• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ରିଲିଜ ହୋଇଛି ଫିଲ୍ମ 'ଗୁଡ ନ୍ୟୁଜ'ର ଟ୍ରେଲର...ଜାଣନ୍ତୁ କିପରି ରହିଛି ଦର୍ଶକଙ୍କ ରେସପନ୍ସ

'ଗୁଡ ନ୍ୟୁଜ'ରେ ଅକ୍ଷୟ ଓ କରୀନାଙ୍କ ହିଟ୍ ଯୋଡିକୁ ପୁଣି ଦେଖିବାକୁ ପାଇବେ ଦର୍ଶକ 

ରିଲିଜ ହୋଇଛି ଫିଲ୍ମ 'ଗୁଡ ନ୍ୟୁଜ'ର ଟ୍ରେଲର...ଜାଣନ୍ତୁ କିପରି ରହିଛି ଦର୍ଶକଙ୍କ ରେସପନ୍ସ
file photo

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ବଡ଼ ପରଦାରେ ଅକ୍ଷୟ ଓ କରିନାଙ୍କ ଯୋଡି ସବୁବେଳେ ଦର୍ଶକଙ୍କୁ ମନରଞ୍ଜୋନର ଖୋରାଗ ଯୋଗାଇଥାଏ । ରୂପେଲି ପରଦାରେ ଏହି ଦୁଇ ଯୋଡିଙ୍କୁ ପୂର୍ବରୁ ବହୁତ ଭଲ ରେସପନ୍ସ ମିଳିସାରିଛି । ଗବର ଇଜ ବ୍ୟାକ ଫିଲ୍ମ ପରେ ଅକ୍ଷୟ ଓ କରିନା ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ରାଜ ମୋହିତଙ୍କ ଆଗାମୀ କମେଡୀ ଫିଲ୍ମ 'ଗୁଡ ନ୍ୟୁଜ' ରେ ଅକ୍ଷୟ ଓ କରୀନାଙ୍କ ହିଟ୍ ଯୋଡିକୁ ଦର୍ଶକ ପୁଣି ଥରେ ଦେଖିବାକୁ ପାଇବେ । କମେଡି ତଡ଼କା ଥିବା ଫିଲ୍ମ 'ଗୁଡ ନ୍ୟୁଜ' ଇନଭିଟ୍ରୋ ଫଟିଲାଇଜେସନ କନସେପ୍ଟକୁ ନେଇ ନିର୍ମାଣ ହୋଇଛି । 

ଫିଲ୍ମଟି ଆସନ୍ତା ଡିସେମ୍ୱର ୨୭ ତାରିଖରେ ରିଲିଜ ହେବ । ତେବେ ଏହି ଫିଲ୍ମର ଟ୍ରେଲର ସୋମବାର ଦିନ ରିଲିଜ ହୋଇଛି । ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ୪୫୪ ହଜାର ଦର୍ଶକ ଟ୍ରେଲରଟିକୁ ପସନ୍ଦ କରିଛନ୍ତି । କରିନା ଓ ଅକ୍ଷୟଙ୍କ ସମେତ କିଆରା ଆଡଭାନୀ ଓ ଦିଲଜିତ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ପ୍ଲେ ବ୍ୟାକ ସିଙ୍ଗର ଭାବେ ହିମେଶ ରେଶମୀୟା ପ୍ରମୁଖ କଣ୍ଠଦାନ କରିଛନ୍ତି ।