ଜୁନ ରାତିରେ ହେବାକୁ ଥିବା ସାଧାରଣ ନୁହେଁ ହେବ ଆଶିଂକ ଚନ୍ଦ୍ରଗ୍ରହଣ |
Trending Photos
)
ନୂଆଦିଲ୍ଲୀ: ବର୍ଷ ୨୦୨୦-୨୧ ମଧ୍ୟରେ ହେବାର ନାହିଁ କୌଣସି ଚନ୍ଦ୍ର ଗ୍ରହଣ | ଏଥିପାଇଁ ଡରିବାର କୌଣସି କାରଣ ନାହିଁ କିମ୍ବା ଏହାକୁ ମାନିବାର ମଧ୍ୟ କୌଣସି ଆବଶ୍ୟକତା ନାହିଁ | ଗୋଟିଏ ମାସ ମଧ୍ୟରେ ତିନି ତିନିଟି ଚନ୍ଦ୍ରଗ୍ରହଣକୁ ନେଇ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ |
ଏନେଇ ମତ ରଖି ମଧ୍ୟପ୍ରଦେଶ ଉଜ୍ଜୟନୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଅମର ଡିବ୍ବାବାଲା ତ୍ରିବେଦୀ କହିଛନ୍ତି ଯେ, ପୂର୍ଣ୍ଣୀମାରେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ପୃଥିବୀ ଏକ ସରଳରେଖାରେ ରହିଲେ ଏହାକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ | ସେତେବେଳେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ରହେ, ଚନ୍ଦ୍ର ପୃଥିବୀ ଛାଇ ମଧ୍ୟରେ ରହି ଗତି କରିଲେ ଏହା ଚନ୍ଦ୍ର ଗ୍ରହଣ ବୋଲି ଧରାଯାଏ | ପୃଥିବୀ ଏବଂ ଚନ୍ଦ୍ରର ରାସ୍ତା ଗୋଟିଏ ହୋଇନଥାଏ, ଗୋଟିଏ ଅନ୍ୟ ସହ ୫ ଡିଗ୍ରୀ କୋଣ ସୃଷ୍ଟି କରି ରହିଥାଏ | ଏହି କାରଣରୁ ସବୁ ପୂର୍ଣ୍ଣୀମାର ଚନ୍ଦ୍ର ଗ୍ରହଣ ହୋଇନଥାଏ | ଯଦି ଉଭୟ ଚନ୍ଦ୍ର ଏବଂ ପୃଥିବୀର ଭ୍ରମଣ ପଦ ରହିଥାନ୍ତା, ପ୍ରତି ପୂର୍ଣ୍ଣୀମାରେ ଚନ୍ଦ୍ରଗ୍ରହଣ ହେଉଥାନ୍ତା | ଯେଉଁ ପୂର୍ଣ୍ଣୀମାରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ସେତେବେଳେ ଯାଇ ଚନ୍ଦ୍ରଗ୍ରହଣ ହୋଇଥାଏ | ଜୁନ ୫ ତାରିଖରେ ଏପରି ସ୍ଥିତି ହେବାର ସମ୍ଭାବନା ନାହିଁ | ଏହା ମୂଳ ଚନ୍ଦ୍ରଗ୍ରହଣ ଶ୍ରେଣୀର ଆସିବ ନାହିଁ | ଏହାକୁ ଆଶିଂକ ଚନ୍ଦ୍ରଗ୍ରହଣ ଭାବେ ମାନିବା ଦରକାର |
ଅନ୍ୟପଟେ ଦିଲ୍ଲୀର ଜ୍ୟୋତିଷଚାର୍ଯ୍ୟ ପଣ୍ଡିତ ସକଲା ନନ୍ଦ ବଲୋଦିଙ୍କ ମତ ଅନୁସାରେ ଏବର୍ଷ କେବଳ ଦୁଇଟି ସୂର୍ଯ୍ୟପରାଗ ହେବ | କୌଣସି ଚନ୍ଦ୍ରଗ୍ରହଣ ହେବାର ନାହିଁ | ଜୁନ ୫ ତାରିଖ ରାତିରେ ହେବାକୁ ଥିବା ଚନ୍ଦ୍ରଗ୍ରହଣକୁ ଉପଛାୟା ଗ୍ରହଣ କୁହାଯିବା ଦରକାର | ଏହାର କୌଣସି ଧାର୍ମିକ ମାନ୍ୟତା ନାହିଁ | ପ୍ରତି ଚନ୍ଦ୍ରଗ୍ରହଣ ପୂର୍ବରୁ, ଚନ୍ଦ୍ର ପୃଥିବୀର ଉପଛାୟା ମଧ୍ୟରେ ପ୍ରବେଶ କରିଥାଏ | ଏହାପରେ ପୃଥିବୀର ପ୍ରକୃତ ଛାୟା ମଧ୍ୟରେ ରହିଥାଏ | ଯେତେବେଳେ ପୃଥିବୀର ବାସ୍ତବ ଛାୟା ମଧ୍ୟରେ ଚନ୍ଦ୍ର ପ୍ରବେଶ କରିଥାଏ ସେତେବେଳେ ପ୍ରକୃତ ଚନ୍ଦ୍ରଦଗ୍ରହଣ ହୋଇଥାଏ | ଯେତେବେଳେ ଚନ୍ଦ୍ର, ପୃଥିବୀର ଉପଛାୟା ମଧ୍ୟରେ ପ୍ରବେଶ କରିସାରିବା ପରେ ସେଥିରୁ ବାହାରି ଆସିଥାଏ, ସେତେବେଳେ ଧୂଆଁଳିଆ ଚନ୍ଦ୍ର ଦେଖାଯାଏ | ଯାହାକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ |
ଜ୍ୟୋତିଷ ଗଣନା ଅନୁସାରେ ଏପରି ଉପଛାୟାରେ ଚନ୍ଦ୍ରପୃଷ୍ଠରୁ ମଳିନ ଛାୟା ଆସିବାବ କାରଣରୁ ଏହାକୁ ଚନ୍ଦ୍ରଗ୍ରହଣ ବୋଲି ଧରାଯାଏନାହିଁ | ଏପରି ଘଟଣା ଘଟିବା ପରେ ଚନ୍ଦ୍ରକୁ ପୃଥିବୀର ଉପଛାୟା ମଧ୍ୟରେ ପ୍ରବେଶ କରିବାକୁ ପଡିଥାଏ | ଏହାକୁ ଚନ୍ଦ୍ରଗ୍ରହଣର ମାନ୍ୟତା ମିଳିନଥାଏ | ଆସନ୍ତା ଜୁଲାଇ ୫ ତାରିଖରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ | ଭାରତ ବ୍ୟତୀତ ଏହି ଉପଛାୟା ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ-ପଶ୍ଚିମ ଆମେରିକା, ବ୍ରାଜିଲ, ଉରୁଗୁଏ, ଆର୍ଜେଣ୍ଟିନା, ପ୍ରଶାନ୍ତ ଏବଂ ଭାରତ ମହାସାଗର ଅଞ୍ଚଳରେ ଦେଖିବାକୁ ମିଳିବ |