ଗୁଜୁରାଟରେ ଏତିକି ଶସ୍ତା ପରିବା ଦର

ଦେଶରେ ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ରହିଛି। ନିକଟରେ ପିଆଜ ଦର ଆକାଶ ଛୁଆଁ ରହିଥିବା ବେଳେ ବର୍ତ୍ତମାନ ଏହା ଅଧିକାଂଶ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ମାତ୍ର ବର୍ତ୍ତମାନ ସମୟରେ ପରିବାର ସଂରକ୍ଷଣ ପରିବର୍ତ୍ତେ ତାହା ଶାଗମାଛ ଦରରେ ବିକ୍ରି ହେଉଛି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଗୁଜୁରାଟର ରାଜକୋଟ ଅଞ୍ଚଳରେ।  

ଗୁଜୁରାଟରେ ଏତିକି ଶସ୍ତା ପରିବା ଦର

ରାଜକୋଟ: ଦେଶରେ ବର୍ତ୍ତମାନ ପରିବା ଦର ଆକାଶ ଛୁଆଁ ରହିଛି। ନିକଟରେ ପିଆଜ ଦର ଆକାଶ ଛୁଆଁ ରହିଥିବା ବେଳେ ବର୍ତ୍ତମାନ ଏହା ଅଧିକାଂଶ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ମାତ୍ର ବର୍ତ୍ତମାନ ସମୟରେ ପରିବାର ସଂରକ୍ଷଣ ପରିବର୍ତ୍ତେ ତାହା ଶାଗମାଛ ଦରରେ ବିକ୍ରି ହେଉଛି। ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଗୁଜୁରାଟର ରାଜକୋଟ ଅଞ୍ଚଳରେ।  

ମିଳିଥିବା ସୂଚନା ମୁତାବକ ରାଜକୋଟରେ ପରିବା ଦର ଏତେମାତ୍ରାରେ ଖସିଛି, ଯାହାକୁ ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ। ଏଠାରେ ପରିବା ଏକ ଟଙ୍କାରୁ ଆରମ୍ଭ କରି ୧୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଏହାକୁ ନେଇ ବେଶ ଚିନ୍ତା ପ୍ରକାଶ କରିଛନ୍ତି ସ୍ଥାନୀୟ ଚାଷୀ। ଚାଷୀମାନେ କହିଛନ୍ତି ରାଜ୍ୟରେ ପରିବା ସଂରକ୍ଷଣ ପାଇଁ କୌଣସି ସୁବିଧା ନାହିଁ। ଫଳରେ ଆମକୁ ଏଭଳି ଶସ୍ତାରେ ହିଁ ପରିବା ବିକ୍ରି କରିବାକୁ ପଡ଼ୁଛି। ଫଳରେ ଆମକୁ ଉଚିତ ମୂଲ୍ୟର କଥା ଛାଡ଼ନ୍ତୁ, ମୂଳ ଧନ ମଧ୍ୟ ଉଠୁନାହିଁ ବୋଲି କ୍ଷୋଭର ସହ ଚାଷୀମାନେ ପ୍ରକାଶ କରିଛନ୍ତି।  

ସୂଚନାଯୋଗ୍ୟ ରାଜକୋଟରେ କାକୁଡ଼ି କିଲୋ ୩ରୁ ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଲାଉ କିଲୋ ୩ ରୁ ୫ ଟଙ୍କାରେ, ବାଇଗଣ ୫ ରୁ ୬ ଟଙ୍କାରେ, ଗାଜର ୫ ରୁ ୬ ଟଙ୍କାରେ, ବନ୍ଧାକୋବି ୧ ରୁ ୨ ଟଙ୍କା, ଫୁଲକୋବି ମଧ୍ୟ ୧ ରୁ ୨ ଟଙ୍କା ମଧ୍ୟରେ ବିକ୍ରି ହେଉଛି।   ସେହିପରି ଟମାଟର ୪ ରୁ ୫ ଟଙ୍କାରେ ବିକ୍ରି ହେଉଛି।  

ସେପଟେ ରାଜଧାନୀ ନୂଆଦିଲ୍ଲୀରେ ପରିବା ଦର ବେଶ ଉଚ୍ଚା ରହିଛି। ଦିଲ୍ଲୀରେ କଲରା କିଲୋ ୮୦ରୁ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ରାଜକୋଟରେ ତାହା ମାତ୍ରା ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ରାଜକୋଟରେ ଯେଉଁ ଟମାଟକ ୪ ରୁ ୫ ଟଙ୍କାରେ ବିକ୍ରି ହେଉଛି ତାହା ଦିଲ୍ଲୀରେ ୪୦ ରୁ ୫୦ ଟଙ୍କାରେ ବିକ୍ରି ହେଉଛି।  

ତେବେ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ନିକଟରେ ଦେଶରେ ପିଆଜର ଦର ବେଶ ଆକାଶ ଛୁଆଁ ହୋଇଥିଲା। ଏପରିକି ଦର ପ୍ରାୟ ଦେଢଶହ ଟଙ୍କାରୁ ଊର୍ଦ୍ଧ୍ୱ ହୋଇଥିଲା। ମାତ୍ର ଏଥିରୁ ସରକାର ସଚେତନ ହେବା ନେଇ ଆଶା କରାଯାଉଥିଲା। ଚାଷୀମାନଙ୍କୁ ସେମାନଙ୍କର ଉଚିତ ପ୍ରାପ୍ୟ ଦେବା ସହିତ ପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା କରିବା ନେଇ ଆଶା କରାଯାଉଥିଲା।  

ମାତ୍ର ସେ ସବୁକୁ ପୁଣି ଥରେ ଅଣଦେଖା କରିଛନ୍ତି ସରକାର ବୋଲି ଚାଷୀମାନେ କହିଛନ୍ତି। ଚାଷୀଙ୍କୁ ଢାଲ କରି ସରକାର ଅଧିକାଂଶ ସମୟରେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କୁ ସେମାନଙ୍କର ହକ ଯୋଗାଇ ଦେବାନେଇ ଚାଷୀମାନେ ଆଶା କରୁଥିଲେ। ମାତ୍ରା ଚାଷୀମାନଙ୍କୁ ପୁନର୍ବାର ନିରାଶ ହୋଇଛନ୍ତି ରାଜକୋଟ ଚାଷୀ।