ବାବା ଆଖଣ୍ଡଳମଣି ଭଣ୍ଡାର ଘରେ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ  ଅଗ୍ନିକାଣ୍ଡ ଘଟିଛି । ଏଥିରେ ଠାକୁରଙ୍କର ସମସ୍ତ ଅଳଙ୍କାର, ଆସବାବପତ୍ର, ବାସନ ସହ ଲକ୍ଷାଧିକ ଟଙ୍କା ର ଜିନିଷ ପୋଡି ପାଉଁଶ ହୋଇଯାଇଛି । 

ବାବା ଆଖଣ୍ଡଳମଣି ଭଣ୍ଡାର ଘରେ ଅଗ୍ନିକାଣ୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲା  ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ  ଅଗ୍ନିକାଣ୍ଡ ଘଟିଛି । ଏଥିରେ ଠାକୁରଙ୍କର ସମସ୍ତ ଅଳଙ୍କାର, ଆସବାବପତ୍ର, ବାସନ ସହ ଲକ୍ଷାଧିକ ଟଙ୍କା ର ଜିନିଷ ପୋଡି ପାଉଁଶ ହୋଇଯାଇଛି । 

ସୂଚନା ଅନୁସାରେ, ସେବାୟତମାନେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସାରି ପହୁଡ଼ ଦେଇ ଯାଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ଭଣ୍ଡାରଘରୁ ପ୍ରବଳ ମାତ୍ରା ରେ ଧୂଆଁ ବାହାରୁଥିବା ଦୁଇ ଜଣ ସିକୁରିଟି ଦେଖିବାକୁ ପାଇଥିଲେ । ଏହି ଖବର ମନ୍ଦିର ପରିଚାଳକଙ୍କୁ ଜଣାଯିବା ସହ ନିଆଁକୁ ଆୟତ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା । କିନ୍ତୁ ନିଆଁର ପ୍ରକୋପ ଏପରି ଥିଲା ଯେ ସବୁ ପୋଡି ପାଉଁଶ ହୋଇଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।