close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

କିଙ୍ଗ ଖାନ@୫୪, ସଙ୍ଘର୍ଷ ତାଙ୍କ ପରିଚୟ

ଆଜି କିଙ୍ଗ ଖାନଙ୍କ ଜନ୍ମ ଦିନ...ଛୁଟିଛି ଶୁଭେଚ୍ଛାର ସୁଅ...ଘର ଆଗରେ ଫ୍ୟାନ୍ସଙ୍କ ଭିଡ...ଦିନେ ଆଖିରେ ଆଖିଏ ସ୍ୱପ୍ନ ନେଇ ଆସିଥିଲେ ମାୟାନଗରୀ...ସଫଳତା ତାଙ୍କ ପାଇଁ ଏତେ ସହଜ ନଥିଲା...ସଙ୍ଘର୍ଷ ହିଁ ଥିଲା ତାଙ୍କ ସଫଳତା ପଛର ରାଜ୍...

 କିଙ୍ଗ ଖାନ@୫୪, ସଙ୍ଘର୍ଷ ତାଙ୍କ ପରିଚୟ
ଫଟୋ ସୌଜନ୍ୟ: ଏଏନଆଇ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ସିଏ କିଙ୍ଗ ଖାନ । ସିଏ ବାଜିଗର ଆଉ ବାଦଶାହା । ତାଙ୍କ ଅଭିନୟରେ ମତୁଆଲା ହୁଅନ୍ତି ଫ୍ୟାନ୍ସ । କେତେବେଳେ ହସେଇ ହସେଇ ବେଦମ କରିଦିଅନ୍ତି ତ ଆଉ କେତେବେଳେ ଜୀବନ୍ତ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଆଖିରୁ ଲୁହ ଝରେଇ ଦିଅନ୍ତି । ସିଏ ଶାହରୁଖ । ଆଜି ତାଙ୍କ ୫୪ ତମ ଜନ୍ମଦିନ । ଘର ଆଗରେ ଫ୍ୟାନ୍ସଙ୍କ ଗହଳି । ନିଜ ପ୍ରିୟ ଅଭିନେତାଙ୍କୁ ଅତି ପାଖରୁ ଆଖି ପୁରାଇ ଟିକିଏ ଦେଖିବାକୁ ନାହିଁ ନଥିବା ଭିଡ । 

ଫେସବୁକ, ହ୍ୱାଟସଆପ, ଇଷ୍ଟାଗ୍ରାମ । ସବୁଠି ଆଜି କିଙ୍ଗ ଖାନର ଜଲୱା । ଯାହା ବି ଉଣ୍ଡାଳିଲେ ଦେଖିବାକୁ ମିଳୁଛି ଖାନଙ୍କୁ ଶୁଭେଚ୍ଛା ବାର୍ତ୍ତା । କିଏ ଫୋଟ ସେୟାର କରି ତ ଆଉ କିଏ ଭିଡିଓ ବନାଇ ।  ଭିନ୍ନ ଭିନ୍ନ ତରିକାରେ ରୋମାନ୍ସ କିଙ୍ଗଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ । 

ଟିଭି ପରଦାରୁ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଶାହାରୁଖ ଖାନ ବିଭିନ୍ନ ନାମରେ ପରିଚିତ । ଫ୍ୟାନ୍ସମାନେ ତାଙ୍କୁ ଆଦରରେ ବାଦଶାହା, କିଙ୍ଗ୍ ଖାନ, ରୋମାନ୍ସ କିଙ୍ଗ, ବଲିଉଡ୍ ଡନ୍, କିଙ୍ଗମ ଅଫ୍ ବଲିଉଡ୍ ଅତ୍ୟାଦି ନାମରେ ଡାକିଥାନ୍ତି । ଶାହାରୁଖ ଖାନ୍ ବଲିଉଡ୍ ଜଗତକୁ ଅନେକ ସୁପରହିଟ୍ ଓ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି । ଦିଲ୍‌ଓ୍ଵାଲେ ଦୁହ୍ଲନିଆ ଲେ ଜାଏଙ୍ଗେ ଭଳି ରୋମାଣ୍ଟିକ ଫିଲ୍ମଠାରୁ ଆରମ୍ଭ କରି ଡନ୍ ଭଳି ଖତରନାକ ଫିଲ୍ମରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କର ହୃଦୟ ଜିତି ପାରିଛନ୍ତି  । ବଲିଉଡ୍ ବାଦଶାହା ଶାହାରୁଖ୍ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

କେବଳ ଦେଶ ନୁହେଁ, ଦେଶ ବାହାରେ ମଧ୍ୟ କିଙ୍ଗ୍ ଖାନଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି  । ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରୋନ ଜୋହର ମଧ୍ୟ ଶାହରୁଖ ଖାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହିତ, ସୋସିଆଲ୍ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି । 

Shah Rukh Khan

କରନ ଜୋହରଙ୍କ ନିର୍ଦ୍ଦେଶନାରେ ଶାହାରଖୁ ଅନେକ ହିଟ୍ ବଲିଉଡ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।  କରନ ଜୋହରଙ୍କ ନିର୍ଦ୍ଦେଶିତ ଓ ଶାହରୁଖ ଖାନଙ୍କ ଅଭିନୀତ କଭି ଖୁସି କଭି ଗମ୍, କଭି ଅଲବିଦା ନା କେହେନା, କୁଛ୍ କୁଛ୍ ହୋତା ହେ ଏବଂ ମାଇ ନେମ୍ ଇଜ୍ ଖାନ ଭଳି ଅନେକ ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଆମ ଜି ଓଡ଼ିଶା ତରଫରୁ ମଧ୍ୟ ଶାହରୁଖ ଖାନଙ୍କୁ ତାଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।