ଟୋକନ ବ୍ୟବସ୍ଥା ବନ୍ଦ ଦାବି ଚାଷୀଙ୍କ ଦାବି
Advertisement

ଟୋକନ ବ୍ୟବସ୍ଥା ବନ୍ଦ ଦାବି ଚାଷୀଙ୍କ ଦାବି

ଖରିଫ ୠତୁରେ ଧାନ ସଂଗ୍ରହ ପାଇଁ ଟୋକନ ବ୍ୟବସ୍ଥା

ଟୋକନ ବ୍ୟବସ୍ଥା ବନ୍ଦ ଦାବି ଚାଷୀଙ୍କ ଦାବି

ସମ୍ବଲପୁର: ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବାକୁ ଚାଷୀ ଦାବି କରିଛନ୍ତି। ଚଳିତ ବର୍ଷ ଖରିଫ ୠତୁରେ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରଥମ ଥର ଟୋକନ ବ୍ୟବସ୍ଥା କରିଥିଲେ। ତେବେ ତାହା ଜିଲ୍ଲାସ୍ତରରେ ନ ହୋଇ ରାଜ୍ୟ ସ୍ତରରେ ପ୍ରଚଳନ କରାଯାଇଥିଲା। 

ଫଳରେ ଚାଷୀ ଠିକ ସମୟରେ ତାର ଉତ୍ପାଦିତ ଫସଲ କୁ ବିକ୍ରୀ କରିପାଇଁଥିଲା ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।ଏବେ ମଧ୍ୟ ଶତକଡ଼ା 30 ଭାଗ ଧାନ ବିକ୍ରି ନ ହୋଇ ପଡିରହିଛି ।

ଏହି ଧାନକୁ ଚାଷୀମାନେ ବାଧ୍ୟ ହୋଇ ମିଲରମାନଙ୍କୁ ଧାର୍ଯ୍ୟ ମୂଲ୍ୟରୁ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ପୂର୍ବ ଭଳି ପି/ପାସ ରେ ଧାନ ବିକ୍ରି ଓ ଟୋକନ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ଉଛେଦ କରିବାକୁ ବରେଇପାଲି ଜୟ ଦୁର୍ଗା କୃଷକ ସଙ୍ଗଠନ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।