Advertisement
Article Detail0/zeeodisha/odisha663266
Zee OdishaOther Newsଦିଲ୍ଲୀ ହିଂସା: ଆଉ ଏକ ଶାହିନବାଗର ରୂପ ନେଇଥାନ୍ତା ଜାଫରାବାଦ

ଦିଲ୍ଲୀ ହିଂସା: ଆଉ ଏକ ଶାହିନବାଗର ରୂପ ନେଇଥାନ୍ତା ଜାଫରାବାଦ

ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାର ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ

ଦିଲ୍ଲୀ ହିଂସା: ଆଉ ଏକ ଶାହିନବାଗର ରୂପ ନେଇଥାନ୍ତା ଜାଫରାବାଦ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ବିତି ସାରିଛି। ଏହା ଉପରେ ପୋଲିସ ତନାଘନା ମଧ୍ୟ ଚଳାଇଛନ୍ତି। ତେବେ ଏହି ତନାଘନା ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଦିଲ୍ଲୀ ହିଂସାରେ ସାମିଲ ଥିବା ଜବାହାର ଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଜେରା ସମୟରେ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସେପଟେ ଜେରା କରୁଥିବା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହା ଉପରେ କ୍ରାଇମବ୍ରାଞ୍ଚ ଏକ ମାମଲା ମଧ୍ୟ ରୁଜୁ କରିଛି। ହିଂସା ପାଇଁ ଉତ୍ତେଜିତ ଭାଷଣ ଦେବା ଅଭିଯୋଗରେ ପୋଲିସ ଉମର ଖାଲିଦକୁ ଗିରଫ କରିଥିଲା।

ରୁଜୁ ହୋଇଥିବା ଏତଲା ଅନୁଯାୟୀ ଦିଲ୍ଲୀରେ ଗତ ଫେବୃଆରୀ ମାସ ୨୩ ରୁ ୨୫ ତାରିଖ ମଧ୍ୟରେ ହିଂସା ଘଟାଇବାକୁ ପୂର୍ବରୁ ଯୋଜନା କରାଯାଇଥିଲାଯ ଏଥିପାଇଁ ଉମର ଖାଲିଦ ଓ ତାହାର ସହଯୋଗୀମାନେ ବିଭିନ୍ନ ସଂଗଠନ ସହିତ ସାମିଲ ରହିଥିଲେ। ଯେଉଁମାନେ ମିଶି ଏହି ହିଂସାକୁ ସାକାର ରୂପ ଦେଇଥିଲେ। ଏଥିପାଇଁ ଖାଲିଦ ଓ ତାହାର ସାଥୀମାନେ ବିଭିନ୍ନ ସ୍ଥାନରେ ଉତ୍ତେଜିତ ଭାଷଣମାନେ ଦେଇଥିଲେ। ଏପରିକି ସାଧାରଲୋକମାନଙ୍କୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ମଧ୍ୟ ନିବେଦନ କରିଥିଲେ। ତେବେ ସେହି ସମୟ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ରହିଥିଲେ। ଏଭଳି ସ୍ଥିତି କାରଣରୁ ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ଖରାପ କରିବା ପାଇଁ ଯୋଜନା କରାଯାଇଥିବା ବୋଲି ମାମଲାରେ ଉଲ୍ଲେଖ କରାଯାଇଥିବା ନେଇ ଜଣାପଡ଼ିଛି। 

ସେହିପରି ମାମଲା ମୁତାବକ ଦିଲ୍ଲୀ ହିଂସା ପାଇଁ ଏହି ଭାଷଣକୁ ମଧ୍ୟ ଦାୟୀ କରାଯାଇଛି। ଖାଲିଦଙ୍କ ଭାଷଣରେ ଉତ୍ତେଜିତ ହୋଇ ୨୩ ତାରିଖ ସନ୍ଧ୍ୟାରେ ମହିଳା, ପିଲାଛୁଆ ଆଦି ଶତାଧିକ ସଂଖ୍ୟାରେ ଜାଫରାବାଦ ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। ଫଳରେ ଏହି ରାସ୍ତା ଦେଇ ଯିବା ଆସିବା ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଏହି ଘଟଣା ପରେ ମୌଜପୁର, କର୍ଦମପୁରୀ, ଚାନ୍ଦବାଗ, ଗୋକୁଲପୁରୀ ଓ ଶିବ ବିହାର ଅଞ୍ଚଳକୁ ମଧ୍ୟ ହିଂସା ବ୍ୟାପି ଯାଇଥିଲା। 

Add Zee News as a Preferred Source

ସେପଟେ ଜାଫରାବାଦକୁ ଆଉ ଏକ ଶାହିନବାଗ କରିବା ପାଇଁ ପ୍ରସ୍ତୁତ ଆରମ୍ଭ କରିଥିଲା ଉମର ଖାଲିଦ। ଏହି ହିଂସା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ ଖାଲିଦ ଲୋକମାନଙ୍କୁ ହିଂସା ଘଟାଇବା ପାଇଁ ଉସୁକାଇଥିଲେ। ଖାଲିଦ ତାଙ୍କ ୧୭ ମିନିଟର ଭାଷଣରେ କହିଥିଲେ କି, ଦେଶର ପ୍ରତିଟି କୋଣରେ ଆଜି ଶାହିନବାଗ ରହିଛି। ଖାଲିଦ ତାଙ୍କ ଭାଷଣରେ ଆହୁରି ମଧ୍ୟ କହିଥିଲେ ଲୋକମାନେ ସିଏଏ ବିରୋଧରେ ଜାଫରାବାଦ ମେଟ୍ରୋ ଷ୍ଟେସନ ନିକଟରେ ଆଉ ଏକ ଶାହିନବାଗର ରୁପ ଦେବାକୁ ଏକାଠି ହେବାର ଆବଶ୍ୟକତା ରହିଛି। ତେବେ ଖାଲିଦଙ୍କ ଏହି ଭାଷଣର ଭିଡ଼ିଓକୁ ମଧ୍ୟ ଫରେନସିକ ଯାଞ୍ଚ ମଧ୍ୟ କରାଇଥିଲେ। 

 

About the Author