ଚାଷ ଜମିରେ ଅଜଣା ରୋଗ ପୋକ ଭୟ, ଚିନ୍ତାରେ ଚାଷୀ
Advertisement

ଚାଷ ଜମିରେ ଅଜଣା ରୋଗ ପୋକ ଭୟ, ଚିନ୍ତାରେ ଚାଷୀ

ଚାଷ ଜମିରେ ଅଜଣା ରୋଗ ପୋକ ଭୟ। ସମ୍ବଲପୁର ସହରର ମାନେଶ୍ୱର ବ୍ଲକ ଅଞ୍ଚଳର ଛଛାନପାଲି ଗାଁରେ ଚାଷ ଜମିରେ ରୋଗ ପୋକ ଯୋଗୁଁ ଫସଲ ନଷ୍ଟ ହେଉଥିବାର ଅଭିଯୋଗ ହୋଇଛି। ତା'ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଚାଷ ଜମିରେ ମଧ୍ୟ ଅଜଣା ରୋଗ ଓ ପୋକ ଯୋଗୁଁ ଫସଲ ନଷ୍ଟ ହେବାର ଅଭିଯୋଗ କରାଯାଇଛି। ଏଥର ସମ୍ବଲପୁର ଜିଲ୍ଲାରେ ଭଲ ଫସଲ ହୋଇଥିବାରୁ ଖୁସି ଥି

ଚାଷ ଜମିରେ ଅଜଣା ରୋଗ ପୋକ ଭୟ, ଚିନ୍ତାରେ ଚାଷୀ

ଅଜୟ ନାଥ, ସମ୍ବଲପୁର: ଚାଷ ଜମିରେ ଅଜଣା ରୋଗ ପୋକ ଭୟ। ସମ୍ବଲପୁର ସହରର ମାନେଶ୍ୱର ବ୍ଲକ ଅଞ୍ଚଳର ଛଛାନପାଲି ଗାଁରେ ଚାଷ ଜମିରେ ରୋଗ ପୋକ ଯୋଗୁଁ ଫସଲ ନଷ୍ଟ ହେଉଥିବାର ଅଭିଯୋଗ ହୋଇଛି। ତା'ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଚାଷ ଜମିରେ ମଧ୍ୟ ଅଜଣା ରୋଗ ଓ ପୋକ ଯୋଗୁଁ ଫସଲ ନଷ୍ଟ ହେବାର ଅଭିଯୋଗ କରାଯାଇଛି।

ଏଥର ସମ୍ବଲପୁର ଜିଲ୍ଲାରେ ଭଲ ଫସଲ ହୋଇଥିବାରୁ ଖୁସି ଥିଲା ଚାଷୀକୁଳ। କିନ୍ତୁ ଚାଷ ଜମିରେ ଅଜଣା ରୋଗ ପୋକ ଆସି ଫସଲ ନଷ୍ଟ ହେଉଥିବା କାରଣରୁ ଚିନ୍ତାରେ ଚାଷୀ। ସମ୍ବଲପୁର ସହରର ମାନେଶ୍ୱର ବ୍ଲକ ଅଞ୍ଚଳର ଛଛାନପାଲି ଗାଁର କେତେକ ଚାଷୀଙ୍କ ଚାଷ ଜମିରେ ଏହି ପୋକ ଯୋଗୁ ଫସଲ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ଚାଷ ଜମି ସହ ଏହି ଅଞ୍ଚଳର ଅନେକ ଚାଷୀଙ୍କ କେତେକ ଜମିରେ ଏହି ରୋଗ ପୋକ ଲାଗି ଫସଲ ନଷ୍ଟ ହେଉଥିବାର ଅଭିଯୋଗ ହୋଇଛି। ଏହାସହ କୀଟନାଶକ ବ୍ୟବହାର କଲେ ମଧ୍ୟ ପୋକ ମରୁନଥିବା ଅଭିଯୋଗ କରାଯାଇଛି।

ତେବେ ଏନେଇ ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀ ଏହି ଅଞ୍ଚଳକୁ ଏକ ଟିମ ପଠାଇ ଚାଷୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଏହା ସହ କେଉଁ କୀଟ ନାଶକ ଏହି ରୋଗ ପାଇଁ ଉପଯୋଗୀ ହୋଇ ପାରିବ ସେନେଇ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି। ଆଗକୁ ମଧ୍ୟ ଏହି ସମସ୍ୟା ସମ୍ପର୍କରେ ରେ ସୂଚନା ନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି।

ବର୍ତ୍ତମାନ ଅଧିକାଂଶ ଚାଷ ଜମିରେ ଧାନ ଅମଳକ୍ଷମ ହୋଇ ବସିଲାଣି ଯଦି ଏଭଳି ପରିସ୍ଥିତି ଲାଗିରହେ ତାହେଲେ  ଏ ସମସ୍ୟା ଆଗକୁ ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ କୁ ଦୁର୍ବଳ କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। l