• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ପାଣିରେ ପଡିଛି 'ପୁରୁଣାଭଟ୍ଟା ଆଡିବନ୍ଧ'

୨୦୦୮ ମସିହାରେ ନିର୍ମାଣ ହୋଇଛି କୋଟିଏ ୩୩ ଲକ୍ଷ ଟଙ୍କାର ଆଡିବନ୍ଧ । ହେଲେ ଚାଷୀଙ୍କ କାମରେ ଏହା ଆସୁନି । କାହିଁକି ନା ଆଡିବନ୍ଧ ସିନା ହୋଇଗଲା, ହେଲେ ଏପର୍ଯ୍ୟନ୍ତ କେନାଲ ହୋଇପାରିନି । କେନାଲ ନିର୍ମାଣ ପାଇଁ ଚାଷୀମାନେ ଜମି ଦେବାକୁ ରାଜି । କିନ୍ତୁ କ୍ଷତିପୂରଣ ଦେବାକୁ ମନା କରୁଛି ପ୍ରଶାସନ । 

ପାଣିରେ ପଡିଛି 'ପୁରୁଣାଭଟ୍ଟା ଆଡିବନ୍ଧ'
ଫାଇଲ ଫଟୋ

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ୨୦୦୮ ମସିହାରେ ନିର୍ମାଣ ହୋଇଛି କୋଟିଏ ୩୩ ଲକ୍ଷ ଟଙ୍କାର ଆଡିବନ୍ଧ । ହେଲେ ଚାଷୀଙ୍କ କାମରେ ଏହା ଆସୁନି । କାହିଁକି ନା ଆଡିବନ୍ଧ ସିନା ହୋଇଗଲା, ହେଲେ ଏପର୍ଯ୍ୟନ୍ତ କେନାଲ ହୋଇପାରିନି । କେନାଲ ନିର୍ମାଣ ପାଇଁ ଚାଷୀମାନେ ଜମି ଦେବାକୁ ରାଜି । କିନ୍ତୁ କ୍ଷତିପୂରଣ ଦେବାକୁ ମନା କରୁଛି ପ୍ରଶାସନ । 

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ରାୟଗଡା କଲ୍ୟାଣସିଂହପୁର ବ୍ଲକର ପୁରୁଣାଭଟ୍ଟା ଗ୍ରାମରେ ନିର୍ମାଣ ହୋଇଥିଲା ଆଡିବନ୍ଧ । ଏହି ଆଡିବନ୍ଧକୁ ବିଭାଗ ପକ୍ଷରୁ ଠିକ୍ ଭାବେ ନିର୍ମାଣ କରାଯାଇଥିଲେ ହୁଏତ କଲ୍ୟାଣସିଂହପୁର ଓ ପୂଜାରୀଗୁଡା ପଞ୍ଚାୟତର ପ୍ରାୟ ୧୦ଖଣ୍ଡ ଗ୍ରାମର ଚାଷୀ ଉପକୃତ ହୋଇ ପାରିଥାନ୍ତେ । ଏହି ଦୁଇ ପଞ୍ଚାୟତର ବିନିଶପୁର, ପାଟବନ୍ଧ, ଲଟାଗୁଡା, ପରଡିଗୁଡା, ତାଲଗୁଡା ଓ ପୁରୁଣାଭଟ୍ଟା ପରି ଅନେକ ଗାଁରେ ଥିବା ଅଣଜଳସେଚିତ ଚାଷ ଜମିରେ ପାଣି ମାଡିଥାନ୍ତା । କିନ୍ତୁ ଆଡିବନ୍ଧ ନିର୍ମାଣର ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା କେନାଲ ନିର୍ମାଣ କାର୍ଯ୍ୟ ଶେଷ ହେଉନି ।

ଗତ ୨୦୦୫-୨୦୦୬ ମସିହାରେ ସ୍ଥାନୀୟ ଲୋକଙ୍କ ସହମତି ନନେଇ କ୍ଷୁଦ୍ର ଜଳସେଚନ ବିଭାଗ ତରବରିଆ ଭାବେ ଆଡିବନ୍ଧ ନିର୍ମାଣ କରିଥିଲା । ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିବା ବେଳେ କେନାଲ କାର୍ଯ୍ୟଟି ଅଟକି ଯାଇଥିଲା । ସ୍ଥାନୀୟ ଲୋକଙ୍କ ବ୍ୟକ୍ତିଗତ ଜମି ଚାଲିଯାଉଥିବାରୁ ପ୍ରଶାସନ ପକ୍ଷରୁ କେନାଲ ନିର୍ମାଣ ପାଇଁ କୌଣସି ଆର୍ଥିକ ସହାୟତା ଦେବାକୁ ମନା କରିଦେବାରୁ ଚାଷୀ ନିଜ ଜମି ଦେବାକୁ ମନା କରିଥିଲେ । ବାସ୍, ତା'ପରେ ଅଟକି ରହିଛି କେନାଲ ନିର୍ମାଣ କାର୍ଯ୍ୟ । 

ଏହି କଟିକା ନାଳର ଆଡିବନ୍ଧ କେନାଲ ନିର୍ମାଣ ହେଲେ ପ୍ରାୟ ୧୦ରୁ ୧୨ ଜଣ ଚାଷୀଙ୍କ ଜମି କେନାଲରେ ମିଶିଯିବ । କେନାଲ ନିର୍ମାଣ ପାଇଁ ଚାଷୀମାନେ ଜମି ଦେବା ପାଇଁ ରାଜି ହେଉଥିବା ବେଳେ ସରକାରୀ କ୍ଷତିପୂରଣ ଦାବି କରୁଛନ୍ତି । କିନ୍ତୁ କ୍ଷୁଦ୍ର ଜଳସେଚନ ବିଭାଗ ବିନା ସର୍ତ୍ତରେ ଜମି ଦେବାକୁ କହୁଥିବା ବେଳେ ଚାଷୀମାନେ ଏଥିରେ ରାଜି ହେଉନାହାନ୍ତି । ଯାହାଫଳରେ ତଳ ମୁଣ୍ଡରେ ରହିଥିବା ଶହ ଶହ ଚାଷ ଜମିକୁ ପାଣି ମାଡ଼ି ପାରୁନାହିଁ । ଏନେଇ ଆମେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ବିଫଳ ହେବା ପରେ ରାୟଗଡା ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । 

ପିଆଜ ୧୦୦* ନଟଆଉଟ

ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଲା କଟିକା ଆଡିବନ୍ଧ । ହେଲେ ଆଡିବନ୍ଧଟି ଚାଷୀଙ୍କ କାମରେ ଲାଗୁନି। ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ରହିଥିବା ବିବାଦର ଅବସାନ କେବେ ହେବ, ଆଉ ଚାଷୀ କେବେ ଉପକୃତ ହେବେ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ।

ଆହୁରି ପଢନ୍ତୁ; 'ସ୍ୱର୍ଗ'କୁ ଫେରିଲା ଶୀତ ଋତୁ