ ଅନ୍ୟ ଜଣେ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । 

ଏହାପୂର୍ବରୁ, ପଞ୍ଜାବର ଦୁଇ ସେଓ ବ୍ୟବସାୟୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ସେହିପରି ଦକ୍ଷିଣ କାଶ୍ମୀରର ପୁଲୱାମାରେ ଜଣେ ଜଣେ ଶ୍ରମିକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ ।