close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଧାନ ଗଛରୁ ବାହାରୁନି ଧାନକେଣ୍ଡା, ସରକାରୀ ବିହନ କେନ୍ଦ୍ରରୁ ବିହନ କିଣି ହନ୍ତସନ୍ତ ଚାଷୀ

ଚିନ୍ତାରେ ନୂଆପଡ଼ା ଜିଲ୍ଲାର ଚାଷୀ । ମରୁଡ଼ି, ଅଭାବୀ ବିକ୍ରି ପରେ ରୋଗପୋକର ଶିକାର । ସରକାରୀ ବିହନ ବୁଣି କ୍ଷତି ସହୁଛନ୍ତି ଚାଷୀ ।

ଧାନ ଗଛରୁ ବାହାରୁନି ଧାନକେଣ୍ଡା, ସରକାରୀ ବିହନ କେନ୍ଦ୍ରରୁ ବିହନ କିଣି ହନ୍ତସନ୍ତ ଚାଷୀ
ଧାନ ଗଛ ରୋଗପୋକର ଶିକାର, ମୁଣ୍ଡରେ ହାତ ଦେଇ ବସିଛି ନୂଆପଡ଼ାର ଚାଷୀ

ନୂଆପଡ଼ା: ସମସ୍ୟା ଘେରରେ ନୂଆପଡ଼ା ଜିଲ୍ଲାର ଚାଷୀ । କେବେ ବଢ଼ି ତ କେବେ ମରୁଡ଼ି ଆଉ ପୁଣି କେବେ ଅଭାବୀ ବିକ୍ରି । ପୁଣି ଅନେକ ସମୟରେ ରୋଗ ପୋକର ଶିକାର ହେଉଛି ଫସଲ । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଚଳିତବର୍ଷ ମଧ୍ୟ ଧାନ ଫସଲରେ ରୋଗ ପୋକ ଦେଖା ଦେଇଛି ।  ଚାଷୀମାନେ ସରକାରଙ୍କ ଫାଉଣ୍ଡେସନ୍ ବିହନ କିଣି ଚାଷ କରି ମଧ୍ୟ କ୍ଷତି ସହୁଛନ୍ତି ।

ଥୋଡ଼ ଧରୁନି  ଧାନ । ଧାନ ଗଛରୁ ବାହାରୁନି ଧାନ କେଣ୍ଡା । ଏକର ଏକର ଧାନ ଜମିରେ  ଲାଗିଛନ୍ତି  ରୋଗପୋକ । ଏହା ହେଉଛି ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକର ଶତାଧିକ ଚାଷୀଙ୍କ ବ୍ୟଥା ଆଉ ଦୁଃଖର କାହାଣୀ, ଯାହାକୁ ନା କିଏ ବୁଝୁଛି, ନା କିଏ ତା'ର ସମାଧାନ କରୁଛି । ଚାଷୀ ସରକାରଙ୍କ ବିହନ ବିକ୍ରୟ କେନ୍ଦ୍ରରୁ ଫାଉଣ୍ଡେସନ୍ ମଞ୍ଜି କିଣି ଶ୍ରୀ ପଦ୍ଧତିରେ ଧାଡ଼ି ରୁଆ କରି ଚାଷ କରିଛନ୍ତି । ବର୍ତ୍ତମାନ ଧାନ ବାହାରିବା ସମୟରେ ଧାନ ଗଛ ସବୁ ଅଣ୍ଡିରା ହୋଇ ମଘା ଫୁଟୁଛି । ଏହା ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ରୋକ ପୋକ ନିଦାନ ପାଇଁ ଧାର କରଜ କରି ବାରମ୍ବାର ଔଷଧ ସିଞ୍ଚନ କରୁଛି ଚାଷୀ । ହେଲେ କିଛି ସୁଫଳ ମିଳୁନାହିଁ । ଚାଷୀଙ୍କ କ୍ଷତି ଭାରଣା ପାଇଁ କୃଷି ବିଭାଗ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀକୂଳ ।

ଅପରପକ୍ଷରେ ଓଲଟା ଚାଷୀଙ୍କ ମୁଣ୍ଡରେ ଅଠା ବୋଳିଛି କୃଷି ବିଭାଗ । ଚାଷୀମାନେ ଠିକ୍ ଭାବେ ଧାନ କ୍ଷେତରେ ଔଷଧ ସିଞ୍ଚନ କରୁନାହାନ୍ତି । ଉପର ଭାଗରେ ଔଷଧ ସିଞ୍ଚନ ଫଳରେ ତଳ ଭାଗରେ ପୋକ ରହିଯାଉଛନ୍ତି ବୋଲି ସଫେଇ ଦେଇଛି କୃଷି ବିଭାଗ ।  ବିହନ ବିକ୍ରୟ କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ବିହନକୁ ବୁଣି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଯଦି ଫାଉଣ୍ଡେସନ୍ ସିଡ୍ସ ଚାଷ କରି ଚାଷୀଙ୍କ ଧାନ ବାହାରୁନି ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆପଡ଼ା ଜିଲ୍ଲା କୃଷି ଅଧିକାରୀ ଜାଭେଦ୍ ମହମ୍ମଦ କହିଛନ୍ତି ।