ଲକଡାଉନ ଉଠିବା ପରେ ଇସ୍ତଫା ଦେବେ ଏହି ପ୍ରଶାସନିକ ଅଧିକାରୀ, କାହିଁକି ପଢନ୍ତୁ...
Advertisement
Article Detail0/zeeodisha/odisha672484

ଲକଡାଉନ ଉଠିବା ପରେ ଇସ୍ତଫା ଦେବେ ଏହି ପ୍ରଶାସନିକ ଅଧିକାରୀ, କାହିଁକି ପଢନ୍ତୁ...

ପ୍ରଶାସନିକ ଅଧିକାରୀଙ୍କ ଅଭିଯୋଗ ଶୁଣୁନାହାନ୍ତି ସରକାର...

ଲକଡାଉନ ଉଠିବା ପରେ ଇସ୍ତଫା ଦେବେ ଏହି ପ୍ରଶାସନିକ ଅଧିକାରୀ, କାହିଁକି ପଢନ୍ତୁ...

ନୂଆଦିଲ୍ଲୀ: ୨୦୧୪ ବ୍ୟାଚର ହରିଆଣା କ୍ୟାଡ଼ର ଆଇଏଏସ ଅଧିକାରୀ ରାଣୀ ନାଗର, ବର୍ତ୍ତମାନ ହରିଆଣାର ଅଭିଲେଖାଗାର ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। କିନ୍ତୁ ଲକଡାଉନ ଉଠିବା ପରେ ନିଜ କାର୍ଯ୍ୟରୁ ଇସ୍ତଫା ପ୍ରଦାନ କରିବେ ବୋଲି ସେ ତାଙ୍କ ଫେସବୁକ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।  

ସେ ତାଙ୍କ ଟ୍ୱିଟର ଓ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି କି, ମୁଁ ରାନୀ ନାଗର, ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ଅନ୍ତର୍ଗତ ବାଦଲପୁର ତଦସିଲର ଦାଦରୀ ଗାଜିଆବାଦ ନିବାସୀ ଶ୍ରୀ ରତନ ସିଂହ ନାଗରଙ୍କ ଝିଅ, ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି କି, ମୁଁ ନିଷ୍ପତ୍ତି ନେଇଛି ଯେ ଆଇଏଏସ ପଦବୀରୁ ଇସ୍ତଫା ପ୍ରଦାନ କରିବି। ବର୍ତ୍ତମାନ ଚଣ୍ଡିଗଡ଼ରେ କର୍ଫ୍ୟୁ ଲାଗିଛି। ଫଳରେ ବର୍ତ୍ତମାନ ମୁଁ ଓ ମୋ ଭଉଣୀ ଚଣ୍ଡିଗଡ଼ରୁ ବାହାରକୁ ବାହାରି ପାରୁନାହୁଁ ବୋଲି ସେ ତାଙ୍କ ଟ୍ୱିଟର ଓ ଫେସବୁକ ପେଜରେ ଉଲ୍ଲେଖ କରିଛନ୍ତି।  

fallback

ସେ ଆହୁରି ମଧ୍ୟ ଲେଖିଛନ୍ତି କି, ଗାଜିଆବାଦକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ବନ୍ଦ ରହିଛି। ଲକଡାଉନ ଓ କର୍ଫ୍ୟୁ ଖୋଲିବା ପରେ ନିଜ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବି ଏବଂ ସରକାରୀଙ୍କ ନିର୍ଦ୍ଦେଶ ମୁତାବକ ମୁଁ ଓ ମୋ ଭଉଣୀ ଆମର ପୈତୃକ ଗ୍ରାମ ଗାଜିଆବାଦକୁ ଫେରିବୁ ବୋଲି ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।  

ସୂଚନା ଯୋଗ୍ୟ ନାଗର ଗତବର୍ଷ ଚଣ୍ଡିଗଡ଼ କୋର୍ଟରେ ହରିଆଣା ସରକାରଙ୍କ କିଛି ପ୍ରଶାସନିକ ଅଧିକାରୀ ଏବଂ କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ ସେହି ସମୟରେ ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଥିଲେ। ଏହା ସହିତ ନାଗର ଗତ ୨୦୧୮ ମସିହାରେ ସୋସିଆଲ ମିଡ଼ିଆରେ ହରିଆଣାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଯୌନ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିଲେ।  

;