close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଫ୍ୟାନ୍ସି ଆର୍ଟର ଯାଦୁଗର ପ୍ରହ୍ଲାଦ, ଅପମାନ ବଦଳାଇ ଦେଲା ଜୀବନର ମୋଡ

ଉଚ୍ଚଶିକ୍ଷିତ ନୁହନ୍ତି କି ପେଶାଦାର କାଠ ମିସ୍ତ୍ରୀ । ଆଜି କିନ୍ତୁ ଫ୍ୟାନ୍ସି ଆର୍ଟର ଯାଦୁଗର ପାଲଟିଛନ୍ତି ଭଦ୍ରକର ପ୍ରହ୍ଲାଦ ପାଣି । ତାଙ୍କରି ଦାୟାଦ ଦେଶ ବିଦେଶରେ ପ୍ରଶଂସିତ । 

 ଫ୍ୟାନ୍ସି ଆର୍ଟର ଯାଦୁଗର ପ୍ରହ୍ଲାଦ, ଅପମାନ ବଦଳାଇ ଦେଲା ଜୀବନର  ମୋଡ

ଭଦ୍ରକ: ସିଏ ଉଚ୍ଚଶିକ୍ଷିତ ନୁହନ୍ତି କି ପେଶାରେ ନା ଜଣେ କାଠ ମିସ୍ତ୍ରୀ। ବାପାଙ୍କୁ ଅପମାନିତ କରିଥିଲା ଜଣେ କାଠ ମିସ୍ତ୍ରୀ। । ସେହିଦିନ ଠାରୁ ବଦଳିଗଲା ତାଙ୍କ ଜୀବନର ମୋଡ। କାଠ କାମ ଶିଖୁ ଶିଖୁ ବନିଗଲେ କୁଟିର ଶିଳ୍ପୀ ଓ ଫେନ୍ସି ଆର୍ଟ ର ଯାଦୁଗର। ବୟସର ଅପରାହ୍ନରେ ଅନେକ ଙ୍କୁ ନିଜ କଳାର ଛାପ ଦେଇ ସିଏ ଆଜି ବଣ ମଲ୍ଲି ହୋଇ ରହିଗଲେ ଏକ ପହ୍ଲିରେ। ହେଲେ ତାଙ୍କ ସୁଗନ୍ଧ ସଦୃଶ ତାଙ୍କ ଦାୟାଦ ଏବେ ପ୍ରଶଂସିତ ହେଉଛି  ଦେଶ ବିଦେଶରେ। 

ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ କଣ୍ଟାପଡ଼ା ଗ୍ରାମର ଗୁରୁ ପ୍ରହ୍ଲାଦ ପାଣି। ଯିଏକି ଫ୍ୟାନ୍ସି ଆର୍ଟର ଜଣେ ନିପୁଣ କାରିଗର। ପିଲାଦିନେ ଜଣେ କାଠ ମିସ୍ତ୍ରୀ ତାଙ୍କ ଘରକାମ ଅଧା କରି ଛାଡିଦେଲା। ତାଙ୍କ ବାପା ସେହି ମିସ୍ତ୍ରୀକୁ ଡାକିବାରୁ ତାଙ୍କ ସାମ୍ନାରେ ଅପମାନିତ କରିଥିଲା। ସେହି ପ୍ରତିଶୋଧ ତାଙ୍କ ପାଇଁ ପାଲଟିଲା ପ୍ରେରଣା।  ସେଦିନରୁ ଆଜି ଯାଏ ସେ ବହୁ ଘାତ ପ୍ରତିଘାତ ଦେଇ ନିଜର ଛୋଟିଆ ପରିବାରଟିକୁ ସଜାଡିବା ଭିତରେ କେମିତି ଯେ ଜଣେ କାଠର ଯାଦୁଗର ପାଲଟି ଯାଇଛନ୍ତି । ତାଙ୍କ ହାତର ଯାଦୁ କେବଳ ହାତୁଡି,ବଟାଳିରେ ନୁହେଁ ରଙ୍ଗ ତୂଳିରୁ ବି ଦେଖିବାକୁ ମିଳିଛି। 
ଘରର ପ୍ରତିଟି ଜିନିଷରେ ରହିଛି ତାଙ୍କରି ଛାପ। କେବଳ ଘରର ଜିନିଷ ନୁହେଁ ସନ୍ତାନ ମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡିଛି।  ଦୁଇଟି ପୁଅ ଫ୍ୟାନ୍ସି ଆର୍ଟରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି। ସବୁଠୁ ବଡ଼ କଥା ହେଲା ବଡ଼ବୋହୂ ରାଜଶ୍ରୀ ଝିଅ ବେଳେ ଆଗ୍ରିକଲଚରାଲ ଇଞ୍ଜିନିୟର ଥିବା ବେଳେ ବିବାହ ପରେ ସେ ମଧ୍ୟ ଏହି କଳାକୁ ନେଇ ଅଭିଯାନ ଆରମ୍ଭ କରିଥିଲେ। ଶ୍ୱଶୁରଙ୍କ ଏହି କଳାକୃତୀରେ ଥିଲା ସମାଜିକ ଚେତନାର ପ୍ରତିଛବି। ଯାହା ତାଙ୍କ ମନର ଉତ୍ସାହକୁ ଦ୍ବିଗୁଣିତ କରିଥିଲା। ତାଙ୍କ ଉତ୍ସାହକୁ ଦେଖି ସହଯୋଗ କରିଛନ୍ତି ସ୍ୱାମୀ ବିରେନ୍ଦ୍ର। ରାଜଶ୍ରୀ  ଓଡ଼ିଶାରୁ ଶିକ୍ଷାଲାଭ ପରେ ଏବେ ବରୋଦାରେ ଫାଇନ ଆର୍ଟରେ ଏମଏସି କରୁଛନ୍ତି। ଶିକ୍ଷା ମଧ୍ୟରେ ଏହି କଳାକୁ ଆଜି ବିଶ୍ୱସ୍ତରରେ ପହଞ୍ଚାଇ ପାରିଛନ୍ତି। ନିକଟରେ ୟୁଏସର ଏକ ସଂସ୍ଥା ତାଙ୍କୁ ସମ୍ମାନିତ କରିବାକୁ ଯାଉଛି ସେଥିପାଇଁ ଆଜି ସେ ଗର୍ବିତ ଓ ଏଥିପାଇଁ ସ୍ୱାମୀ ଓ ଶ୍ୱଶୁରଙ୍କୁ ଶ୍ରେୟ ଦେଇଛନ୍ତି। 

ତାଙ୍କର ଏକ କଳାମନ୍ଦିର ରହିଛି। ଅନେକ ସମୟରେ ଏହି କଳା ମନ୍ଦିରକୁ ବୁଦ୍ଧିଜୀବୀଙ୍କ ଭିଡ ଦେଖିବାକୁ ମିଳିଥାଏ। ୱାଲ ପେଣ୍ଟିଂ ଠାରୁ ଫ୍ୟାନ୍ସି ଆର୍ଟ ଖାଲି ସୁନ୍ଦର ନୁହେଁ ସବୁଥିରେ ସମାଜ ଉପଯୋଗୀ ସନ୍ଦେଶ ମଧ୍ୟ ଥାଏ। ଅନେକ ବୁଦ୍ଧିଜୀବୀ ନିଜ ମନର ଭାବନା ପ୍ରକାଶ କରିବା ପରେ ସେହିଭଳି ଏକ ସୁନ୍ଦର କାଠ ଖୋଦେଇ ମୂର୍ତ୍ତି ତିଆରି କରିଦିଅନ୍ତି ଗୁରୁ ପ୍ରହ୍ଲାଦ ପାଣି। ତାକୁ ମୂଲ୍ୟ ଦେଇ ଅଣିଥାନ୍ତି ବୁଦ୍ଧିଜୀବି ମାନେ। ସେମାନଙ୍କ କହିବା ଅନୁସାରେ  ପାରିଶ୍ରମିକର ମୂଲ୍ୟ ଅର୍ଥ ନୁହେଁ ବରଂ ସମ୍ମାନ। ଏଭଳି ଏକ ବଣ ମଲ୍ଲି ବଣରେ ମଉଳିବା ପୂର୍ବରୁ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଗଲେ ତାଙ୍କୁ ସାର୍ଥକତା ମିଳିପାରନ୍ତା ।