ଦିଲ୍ଲୀ ଜୋତା କାରଖାନାରେ ଅଗ୍ନିକାଣ୍ଡ, ନିଆଁ ଲିଭାଉଥିବା ବେଳେ ୨ ଅଗ୍ନିଶମ କର୍ମଚାରୀ ଆହତ
ଦେଶର ରାଜଧାନୀରେ ନିଆଁର ତାଣ୍ଡବ । ମାସକ ମଧ୍ୟରେ ୨/୩ ଥର ବଡ ଧରଣର ଅଗ୍ନିକାଣ୍ଡ ହେଲାଣି । ଏବେ ପୁଣି ନରେଲା ଔଦ୍ୟୋଗିକ କ୍ଷେତ୍ରରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏଠାରେ ଥିବା ଜୋତା କାରଖାନାରେ ନିଆଁ ଲାଗିଛି । ତେବେ ନିଆଁ ଲିଭାଉଥିବା ବେଳେ ଦୁଇ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।
Trending Photos
)
ନୂଆଦିଲ୍ଲୀ: ଦେଶର ରାଜଧାନୀରେ ନିଆଁର ତାଣ୍ଡବ । ମାସକ ମଧ୍ୟରେ ୨/୩ ଥର ବଡ ଧରଣର ଅଗ୍ନିକାଣ୍ଡ ହେଲାଣି । ଏବେ ପୁଣି ନରେଲା ଔଦ୍ୟୋଗିକ କ୍ଷେତ୍ରରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏଠାରେ ଥିବା ଜୋତା କାରଖାନାରେ ନିଆଁ ଲାଗିଛି । ତେବେ ନିଆଁ ଲିଭାଉଥିବା ବେଳେ ଦୁଇ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।
ଦିଲ୍ଲୀକୁ ନିଆଁ ଡର । କେତେବେଳେ, କେଉଁଠି ଅଗ୍ନିକାଣ୍ଡ ହେଉଛି ତାହା ବୁଝିବା ମୁସକିଲ । ଡିସେମ୍ବର ୮ରେ ରାଜଧାନୀରେ ହୋଇଥିବା ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନି । ଏଥିରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତ ରବିବାର ରାତିରେ ଦିଲ୍ଲୀ କିରାଡ଼ି ଅଞ୍ଚଳରେ ହୋଇଥିବା ଅଗ୍ନିକାଣ୍ଡରେ ୯ ଜଣ ଆଖି ବୁଜିଥିଲେ । ଆଉ ଆଜି ନରେଲା ଔଦ୍ୟୋଗିକ କ୍ଷେତ୍ରରୁ ଆସିଛି ଅଗ୍ନିକାଣ୍ଡର ଖବର ।
#UPDATE: Fire fighting operations underway at the shoe factory where fire broke out, earlier today. #Delhi https://t.co/H9jJQU4MFd pic.twitter.com/h5MFCpWyX8
— ANI (@ANI) December 24, 2019
ଏଠାରେ ଥିବା ଜୋତା କାରଖାନାରେ ନିଆଁ ଲାଗିଛି । ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିବାରେ ଲାଗି ପଡିଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଛି, ତାହା ସ୍ପଷ୍ଟ ହୋଇପାରିନାହିଁ ।
ଆହୁରି ପଢନ୍ତୁ; ଅଧୁରା ରହିଲା କାଳିଆ ଦର୍ଶନ, ଦୁର୍ଘଟଣାରେ ଗୋଟିଏ ପରିବାରର ୪ ମୃତ